ପଦ୍ମପୁର, ୨୪।୪ (ଡି.ଏନ.ଏ)- ପଶ୍ଚିମ ଓଡ଼ିଶାର ଅନେକ ଜିଲା ଆଦିବାସୀ ବହୁଲ। ଇଠାନେ ଭିନେ ଭିନେ ସମିଆରେ ଅନେକ କିସମର ସାଗ୍, ଫଲମୂଲ, କଁଦା ଖାଏବାକେ ମିଲସି। ଯେନ୍ଥିର ସୁଆଦ୍ ବି ଭିନେ କିସମର। ଏନ୍ତା ଖରାଦିନେ ମିଲୁଥିବାର ଗୁଟେ ଶାଗ୍ ହେଲା କୁଲେର। ଜାଗା ଜାନି ଲୋକ୍ ଇ ଶାଗ୍କେ ବରଡ଼ା ଶାଗ୍ ବଲି ବି କହେସନ୍। ଇ ଶାଗ୍ଟା ଖାଲି ଖରାଦିନେ ମିଲ୍ସି। ସେନ୍ତା ଇତାର କଢ଼ୋ ବି ଲୋକ୍ ତୁନ୍ ତରକାରି କରି ଖାଏସନ୍। ବଛରକ ଥରେ ଇ ଶାଗ୍ ମିଲୁଥିବାର ଲାଗି ଇତାର ଚାହିଦା ବି କାହିଁରେ କେତେ। ହେଲେ ଇ ଶାଗ୍ର ମିଠା ଯେ ଥରେ ପାଇଛେ ସେ ଯେତେ ଟଁକା ହେଲେ ବି ପଛ୍ଘୁଁଚା ନାଇଁଦିଏ। କୁଲେର ଗଛ୍ ଗଁାଗଁଲିରେ କଁା ଭଁା ଲୁକ୍କର ବାରିରେ ଥିଲେ ବି ବଡ଼ଭାରି ଝାର ଜଂଗଲରେ ଦେଖ୍ବାକେ ମିଲସି। ଇ ଗଛ୍ଟା ଉନିଆ ଶାଗ୍ ମିତାନ୍ ଛୋଟ ଗଛ୍ ନୁହେ, ଗଛଟା ବନେ ବଡ଼ ହେସି। ଲୋକ୍ ଗଛ୍କେ ଚଢ଼ି ଶାଗ୍ ତୁଲସନ୍। ଖରାଦିନ୍ ଆଏଲେ ଗଛର ପୁରନା ପତର ଝଡ଼ି ନୂଅଁାପତର କଁଲିସି। ଇ ନୂଅଁା କଁଲି ପତରକେ କୁଲେର ଶାଗ୍ ବଲି କହେସନ୍। ପଶ୍ଚିମ ଓଡ଼ିଶାବାସୀକର ଇଟା ହେଉଛେ ଗୁଟେ ମନ୍ପସନର ଶାଗ୍। ଜଂଗଲ ପାସର ଗଁାଗଁଲିର ଲୋକ୍ ଇ ଶାଗ୍ ଆନି ବଜାରରେ ବିକାଭଂଗା କରସନ୍। ପଦ୍ମପୁର ଅଂଚଲର ଗନ୍ଧମାର୍ଦ୍ଧନ, ବୁଢ଼ା ଡଂଗର ଆଦି ପାହାଡ଼ି ଇଲାକାରୁ ଲୋକ୍ ଇ ଶାଗ୍ ଆନି ପାସର ଆସର ବଜାରମାନକେ ବିକ୍ରି କରସନ୍। ପଦ୍ମପୁର ଅଂଚଲରେ ଏହେଦ୍କା ଇ ଶାଗ୍ କେ.ଜି. ପିଛା ୧୨୦ ଟଁକା ଭାଉରେ ବିକ୍ରି ହେଉଛେ। ଇ ବାବ୍ଦେ ଝନେ ଥାନୀୟ ବାସିନ୍ଦା ଦେବରାଜ ମଲ୍ଲିକକୁଁ ପଚରାଲାରୁ ଯେ ଥରେ ଇ ଶାଗର ମିଠା ପାଇଛେ ସେ କେଭେ ପାସରି ନାଇଁପାରେ ବଲି କହିଥିଲେ। ଏହେଦେ ଦିନୁ ଦିନ୍କେ ଜଂଗଲ ସଫା ହେଇଗଲା ବେଲେ ଇ କୁଲେର ଗଛ୍ ସଂଖ୍ୟା ବି କମ୍ତେଲ ଯାଉଛେ। ଯେନ୍ଥିରଲାଗି ଇ ଶାଗ୍ର ଦାମ୍ ବି ଫିବଛର ବଢ଼ତେଲ ଯାଉଛେ। ଆଘ ଯେନ୍ତା ଜଂଗଲେ ଯାହାକୁ ଯେତେ କୁଲେର ଗଛ୍ ଦେଖ୍ବାକେ ମିଲୁଥିଲା ଏହେଦେ ଭାଉଁରେ କିଁଦିରଲେ ଗୁଟେ କି ଜୁଡ଼େ ଗଛ୍ ଦେଖ୍ବାକେ ମିଲୁଛେ। ଜଂଗଲରେ ଇ ଗଛ୍ର ବଢ଼ତି ଲାଗି ସଭେ ଚେଷ୍ଟା କରବାର କଥା ବଲି ଆମ୍ବବାହାଲ ଗଁାର ରୂପଧର ନେଗୀ କହିଛନ୍।