ଉନ୍ନୟନ କାର୍ଯ୍ୟରେ ଅନିୟମିତତା ଅଭିଯୋଗ: ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ବାଲେଶ୍ୱର ଅଫିସ, ୮।୨-ବାଲେଶ୍ୱର ସଦର ବ୍ଲକ ଅଧୀନ ଗୋପୀନାଥପୁର ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ଥିବା ପୁରୁଣା ଶୌଚାଳୟରେ ରଙ୍ଗ ଲଗାଇ ପଞ୍ଚାୟତରୁ ୧୫ହଜାର ଟଙ୍କା ହଡ଼ପ କରାଯାଇଥିବା, ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରେ ର଼୍ୟାମ୍ପ ତିଆରିରେ ମାତ୍ର ୩/୪ହଜାର ଟଙ୍କା ଖର୍ଚ୍ଚ କରି ୨୦ହଜାର ଟଙ୍କାର ବିଲ୍‌ ଉଠାଣ କରାଯାଇଥିବା ଓ ଚତୁର୍ଦ୍ଦଶ କେନ୍ଦ୍ର ଅର୍ଥ ଯୋଜନାରେ ମାଟି କାମ ପାଇଁ ଆସିଥିବା ୧ଲକ୍ଷ ୧୦ହଜାର ଟଙ୍କା କାର୍ଯ୍ୟକୁ ନିମ୍ନମାନର କରି ଅର୍ଥ ହଡପ କରାଯାଇଥିବା ଜଣାପଡ଼ିଛି। ଗତ ୨୦୧୯ ବିଧାନସଭା ନିର୍ବାଚନର ବିଜ୍ଞପ୍ତି ମାର୍ଚ୍ଚ ୧୦ରୁ ମେ’ ୨୭ ପର୍ଯ୍ୟନ୍ତ ଜାରି ଥିବା ସମୟରେ ଉକ୍ତ ୨ଟି ପ୍ରକଳ୍ପର ବିଲ୍‌କୁ ୨୦୧୯ ଏପ୍ରିଲ ୪ତାରିଖରେ ଉକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ପୁରସ୍ତମ କରଣ କୌଣସି କାରଣରୁ ଛୁଟିରେ ଥିବାବେଳେ ସରପଞ୍ଚ କାର୍ଯ୍ୟାଦେଶ ଦେଇ ନିର୍ଦ୍ଧାରିତ ଅର୍ଥକୁ ମଞ୍ଜୁର କରିଥିବା ଗ୍ରାମବାସୀ କାର୍ତ୍ତିକ ପାତ୍ର, ବିକାଶ କୁମାର ପରିଡ଼ା, ଦୀପକ ପାତ୍ର, ଶ୍ରୀଧର ପାତ୍ର ପ୍ରମୁଖ ଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଗତ ୩ ତାରିଖରେ ଜିଲାପାଳ ଅଫିସ୍‌ ଚିଠି (ନଂ. ୫୮୪)ରେ ଜିଲା ପଞ୍ଚାୟତ ଅଧିକାରୀ ନିମାଇଁ ଚରଣ ମହାନ୍ତିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଏ ସମ୍ପକର୍ର୍ରେ ଗୋପୀନାଥପୁର ସରପଞ୍ଚ ସତ୍ୟଭାମା ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ନିର୍ବାଚନ ବିଜ୍ଞପ୍ତି ଜାରି ହେବା ପରେ ଉକ୍ତ ବିଦ୍ୟାଳୟ ଦ୍ୱୟରେ ଭୋଟ କେନ୍ଦ୍ର ହେବାର ନିଷ୍ପତ୍ତି ହୋଇଥିଲା। ମାତ୍ର ସେଠାରେ ଶୌଚାଳୟ ଏବଂ ର଼୍ୟାମ୍ପ ନ ଥିବା ତଦନ୍ତ କରି ଜରୁରୀକାଳୀନ ପରିସ୍ଥିତିରେ ନିର୍ମାଣ କରାଯାଇଥିଲା। ଅନ୍ୟପକ୍ଷରେ ଗୋବିନ୍ଦପୁର ରାସ୍ତାରେ ଫଳକ ଦିଆଯାଇ ସମସ୍ତ ନିୟମ ସହ ଠିକ୍‌ କାର୍ଯ୍ୟ କରାଯାଇଛି। ଉଭୟ କାମକୁ ସରକାରୀ କନିଷ୍ଠଯନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀମାନେ ତଦନ୍ତ କରି ବିଲ୍‌ ପେମେଣ୍ଟ କରିଛନ୍ତି। ରାଜନୈତିକ ଆକ୍ରୋଶରେ ଏହା କରାଯାଇଥିବା ପାଲଟା ଅଭିଯୋଗ କରିଛନ୍ତି।
ଜିଲା ପଞ୍ଚାୟତ ଅଧିକାରୀ ନିମାଇଁ ଚରଣ ମହାନ୍ତିଙ୍କ କହିବାନୁସାରେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଉକ୍ତ ପଞ୍ଚାୟତରେ ସରପଞ୍ଚଙ୍କ ଦ୍ୱାରା କରାଯାଇଥିବା ହଡ଼ପକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ପାଇଛନ୍ତି। ତଦନ୍ତ କରାଯାଇ ବିଧିବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri