ଉବୁଟୁବୁ ସ୍ମାର୍ଟ ସିଟି ରାସ୍ତା: ଲହଡ଼ି ଭାଙ୍ଗୁଛି ବର୍ଷାପାଣି

ଭୁବନେଶ୍ୱର, ୧।୮(ବ୍ୟୁରୋ): ସ୍ମାର୍ଟ ସିଟି ରାଜଧାନୀରେ ଡ୍ରେନେଜ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଏବେ ସହରବାସୀଙ୍କୁ ବର୍ଷାର ଭୟ ଘାରିଛି। ବୁଧବାର ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି ଲହଡି ଭାଙ୍ଗୁଥିଲା। ସହରରେ ୬୭ଟି ଓ୍ବାର୍ଡରେ ମୋଟ ୬୫୦ କିମିର ଆଭ୍ୟନ୍ତରୀଣ ଡ୍ରେନ ଓ ୬୦ କିମିର ମୁଖ୍ୟ ଡ୍ରେନ ରହିଥିବା ବେଳେ ପୂର୍ତ୍ତ ବିଭାଗର ଅଳ୍ପ କିଛି ଡ୍ରେନ ଏଥିରେ ଅଛି। କିନ୍ତୁ ଅନ୍ୟସବୁ ଡ୍ରେନ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଧୀନରେ ରହିଛି। ତା’ର ସମ୍ପ୍ରସାରଣଠାରୁ ଆରମ୍ଭ କରି ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣର ଦାୟିତ୍ୱ ବିଏମ୍‌ସି ବହନ କରୁଛି। ହେଲେ ଏବେ ସେଗୁଡ଼ିକ ସହର ପାଇଁ ଅଭିଶାପ ପାଲଟିଯାଇଛି। ଠିକ୍‌ ଭାବେ ଡ୍ରେନ ସଫେଇ କରାଯାଉ ନ ଥିବା ବେଳେ ପଙ୍କ ଭର୍ତ୍ତି ଡ୍ରେନ୍‌ ପାଣି ଜାମ୍‌ର ମୁଖ୍ୟ କାରଣ ପାଲଟିଛି। ରାସ୍ତାର ଉଚ୍ଚତାଠାରୁ ଡ୍ରେନର ଉଚ୍ଚତା ଅଧିକ ଥିବାରୁ ସବୁ ପାଣି ରାସ୍ତାରେ ଜମି ରହୁଛି। ସବୁ ନାଳ ନର୍ଦ୍ଦମା ପାଣି ରାସ୍ତାରେ ଭାସିବା ଦ୍ୱାରା ଦୁର୍ଗନ୍ଧ ହେଉଛି। ସେହି ପଥ ଦେଇ ଯାଉଥିବା ଲୋକେ ନାକ ଟେକୁଛନ୍ତି। ରାସ୍ତାରେ ଯାତାୟାତ କରିବା ଏକ ପ୍ରକାର କଷ୍ଟସାଧ୍ୟ ହୋଇପଡ଼ିଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏହି ଖାମଖିଆଲି ମନୋଭାବ ଓ ଅବହେଳା ଲାଗି ସହରବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଜନପଥରେ ବର୍ଷାପାଣି
ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ (ବିଏସ୍‌ସିଏଲ) ପକ୍ଷରୁ ଜନପଥକୁ ସ୍ମାର୍ଟ କରିବା ଲାଗି ଚେଷ୍ଟା ଚାଲିଛି। ହେଲେ ଅସରାଏ ବର୍ଷା ହେଲେ ସ୍ମାର୍ଟ ଜନପଥର ଜଳାର୍ଣ୍ଣବ ଦୃଶ୍ୟ ସାମ୍ନାକୁ ଆସୁଛି। ଡ୍ରେନ ଚ୍ୟାନେଲ ସଫା ନ ଥିବାରୁ ପାଣି ଦୀର୍ଘ ସମୟ ଧରି ଜମି ରହୁଛି, ଯାହାକି ଯାତାୟାତରେ ବାଧକ ସାଜିଛି। ବିଶେଷକରି ଜନପଥର ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ ଓ ଗୁରୁଦ୍ୱାରା ଛକରେ ବର୍ଷାପାଣି ନିଷ୍କାସିତ ନ ହୋଇ ପାରି ୨ ଘଣ୍ଟା ଧରି ଜମି ରହିଥିବା ଦେଖିବାକୁ ମିଳିଥିଲା।
ଲକ୍ଷ୍ମୀସାଗର ଛକରେ ଭାସିଲା ନର୍ଦ୍ଦମାପାଣି
୩୦ ମିନିଟ୍‌ର ବର୍ଷାରେ ଡ୍ରେନରୁ ପାଣି ଓଲଟି ରାସ୍ତା ଉପରେ ଭାସିଲା। ଡ୍ରେନରେ ଥିବା ନର୍ଦ୍ଦମା ପାଣି ସହ ଥର୍ମାକୁଲ, ପ୍ଲାଷ୍ଟିକ୍‌ ଜରି ଓ ବିଭିନ୍ନ ଆବର୍ଜନା ରାସ୍ତାରେ ଜମି ରହିଲା। ପୁରୁଣା ଷ୍ଟେଶନ ବଜାରରୁ ଲକ୍ଷ୍ମୀସାଗର ଛକ ପର୍ଯ୍ୟନ୍ତ ରାସ୍ତା ନାଳ ପାଣିରେ ଭର୍ତ୍ତି ହୋଇ ରହିଥିଲା।
ବେହେରାସାହିରେ ଜମିଲା ପାଣି
ଦୀର୍ଘଦିନ ହେଲା ବେହେରାସାହିରେ ବର୍ଷାଜଳ ନିଷ୍କାସନ ଠିକ୍‌ ଭାବେ ହୋଇଯାଉଥିଲା। ହେଲେ ଇସ୍କନ ସମ୍ମୁଖରୁ ପାଣି ଜମିବା ସମସ୍ୟା ଦୂର କରିବାକୁ ସେଠାରେ ଥିବା ସାଇଫନ ମୁହଁକୁ ଭାଙ୍ଗି ଦିଆଯାଇଛି। ଫଳରେ ପାଣି ନିଷ୍କାସନ ହେଲା ସତ, କିନ୍ତୁ ଏବେ ତାହା ନୟାପଲ୍ଲୀ ବେହେରାସାହି ଅଞ୍ଚଳରେ ଜମିବା ଆରମ୍ଭ କରିଛି। ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏ ନେଇ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବେ ବୋଲି ଅଞ୍ଚଳର ବରିଷ୍ଠ ନାଗରିକ ରାମ ପ୍ରସାଦ ସ୍ବାଇଁ କହିଛନ୍ତି।
୨୩.୮ ମିମି ବର୍ଷା
ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ବୁଧବାର ଭୁବନେଶ୍ୱରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ମୋଟ ୨୩.୮ ମିମି ବର୍ଷା ହୋଇଥିବା ବେଳେ ଅନ୍ୟ ସ୍ଥାନରେ ବର୍ଷାର ପରିମାଣ ୨ ଅଙ୍କ ବି ଛୁଇଁପାରିନି। ଏବେ ବର୍ଷା ଆହୁରି ଅଧିକ ହେବାକୁ ଥିବା ବେଳେ ଭୁବନେଶ୍ୱରର ଡ୍ରେନଗୁଡ଼ିକର ଏପରି ସ୍ଥିତି ଏବେ ବିଏମ୍‌ସିର ଚିନ୍ତା ବଢାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଚେୟାରମ୍ୟାନ୍

କଟକ,୨୭ା୯: ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ସରକାର। ଏହି ପଦବୀରେ ତାଙ୍କୁ ଆଗାମୀ ୬ ବର୍ଷ ପାଇଁ...

କୋର୍ଟଙ୍କ ଆଦେଶକୁ ଅବମାନନା: ମେଜରଙ୍କ ବାନ୍ଧବୀଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର,୨୭ା୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ପୀଡ଼ିତା ଯେଉଁ ମହିଳା ପୋଲିସଙ୍କ...

ଯୁବତୀ-ମହିଳାଙ୍କୁ ଟାର୍ଗେଟ୍‌ କରି ଲୁଟୁଥିଲେ ସୁନା ଚେନ୍‌, ୪ ଜଣଙ୍କୁ ବାନ୍ଧିଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର,୨୭ା୯: ବାଇକ୍‌ରେ ଆସି କଟକ, ଭୁବନେଶ୍ୱରର ଯୁବତୀ ଏବଂ ମହିଳାଙ୍କୁ ଟାର୍ଗେଟ୍‌ କରି ସୁନା ଚେନ୍‌ ଲୁଟୁଥିଲେ। ଏହି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ସହ ୪...

ଭରତପୁର ଥାନା ଘଟଣା: ଆଉ ୩ ଜଣଙ୍କ ହେବ…

ଭୁବନେଶ୍ୱର,୨୭।୯: ଭରତପୁର ଥାନା ଘଟଣାରେ ଆଉ ୩ ଜଣଙ୍କ ପଲିଗ୍ରାଫ ଟେଷ୍ଟ ହେବ। ନିଲମ୍ବିତ ଥାନା ଅଧିକାରୀଙ୍କ ସହ ୩ ମହିଳା କର୍ମଚାରୀଙ୍କ ଏହି  ଟେଷ୍ଟ...

ପ୍ରବଳରୁ ଅତି ପ୍ରବଳ ବର୍ଷିବ, ୫ ଜିଲାକୁ ୩ ଘଣ୍ଟା ପାଇଁ ସତର୍କ ସୂଚନା

ଭୁବନେଶ୍ୱର,୨୭ା୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ତେବେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଗଜପତି ଏବଂ ଗଞ୍ଜାମ...

‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ପାଇ ନ ଥିବା ମହିଳାଙ୍କ ପାଇଁ ବଡ଼ ଖବର

ଭୁବନେଶ୍ୱର,୨୭।୯: ‘ସୁଭଦ୍ରା’ ସହାୟତା କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ବଡ଼ ଖବର। କେଉଁ ଦିନ ସୁଭଦ୍ରା ସହାୟତା ମିଳିବ ସେନେଇ ଆଜି ତାରିଖ ଆସିପାରେ।...

ମହାପ୍ରଭୁଙ୍କ ଅବଢ଼ାର ହେବ ମାନ ଯାଞ୍ଚ: ରୋଷ ଘରକୁ ଯାଉଥିବା….

ଭୁବନେଶ୍ୱର,୨୭।୯: ଏଣିକି ଶ୍ରୀମନ୍ଦିରରେ ଅବଢ଼ାର ମାନ ଯାଞ୍ଚ ହେବ । ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି...

ବିଜେଡି ହାରିବାର ଏହି ବଡ଼ କାରଣ କହିଲେ ପୂର୍ବତନ ବିଧାୟକ, ଭାଜପା ତୁଳନାରେ ବିଜେଡିର…

ଭୁବନେଶ୍ୱର,୨୭ା୯: ନିର୍ବାଚନ ଫଳାଫଳ ଆସିବାର ଇତିମଧ୍ୟରେ ୩ ମାସ ବିତିଗଲାଣି। ୨୪ ବର୍ଷର ବିଜେଡି ଗାଦିକୁ ହଟାଇ ଭାଜପା ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଢିଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri