ନୂଆଦିଲ୍ଲୀ,୨-୭: ଋଣ ଅସୁଲ ଲାଗି ବ୍ୟାଙ୍କଗୁଡ଼ିକ ବାଉନ୍ସର ଅଥବା ରିକଭରି ଏଜେଣ୍ଟ ନିଯୁକ୍ତ କରିପାରିବେ ନାହିଁ ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଲୋକ ସଭାରେ ପ୍ରକାଶ କରିଛନ୍ତି। ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ପୋଲିସ ଦ୍ୱାରା ଯାଞ୍ଚ ପରେ ଏବଂ ଅନ୍ୟ ସମ୍ବନ୍ଧିତ ଔପଚାରିକତା ପୂରଣ ପରେ ହିଁ ଜଣେ ବ୍ୟକ୍ତିଙ୍କୁ ଏଜେଣ୍ଟ ଭାବେ ବ୍ୟାଙ୍କ ଋଣ ଅସୁଲ କରିବା ଲାଗି ପଠାଇପାରିବେ ବୋଲି ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାବଳୀ ରହିଛି। ଜବରଦସ୍ତ ଋଣ ଅସୁଲ ଲାଗି କୌଣସି ବାଉନ୍ସରଙ୍କୁ ନିଯୁକ୍ତ କରିବା ଲାଗି ବ୍ୟାଙ୍କକୁ ଅଧିକାର ଦିଆଯାଇନାହିଁ। ଋଣ ଅସୁଲ ବେଳେ ବାଉନ୍ସରମାନଙ୍କ ଦ୍ୱାରା ଖରାପ ବ୍ୟବହାର ପ୍ରଦର୍ଶନ କରାଯାଉଥିବାର ବହୁ ଅଭିଯୋଗ ମିଳୁଥିବା ବେଳେ ଏହାକୁ ଦୃଢ଼ ହସ୍ତରେ ଦମନ ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆର୍ବିଆଇ ଚିନ୍ତା କରୁଛି। ସମ୍ପୃକ୍ତ ବ୍ୟାଙ୍କକୁ ବ୍ୟାନ କରିବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ପଦକ୍ଷେପ ନେଇପାରେ ବୋଲି ସେ କହିଛନ୍ତି।