Posted inଖେଳ

ଉମେଶ ଯାଦବଙ୍କ କୃତିତ୍ୱ

ରାଞ୍ଚି, ୨୧।୧୦- ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା ଅନ୍ତିମ ତଥା ୩ୟ ଟେଷ୍ଟର ୨ୟ ଦିବସରେ ଭାରତର ଉମେଶ ଯାଦବ ତାଙ୍କ ବ୍ୟାଟିଂ ଦକ୍ଷତା ପାଇଁ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଭାରତ ଇନିଂସର ଶେଷ ଭାଗରେ ବ୍ୟାଟିଂ କରିବାକୁ ଆସିଥିବା ଉମେଶ ୧୦ ବଲରୁ ୩୧ ରନର ଦ୍ରୁତ ଇନିଂସ ଖେଳିଥିଲେ, ଯେଉଁଥିରେ ୫ଟି ବିଶାଳ ଛକା ରହିଥିଲା। ଉମେଶ ସାମ୍ନା କରିଥିବା ୧୦ଟି ଯାକ ବଲ୍‌ ଯଥାକ୍ରମେ ୬, ୬, ୦, ୧, ୬, ୦, ୬, ୦, ୬ ଓ ଉଇକେଟ୍‌ ଏହିପରି ଭାବେ ରହିଥିଲା। ସମସ୍ତ ୫ଟି ଛକା ସେ ବାମହାତୀ ସ୍ପିନର ଜର୍ଜ ଲିଣ୍ଡେଙ୍କୁମ ମାରିଥିଲେ। ଏଥିସହ ଟେଷ୍ଟ କ୍ରିକେଟ୍‌ ଇତିହାସରେ ବିଶ୍ୱର ୩ୟ ବ୍ୟାଟ୍ସମ୍ୟାନ ଭାବେ ସାମ୍ନା କରିଥିବା ପ୍ରଥମ ୨ ବଲ୍‌କୁ ଛକା ମାରିବାର କୃତିତ୍ୱ ଅର୍ଜନ କରିଛନ୍ତି। ପୂର୍ବରୁ ସଚିନ ତେନ୍ଦୁଲକର ଓ ଓ୍ବେଷ୍ଟଇଣ୍ଡିଜର ଫୋଫି ଓ୍ବିଲିୟମ୍ସ ଇନିଂସରେ ସାମ୍ନା କରିଥିବା ପ୍ରଥମ ୨ ବଲରୁ ଛ’ ରନ ଲେଖାଏ ସଂଗ୍ରହ କରିଥିଲେ। ସେହିଭଳି ଟେଷ୍ଟ କ୍ରିକେଟ୍‌ରେ ଦ୍ରୁତ ୩୦+ ରନ୍‌ ସଂଗ୍ରହ କରିବାର ରେକର୍ଡ ଉମେଶଙ୍କ ନାମରେ ଲିପିବଦ୍ଧ ହୋଇଛି। ଏହି କ୍ରମରେ ସେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ୍‌ ଫ୍ଲେମିଂଙ୍କୁ ପଛରେ ପକାଇ ଦେଇଛନ୍ତି। ୨୦୦୪ରେ ଫ୍ଲେମିଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୧ ବଲରୁ ଅପରାଜିତ ୩୧ ରନ୍‌ କରିଥିଲେ। ଓ୍ବେଷ୍ଟଇଣ୍ଡିଜର ନାମ୍‌ ମ୍ୟାକ୍ଲେନ (୧୨ ବଲ୍‌ ୩୧ ରନ), ଅବଦୁର୍‌ ରଜାକ (୧୭ ବଲ୍‌ ୪୩ ରନ), ଅଷ୍ଟ୍ରେଲିଆର ଡବ୍ଲ୍ୟୁ.ପି. ହୋଓ୍ବେଲ୍‌ (୧୫ ବଲ୍‌ ୩୫ ରନ) ପ୍ରମୁଖ ଏହି ତାଲିକାର ଟପ୍‌-୫ରେ ରହିଛନ୍ତି। ସେହିଭଳି ଏହି ଇନିଂସ ମଧ୍ୟରେ ଉମେଶ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଇନିଂସରେ ୧୦ ବଲ୍‌ ସାମ୍ନା କରିଥିବା ଖେଳାଳିଙ୍କ ମଧ୍ୟରେ ସେ ସର୍ବାଧିକ ଷ୍ଟ୍ରାଇକରେଟ୍‌ ହାସଲ କରିଛନ୍ତି। ଏହି ଇନିଂସରେ ତାଙ୍କର ଷ୍ଟ୍ରାଇକରେଟ୍‌ ୩୧୦ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri