ଉପକାରୀ ଆମ୍ବପତ୍ର

ଆମ୍ବ ଏକ ସୁସ୍ବାଦୁ ଫଳ ଏହା ସମସ୍ତଙ୍କୁ ଜଣା, କିନ୍ତୁ ଆମ୍ବପତ୍ରର ଗୁଣ ବିଷୟରେ ପ୍ରାୟ ଧାରଣା କମ୍‌। ଆସନ୍ତୁ ଜାଣିବା, ଆମ୍ବପତ୍ରର ଔଷଧୀୟ ଗୁଣ ବିଷୟରେ। ଆମ୍ବପତ୍ର ବିଭିନ୍ନ ପ୍ରକାର ନ୍ୟୁଟ୍ରିଏନଟ୍‌ରେ ଭରପୂର। ଏଥିରେ ଜୀବସାର ଏ, ବି, ସି ନିଆସିନ୍‌, ବେଟା କାରୋଟେନ୍‌, ଥୁଆମିନ୍‌ ରିବୋପ୍ଲାଭିନ୍‌ ପ୍ରଚୁର ପରିମାଣରେ ଅଛି, ଯାହାକି ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଆମ୍ବପତ୍ରର ନିମ୍ନୋକ୍ତ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି।
ଆମ୍ବପତ୍ରକୁ ପାଣିରେ ଫୁଟାଇ ଥଣ୍ଡାକରି ରାତିରେ ଏକ ପାତ୍ରରେ ରଖନ୍ତୁ, ସକାଳୁ ମଧୁମେହ ରୋଗୀ ନିୟମିତ ଏହି ପାଣିକୁ ପିଅନ୍ତୁ। ଫଳରେ ଶରୀରରେ ଇନ୍‌ସୁଲିନ୍‌ ସ୍ତର ଠିକ୍‌ ରହିଥାଏ ଏବଂ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହେ। ଆମ୍ବପତ୍ରର ଏସ୍‌ଟ୍ରାଟ୍‌ ନିୟମିତ ଦିନକୁ ୩/୪ଥର ୩/୪ ମାସ ପାନ କଲେ ରକ୍ତଚାପ ସନ୍ତୁଳିତ ହୋଇଥାଏ।
ଏସ୍‌ଟ୍ରାଟ୍‌ ନିୟମିତ ସେବନ କଲେ ଏହା ରକ୍ତ ଧମନୀକୁ ଶକ୍ତ କରିବା ସହ ହୃଦ୍‌ଘାତ ସଙ୍କଟକୁ ହ୍ରାସ କରିଥାଏ। ଶୁଖିଲା ଆମ୍ବପତ୍ର ଗୁଣ୍ଡକୁ ରାତିରେ ଏକ ଗ୍ଲାସ୍‌ ପାଣିରେ ଭିଜାଇ ସକାଳେ ନିୟମିତ ପାନ କଲେ କିଡ୍‌ନୀ ଓ ଗଲ୍‌ବ୍ଲାଡର ପଥରୀ ବା ଷ୍ଟୋନ୍‌ ମିଳାଇ ଯାଇଥାଏ।
ଗୁଣ୍ଡକୁ ରାତିରେ ଏକ ଗ୍ଲାସ୍‌ ପାଣିରେ ଭିଜାଇ ସକାଳେ ସେହି ପାଣିକୁ ପିଇଲେ ଡିସେଣ୍ଟ୍ରି ଓ ଡାଇରିଆ ଆଦି ସମସ୍ୟାରୁ ରକ୍ଷା ମିଳିଥାଏ। ଆମ୍ବପତ୍ରର ଏସ୍‌ଟ୍ରାଟ୍‌ ସହ ମହୁ ମିଶାଇ ନିୟମିତ ଦିନକୁ ୩/୪ ଥର ପାନକଲେ କଫ, ସାଧାରଣ ଥଣ୍ଡା, ଆଜ୍‌ମା, ହୁପିଙ୍ଗ୍‌ କଫ ପରି ସମସ୍ୟାରୁ ରକ୍ଷା ମିଳିଥାଏ।
ଏସ୍‌ଟ୍ରାଟ୍‌ ଦିନକୁ ୨/୩ଥର ନିୟମିତ ପିଇଲେ ଗଳା ବସି ଯାଇଥିବା ସମସ୍ୟା ଦୂର ହୋଇଥାଏ। କାନ ବିନ୍ଧୁଥିଲେ ଆମ୍ବପତ୍ରର ଏସ୍‌ଟ୍ରାଟ୍‌କୁ ଅଳ୍ପ ଉଷୁମ କରି କାନରେ ଡ୍ରପର ସାହାଯ୍ୟରେ ପକାଇଲେ ଏବଂ କାନମୂଳରେ ଲେପ ଦେଲେ ଆରାମ ମିଳିଥାଏ।
ପୋଡ଼ି ତା’ ଧୂଆଁକୁ ଇନ୍‌ହେଲ କଲେ ହୁପିଙ୍ଗ୍‌ କଫ ସମସ୍ୟା ଦୂରହେବା ସହ ଗଳା ସଂକ୍ରମଣଜନିତ ସମସ୍ୟା ଦୂର ହୋଇଥାଏ। ଶୁଖିଲା ଆମ୍ବପତ୍ରର ମଣ୍ଡକୁ ଭାତୁଡ଼ି ଉପରେ ନିୟମିତ ଲେପଦେଲେ ଏବଂ ଖଣ୍ଡିଆ ସ୍ଥାନରେ ଲେପଦେଲେ ଏହା ଶୀଘ୍ର ଶୁଖିଯାଇଥାଏ ଏବଂ ଭାତୁଡ଼ି ସମସ୍ୟା ଦୂର ହୋଇଥାଏ।
ପୋଡ଼ି ସେହି ପାଉଁଶକୁ ପୋଡ଼ା ଘାଆରେ ଲଗାଇଲେ ଏହା ଶୀଘ୍ର ଶୁଖିଥାଏ । ଆମ୍ବପତ୍ରରେ ଅନେକ ପ୍ରକାର ଆଣ୍ଟି ଅକ୍ସିଡାଣ୍ଟ ଏବଂ ଜୀବସାର-ସି ଥିବାରୁ ଏହା ଶରୀରକୁ ଫ୍ରିରେଡିକାଲ ଜନିତ କ୍ଷୟକ୍ଷତି ସମସ୍ୟାରୁ ରକ୍ଷା କରିବା ସହ ଶରୀରକୁ ସୁସ୍ଥ ସବଳ କରିଥାଏ ।
ଯନ୍ତ୍ରଣା ହେଉଥିଲେ ଆମ୍ବପତ୍ରକୁ ପୋଡ଼ି ତା’ ପାଉଁଶରେ ଦାନ୍ତ ଘଷିଲେ ଏବଂ ଆମ୍ବପତ୍ରର ଏସ୍‌ଟ୍ରାଟ୍‌ରେ କୁଳି କଲେ ଦାନ୍ତର ସମସ୍ୟା ଦୂର ହୋଇଥାଏ। ଜ୍ୱର ହୋଇଥିଲେ ଆମ୍ବପତ୍ରର ଏସ୍‌ଟ୍ରାଟ୍‌କୁ ପିଇଲେ ଶରୀରର ତାପମାତ୍ର କମ୍‌ ହୋଇଥାଏ।
ଏସିଡ୍‌ ସମସ୍ୟା ଥିଲେ, କଅଁଳିଆ ଆମ୍ବପତ୍ରକୁ ରାତିରେ ପାଣିରେ ଫୁଟାଇ ରଖନ୍ତୁ। ସକାଳେ ପତ୍ରକୁ ଛାଣି ସେହି ପାଣିରେ ମହୁ ମିଶାଇ ଦିନକୁ ଦୁଇଥର ପିଅନ୍ତୁ। କିଛି ଆମ୍ବପତ୍ରକୁ ୩/୪ ଲିଟର ପାଣିରେ ଫୁଟାନ୍ତୁ। ତାହା ଅଧା ହୋଇଗଲେ ଥଣ୍ଡାକରି ଗାଧୁଆପାଣିରେ ମିଶାଇ ଗାଧାନ୍ତୁ, ଏଥିରେ ଥକାପଣ ଦୂରହେବା ସହ ଶରୀରକୁ ଆରାମ ଲାଗିଥାଏ।

ପୀତାମ୍ବର କର
-ମୁକୁନ୍ଦ ମିଶ୍ର ନଗର, ଗୋପୀନାଥପୁର, ପୁରୀ, ମୋ : ୯୪୩୭୨୦୪୦୯୯


Enter your email to get our daily news in your inbox.

All Right Reserved By Dharitri.Com

ଚିନାବାଦାମ ଖାଉଥିଲେ

ଚିନାବାଦାମ ଖାଇବା ଅନେକଙ୍କର ପସନ୍ଦ। ତେବେ ଭଜା ଚିନାବାଦାମ ତୁଳନାରେ ସିଝା ଚିନାବାଦାମ ଖାଇଲେ ଶରୀରକୁ ଅନେକ ଉପକାର ମିଳିଥାଏ। ପ୍ରଥମତଃ ଭଜା ଚିନାବାଦାମ ତୁଳନାରେ...

ଫଟୋ ବି ବଦଳାଇପାରେ ଭାଗ୍ୟ: ଜାଣନ୍ତୁ କେମିତି…

ପ୍ରତ୍ୟେକ ବ୍ୟକ୍ତିଙ୍କର ସମସ୍ୟା ଭିନ୍ନ ଭିନ୍ନ ହୋଇଥାଏ। କାହାର ଚାକିରିକୁ ନେଇ ଟେନ୍‌ସନ୍‌ ରହିଥାଏ ତ କାହାର ବିଜ୍‌ନେସ୍‌କୁ ନେଇ। ପୁଣି କିଏ ପଇସାପତ୍ର ପାଇଁ...

ଟେନ୍‌ସନ୍‌ରେ ରହୁଛନ୍ତି କି? ଦେଖାଦେଇପାରେ ଏହି ବଡ଼ ସମସ୍ୟା…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ଜୀବନଶୈଳୀ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଦରକାର। କାରଣ ନିଜକୁ ସୁସ୍ଥ ରଖିବା ପଛରେ ଏହା ଅନେକାଂଶରେ ସାହାଯ୍ୟ କରିଥାଏ।...

ସୁସ୍ଥ ହୃତ୍‌ପିଣ୍ଡ, ନୀରୋଗ ଶରୀର

ମଣିଷ ଶରୀରରେ ହୃତ୍‌ପିଣ୍ଡ ମୁଖ୍ୟତଃ ଏକ ମାଂସପେଶୀୟ ଅଙ୍ଗ। ଏହାର ଆକାର ହାତର ମୁଠା ସହ ପ୍ରାୟ ସମାନ। ଓଜନ ୨୫୦-୩୫୦ ଗ୍ରାମ୍‌, ଲମ୍ବ ୧୨...

Featured Video Play Icon

ଖାଲି ପେଟରେ କାହିଁକି ଖାଆନ୍ତି ଗ୍ୟାସ ବଟିକା?

ଅଧିକ ଖାଇ ଦେଲେ ଗ୍ୟାସ ହୁଏ , କିଛି ନ ଖାଇଲେ ବି ଗ୍ୟାସ ହୁଏ କାହିଁକି ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର।

ଏସବୁ ଗୁଣକୁ କାଢ଼ି ଫୋପାଡି ଦେଲେ ରାତାରାତି ହୋଇଯିବେ…

ମହାନ ଆଚାର୍ଯ୍ୟ ତଥା ପଣ୍ଡିତ ଚାଣକ୍ୟଙ୍କ ନୀତିଶାସ୍ତ୍ର ବିଭିନ୍ନ ବିଷୟ ଉପରେ ପ୍ରଚାର କରିବା ସହିତ ସଠିକ୍‌ ମାର୍ଗଦର୍ଶନ କରାଇଥାଏ। ସେ ବ୍ୟକ୍ତିଗତ ହେଉ କି...

ସନ୍ତୁଳିତ ରହିବ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଡାଇବେଟିସ୍‌ ଯଦି ଜଟିଳ ଆକାର ଧାରଣ କରେ ଏବଂ...

କୃତ୍ରିମ ରକ୍ତ

ପିଟ୍ସବର୍ଗ ମେଡିକାଲ ୟୁନିଭରସିଟିର ରୋଗୀ ରକ୍ତ ପରିଚାଳନା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଜୋନାଥନ ୱାଟର୍ସ ଗତ ଏକ ଦଶନ୍ଧି ମଧ୍ୟରେ ଏହାକୁ ବ୍ୟବହାର କରି ଅନେକ ରୋଗୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri