Posted inଜାତୀୟ

ଉହାନ୍‌ରେ ବାଦୁଡ଼ିଙ୍କଠାରେ ମିଳିଲା ୩ ପ୍ରକାର ଭୂତାଣୁ

ନୂଆଦିଲ୍ଲୀ,୨୫।୫: କରୋନା ଭାଇରସ୍‌କୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛି ଚାଇନା। ଉହାନ୍‌ସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି ଯେଉଁଠାରେ ପ୍ରଥମ କୋଭିଡ୍‌-୧୯ ସଂକ୍ରମଣ ଚିହ୍ନଟ ହୋଇଥିଲା, ସେହିଠାରେ ଏବେ ବାଦୁଡ଼ିଙ୍କଠାରେ ୩ ପ୍ରକାର ଭୂତାଣୁ ଚିହ୍ନଟ ହୋଇଛି। ହେଲେ ସାରା ବିଶ୍ୱରେ କୋଭିଡ-୧୯ ଯେଉଁ ମହାମାରୀର ରୂପ ନେଇଛି ତାହା ଏବେ ବାଦୁଡ଼ିଙ୍କଠାରେ ଦେଖାଯାଇଥିବା ଭୂତାଣୁ ସହିତ କୌଣସି ସମ୍ପର୍କ ନାହିଁ ବୋଲି ଇନ୍‌ଷ୍ଟିଚ୍ୟୁଟ ଡାଇରେକ୍ଟର ୟାଙ୍ଗ ୟାନୀ ସୂଚନା ଦେଇଛନ୍ତି। ଉହାନରେ ପ୍ରଥମ କୋଭିଡ-୧୯ ସଂକ୍ରମଣ ଦେଖା ଦେଇଥିଲା। ଏବେ ଏହି ଭୂତାଣୁ ସାରା ବିଶ୍ୱରେ ପ୍ରାୟ ୩ଲକ୍ଷ ୪୦ହଜାର ଲୋକଙ୍କ ଜୀବନ ନେଇସାରିଲାଣି। ଏହା ପ୍ରଥମେ ବାଦୁଡ଼ିଠାରୁ ସଂକ୍ରମଣ ହୋଇ ଅନ୍ୟ ସ୍ତନ୍ୟପାୟୀ ଜୀବଙ୍କ ଜରିଆରେ ମଣିଷ ଶରୀରକୁ ସଂକ୍ରମିତ ହୋଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏବଂ ଅନ୍ୟମାନେ ଉହାନରୁ ଭାଇରସ୍‌ ଲିକ୍‌ ହୋଇଥିବା ନେଇ ଯେଉଁ ଦାବି କରିଥିଲେ, ଏହାକୁ ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିର ନିର୍ଦ୍ଦେଶିକା ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ଏହା ସମ୍ପୂର୍ଣ୍ଣ ମନଗଢ଼ା ବୋଲି କହିଛନ୍ତି। ନିର୍ଦ୍ଦେଶିକା ୟାନୀଙ୍କ କହିବା ହେଲା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିରେ ପରୀକ୍ଷା ସମୟରେ ବାଦୁଡ଼ିଙ୍କଠାରୁ ପରୀକ୍ଷାମୂଳକ ପଦ୍ଧତିରେ ବିଭିନ୍ନ ନମୁନା ସଂଗ୍ରହ କରାଯାଇଥାଏ। ତେଣୁ ଏହି କ୍ରମରେ ପରୀକ୍ଷା ସମୟରେ କରୋନା ୩ ପ୍ରକାରର ଭୂତାଣୁ ଠାବ କରାଯାଇଛି। ବାଦୁଡ଼ିଙ୍କଠାରେ ଏବେ ଯେଉଁ ଭୂତାଣୁ ଚିହ୍ନଟ ହୋଇଛି ତାହା ସାର୍ସ(ଏସ୍‌ଏଆର୍‌ଏସ୍‌) କୋଭିଡ-୨ ସହ ୭୯.୮ ପ୍ରତିଶତ ଖାପ ଖାଉଛି। କୋଭିଡ-୧୯ ସଂକ୍ରମଣ ସୃଷ୍ଟି କରୁଥିବା ଭୂତାଣୁ ସହ ଏହାର କାୈଣସି ସମ୍ପର୍କ ନାହିଁ। ପ୍ରଫେସର ସି ଜେଙ୍ଗଲିଙ୍କ ନେତୃତ୍ୱରେ ୨୦୦୪ରୁ ବାଦୁଡ଼ି ଓ କରୋନାଭାଇରସ୍‌ ସମ୍ପର୍କରେ ଗବେଷଣା ଜାରି ରହିଛି। ବାଦୁଡ଼ିଙ୍କଠାରୁ ଠାବ କରାଯାଉଥିବା ଭୂତାଣୁ କେବଳ ସାର୍ସ-କୋଭିଡ୍‌-୨ ସହ ଖାପ ଖାଉଛି। ଏହା କୋଭିଡ-୧୯ଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଜଣାପଡ଼ିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ସେକ୍ରେଟାରି ଅଫ୍‌ ଷ୍ଟେଟ ମାଇକ ପୋମ୍ପେଏ ଉହାନ ଭାଇରୋଲୋଜି ଲାବ୍‌ରୁ ଭୂତାଣୁ ସଂକ୍ରମଣ ହୋଇଥିବା ନେଇ ଯେଉଁ ତଥ୍ୟ ରଖିଥିଲେ ସେନେଇ କାୈଣସି ପ୍ରମାଣ ନାହିଁ, କେବଳ ଅନୁମାନ କରି ଏଭଳି ମନ୍ତବ୍ୟ ଦେଇଥିଲେ ବୋଲି ଜେଙ୍ଗଲି କହିଛନ୍ତି। ଗତ ଡିସେମ୍ବର ୩୦ରେ କୋଭିଡ୍‌-୧୯ ଭୂତାଣୁ ସମ୍ପର୍କରେ କେତେକ ସାମ୍ପଲ ଗ୍ରହଣ କରାଯାଇଥିଲା। ଏହି ସାମ୍ପଲଗୁଡ଼ିକରୁ କିଛି ଅଜଣା ଭୂତାଣୁ ଠାବ କରାଯାଇଥିଲା। ଏହି ଭୂତାଣୁ କୋଭିଡ୍‌-୧୯ ସହିତ ସାମଞ୍ଜସ୍ୟ ରହିଥିବା ପ୍ରଥମେ ଜଣାପଡ଼ିବା ପରେ ଏନେଇ ଜାନୁୟାରୀ ୧୧ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିକଟରେ ତଥ୍ୟ ପ୍ରଦାନ କରାଯାଇଥିଲା। ପୂର୍ବରୁ ଏହିଭଳି ଭୂତାଣୁ କେବେ ଚିହ୍ନଟ ହୋଇ ନ ଥିଲା ବୋଲି ଜେଙ୍ଗଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଦାରିଦ୍ର୍ୟ ହାରରେ ଉଲ୍ଲେଖନୀୟ ହ୍ରାସ

ନୂଆଦିଲ୍ଲୀ,୫।୧: ଚଳିତ ଆର୍ଥିକ ବର୍ଷରେ ଗ୍ରାମୀଣ ଦାରିଦ୍ର୍ୟ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇ ୪.୮୬% ରେ ପହଞ୍ଚିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ର...

ଦୁର୍ନୀତି ପଦାରେ ପକାଇବାରୁ ମାରିଦେଲେ : ସନ୍ଦେହରେ ଖବରଦାତାଙ୍କ ସମ୍ପର୍କୀୟ ଭାଇ

ନୂଆଦିଲ୍ଲୀ,୫।୧: ଛତିଶଗଡ଼ର ୨୮ ବର୍ଷୀୟ ଖବରଦାତା ମୁକେଶ ଚନ୍ଦ୍ରାକରଙ୍କ ମୃତଦେହ ଏକ ପାଇଖାନା ଟାଙ୍କିରୁ ମିଳିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ହତ୍ୟା...

୨୦୫୦ ସୁଦ୍ଧା ଖାଉଟି ସାମଗ୍ରୀ ଦର ୩ ଗୁଣା ବଢ଼ିବ

ନୂଆଦିଲ୍ଲୀ,୫।୧(ପି.ଟି.): ଜଳବାୟୁ ପରିବର୍ତ୍ତନର ବହୁଳ ପ୍ରଭାବ ଖାଉଟି ବଜାର ଉପରେ ପଡ଼ିବାକୁ ଯାଉଛି। ମହତ୍ତ୍ୱାକାଂକ୍ଷୀ ଜଳବାୟୁ ନୀତି ସତ୍ତ୍ୱେ ନିମ୍ନ ଆୟକାରୀ ଦେଶଗୁଡ଼ିକରେ ୨୦୫୦ ସୁଦ୍ଧା...

ଡେଟିଂ ଆପ୍‌ରେ ୭୦୦ ମହିଳାଙ୍କୁ ଠକେଇ

ନୂଆଦିଲ୍ଲୀ, ୫।୧: ଜାତୀୟ ରାଜଧାନୀ ଦିଲ୍ଲୀର ଶାକାରପୁର ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଠକେଇ ଘଟଣା ସାମ୍‌ନାକୁ ଆସିଛି। ନଏଡ଼ାର ଏକ ଘରୋଇ କମ୍ପାନୀରେ ଆଶାୟୀମାନଙ୍କୁ ନିଯୁକ୍ତି...

ରାଜଗୋପାଳ ଚିଦାମ୍ବରମ୍‌ଙ୍କ ପରଲୋକ

ମୁମ୍ବାଇ,୫।୧(ପି.ଟି.): ୧୯୭୪ ଏବଂ ୧୯୯୮ରେ ଭାରତର ଆଣବିକ ପରୀକ୍ଷାରେ ପ୍ରମୁଖ ଭୂମିକା ନେଇଥିବା ଖ୍ୟାତନାମା ପଦାର୍ଥ ବିଜ୍ଞାନୀ ରାଜଗୋପାଳ ଚିଦାମ୍ବରମ୍‌ଙ୍କ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ...

ଚାଇନାରେ ବଢୁଛି hMPV ଭୂତାଣୁର ପ୍ରଭାବ! ଭାରତ ରଖିଛି କଡା ନଜର, ଜାରି ହେଲା ଗାଇଡଲାଇନ

ନୂଆଦିଲ୍ଲୀ,୪।୧: ଚାଇନାରେ ହ୍ୟୁମାନ ମେଟାନିମୋଭାଇରସ (hMPV) ର ଦ୍ରୁତ ବିସ୍ତାର ଭୟକୁ ଆହୁରି ବଢାଇ ଦେଇଛି ଯେ ଏହା କରୋନା ଜୀବାଣୁ ପରି ମହାମାରୀ ରୂପ...

ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ବଳାତ୍କାର କଲେ ପୋଲିସ ଅଧିକାରୀ!

ବେଙ୍ଗାଲୁରୁ,୪।୧: କର୍ନାଟକର ତୁମକୁରୁ ଜିଲାର ମଧୁଗୁରି ସବ ଡିଭିଜନର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ବି ରାମଚନ୍ଦ୍ରପ୍ପା ଜଣେ ମହିଳାଙ୍କ ସହ ଆପତ୍ତିଜନକ ବ୍ୟବହାର କରିଥିବାରୁ ତାଙ୍କୁ ନିଲମ୍ବିତ...

ନୀତୀଶଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ସଞ୍ଜୟ

ନୂଆଦିଲ୍ଲୀ,୪।୧: ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ଭାଜପାକୁ ଟାର୍ଗେଟ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri