ଋଷିକୁଲ୍ୟା ସହ ସଂଯୋଗୀକରଣ ହେଉନି ମହାନଦୀ : କେନ୍ଦ୍ର ଅବହେଳାକୁ ଦାୟୀ

ବ୍ରହ୍ମପୁର ଅଫିସ,୧୯ା୫-କୃଷି ପ୍ରଧାନ ଗଞ୍ଜାମ ଜିଲାର ବହୁବର୍ଷର ଦାବି ଋଷିକୁଲ୍ୟା ଓ ମହାନଦୀ ସଂଯୋଗୀକରଣ ହୋଇପାରିଲା ନାହିଁ। ବିଜେଡି ଓ ଭାଜପା ମେଣ୍ଟ ସରକାର ଅମଳରୁ ଏହି ପ୍ରସଙ୍ଗ ଉଠିଛି ା ଦାବିପୂରଣ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଖି ବୁଜି ଦିଆଯାଇଛି। ବିରୋଧୀ ଭାଜପାରେ ଥିବା ବେଳେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନଦୀ ସଂଯୋଗୀକରଣ ଲାଗି ତୀବ୍ର ସ୍ବର ଉତ୍ତୋଳନ କରିଥିଲେ ଏବଂ କାର୍ଯ୍ୟକାରୀ ହେଉ ନ ଥିବାରୁ ବିଜେଡି ସରକାର ଉପରେ ବର୍ଷୁଥିଲେ। ଘଟଣାଚକ୍ରରେ ଦଳ ବଦଳ କରି ପଣ୍ଡା ବିଜେଡିରେ ଯୋଗ ଦେଇ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ହେବା ସହ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଛନ୍ତି । ଏବେ ଦୁଇ ନଦୀ ସଂଯୋଗୀକରଣ ପାଇଁ କେନ୍ଦ୍ର ଅବହେଳାକୁ ସେ ଦାୟୀ କରିଛନ୍ତି। ଧରିତ୍ରୀ ସହ ଆଲୋଚନା ପ୍ରସଙ୍ଗରେ ପଣ୍ଡା ଏହା କହିଛନ୍ତି ।
ସୂଚନାଯୋଗ୍ୟ, ଏହି ଜିଲାର ସମୁଦାୟ ଜନସଂଖ୍ୟା ମଧ୍ୟରୁ ୭୦ ରୁ ୮୦ ପ୍ରତିଶତ କୃଷି କାର୍ଯ୍ୟକ୍ରମ ଉପରେ ନିର୍ଭର କରନ୍ତି । ୪.୧୧ ଲକ୍ଷ ହେକ୍ଟର ଚାଷ ଜମି ମଧ୍ୟରୁ ଏକ ଚତୁର୍ଥାଂଶକୁ ସେଚ ବ୍ୟବସ୍ଥା ହୋଇଛି ଏବଂ ଅବଶିଷ୍ଟ ଜମିକୁ ସଙ୍କଟ ଲାଗି ରହିଛି। ଶୀତ ଓ ଗ୍ରୀଷ୍ମ ଋତୁରେ ଋଷିକୁଲ୍ୟା ଶୁଷ୍କ ହୋଇଯାଉଛି ଏବଂ ବର୍ଷା ଋତୁରେ ବନ୍ୟାଜଳ ବଙ୍ଗୋପସାଗରକୁ ଯାଉଛି। ତେଣୁ ମହାନଦୀ ସହ ସଂଯୋଗୀକରଣ ହେଲେ ଋଷିକୂଲ୍ୟା ଚିରସ୍ରୋତା ହେବ ଓ କୃଷି ପାଇଁ ସେଚ ସୁବିଧା ସାଙ୍ଗକୁ ପିଇବା ପାଣି ସଙ୍କଟର ସ୍ଥାୟୀ ସମାଧାନ ହୋଇପାରିବ । କେବଳ ସେତିକି ନୁହେଁ ନଦୀ ସଂଯୋଗୀକରଣ ଦ୍ୱାରା ବନ୍ୟାଜଳ ମଧ୍ୟ ନିୟନ୍ତ୍ରଣ ହୋଇପାରିବ। ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲାର ଜୀବନ ରେଖା ହୋଇଥିବାରୁ ଏହାର ବିକାଶ ପାଇଁ ରାମ ପଣ୍ଡା ଗର୍ଜନ କରୁଥିଲେ।
ନଦୀ ସଂଯୋଗୀକରଣ ଦାବି ନେଇ ୨୦୦୭ ନଭେମ୍ବର ୩ରେ ଭାଜପା କୃଷକ ମୋର୍ଚ୍ଚା ବ୍ୟାନରରେ ଜିଲାର ସଦର ମହକୁମା ଛତ୍ରପୁରରେ ରାମ ପଣ୍ଡାଙ୍କ ନେତୃତ୍ୱରେ ବିଶାଳ କୃଷକ ରାଲି ଅନୁଷ୍ଠିତ ହୋଇଥିଲା। ହଜାର ହଜାର ଚାଷୀ ଏଥିରେ ସାମିଲ ହୋଇଥିଲେ। ଦ୍ୱିତୀୟ ମେଣ୍ଟ ସରକାରର କେତେକ ଭାଜପା ମନ୍ତ୍ରୀ ଓ ନେତା ବସ୍‌ଷ୍ଟାଣ୍ଡରେ ହୋଇଥିବା ସମାବେଶରେ ଉପସ୍ଥିତ ଥିଲେ। ଋଷିକୁଲ୍ୟା ସହ ମହାନଦୀ ସଂଯୋଗୀକରଣ ତୁରନ୍ତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହି ସମାବେଶରେ ସମୁଦ୍ରକୁ ଯାଉଥିବା ଋଷିକୁଲ୍ୟା ବନ୍ୟା ଜଳ ରୋକିବା ନିମନ୍ତେ ଉପନଦୀ ଖରଖରିରେ ଆନିକଟ ନିର୍ମାଣ ଲାଗି ଦାବି ହୋଇଥିଲା। ଏହାଦ୍ୱାରା ସବୁ ବର୍ଷର ମରୁଡ଼ି ଦାଉରୁ ରକ୍ଷା ମିଳିବାର ଦର୍ଶାଯାଇଥିଲା । କୃଷକ ସ୍ବାର୍ଥ ସମ୍ବଳିତ ସମସ୍ୟା ପ୍ରତି ରାଜ୍ୟ ସରକାର ଅଣଦେଖା କରୁଥିବା କଟାକ୍ଷ ମଧ୍ୟ କରାଯାଇଥିଲା। ମେଣ୍ଟ ସରକାରର ଭାଜପା ମନ୍ତ୍ରୀ ଓ ନେତାଙ୍କ ଏହି ଅଭିଯୋଗ ବେଶ୍‌ ରୋଚକ ହୋଇଥିଲା।
ବର୍ତ୍ତମାନର ଯୋଜନା ବୋର୍ଡ ସଦସ୍ୟ ପଣ୍ଡା ୨୦୦୦ ନିର୍ବାଚନରେ ଛତ୍ରପୁର ସେଗମେଣ୍ଟରୁ ଭାଜପା ପ୍ରାର୍ଥୀ ଭାବେ ଲଢ଼ି ବିଧାୟକ ହୋଇଥିଲେ। ଭାଗୁଆଳି ଶାସନ ଯୋଗୁ ବିଜେଡିରୁ ବାଚସ୍ପତି ଏବଂ ଉପବାଚସ୍ପତି ପଦ ଭାଜପା ଭାଗରେ ପଡ଼ିବାରୁ ସେ ପାଇଥିଲେ। ଦୁଇ ନଦୀ ସଂଯୋଗୀକରଣ ଲାଗି ସେ ବିଧାସଭାରେ ପ୍ରସଙ୍ଗ ଉଠାଇଥିଲେ। କେବଳ ସେତିକି ନୁହେଁ ସେତେବେଳର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦରବାର ପର୍ଯ୍ୟନ୍ତ ପଣ୍ଡା ଯାଇଥିଲେ। ତତ୍କାଳୀନ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ମଙ୍ଗଳା କିଷାନ ସଂଯୋଗୀକରଣ କରାଯିବା ସପକ୍ଷରେ ବିଧାନସଭାରେ ୨୦୦୩ ମାର୍ଚ୍ଚ ୨୫ରେ ଉତ୍ତର ରଖିଥିଲେ। ଏହାର ୧୫ ବର୍ଷ ବିତିଛି ଏବଂ ଯୋଜନାର ନଁା ଗନ୍ଧ ନ ଥିବାରୁ ଅନିଶ୍ଚିତ ହୋଇଯାଇଛି। ରାମ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ହୋଇଥିବାରୁ ସଂଯୋଗୀକରଣ ବାଟ ଫିଟିବାର ଆଶା କରାଯାଇଥିଲା। ତେବେ କେନ୍ଦ୍ରକୁ ଦୋଷ ଦେଇ ଏବେ ଚୁପ୍‌ ହୋଇଯାଇଥିବା ଚର୍ଚ୍ଚାର ବିଷୟ ପାଲଟିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ଉପଜିଲାପାଳଙ୍କ ଦ୍ବାରା ଚାଷୀ ସଚେତନତା ରଥ ଶୁଭାରମ୍ଭ, ଉପସ୍ଥିତ ଥିଲେ…

ଦିଗପହଣ୍ଡି,୧୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ରାଜସ୍ବ ଉପଖଣ୍ଡ ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ କପା ମଣ୍ଡି ପରିସରରୁ ସୋମବାର ଚାଷୀ ସଚେତନତା...

ଶବ ସତ୍କାର ପାଇଁ ମିଳିଲେନି ଲୋକେ, ମାନବିକତା ଦେଖାଇ ଆଗକୁ ଆସିଲେ…

ଭଞ୍ଜନଗର,୧୫।୧୨(ବାବୁଲା ପ୍ରଧାନ): ଦିନ ଥିଲା ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଲୋକଙ୍କ ମଧ୍ୟରେ ଏକତାର ଭାବ ଦେଖିବାକୁ ମିଳୁଥିଲା। କୌଣସି ଲୋକ ଅସୁବିଧାରେ ପଡ଼ିଲେ ସାହି...

ଦୋକାନ ଆଗରୁ ବାଇକ୍‌ ଚୋରିକରି ଛାଡ଼ିଥିଲେ ଗାଁ, ଫେରିବା ଜାଣି…

ଦିଗପହଣ୍ଡି,୧୫୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଏଏସଆଇ ସି. ତାରକେଶ୍ୱର ରାଓ ଲାଲମେଣ୍ଟା ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଭଗବାନ ପ୍ରଧାନଙ୍କୁ ବାଇକ ଚୋରି...

ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ ମା’-ପୁଅ: ଏବେ ଜେଲ୍‌ରେ…

ଦିଗପହଣ୍ଡି,୧୫।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ଏସ୍‌.ଚାଞ୍ଚଡାପଲ୍ଲୀ ଗ୍ରାମର ଗଗନ ପାତ୍ର ଏବଂ ତାଙ୍କ ସ୍ତ୍ରୀ ରାଜେଶ୍ୱରୀ ପାତ୍ରଙ୍କୁ ଘରେ ପଶି...

୨୦ ରୁ ୧୨୮୯ରେ ପହଞ୍ଚିଲାଣି: କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ

ଭଞ୍ଜନଗର,୧୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ୬୩ ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଯାଇଛି। ୧୯୬୩ ମସିହାରେ...

ବଞ୍ଚିବାକୁ ରାହା ଖୋଜୁଛନ୍ତି ବେସାହାରା ଭଉଣୀ-ଭାଇ

ଗଞ୍ଜାମ,୧୫।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରାଙ୍କ ଘର l ଦିନେଶ୍ୱର ମତ୍ସ୍ୟଜୀବି ପରିବାର...

ଭଞ୍ଜନଗରରେ ୨୦ରୁ ଜିଲାସ୍ତରୀୟ ଶିଶୁ ଉତ୍ସବ

ଭଞ୍ଜନଗର,୧୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଜିଲାସ୍ତରୀୟ ଶିଶୁ...

ପିକ୍‌ନିକ୍‌ ସାରି ଫେରିବା ବେଳେ ଦୁର୍ଘଟଣା: ଗାଡ଼ି ଭିତରେ ଥିଲେ…

ଛତ୍ରପୁର,୧୫ା୧୨(ଦିଲ୍ଲୀପ ସାମଲ): କୋରାପୁଟରୁ ପିକ୍‌ନିକ୍‌ ସାରି ନିମାପଡ଼ା ଫେରୁଥିବାବେଳେ ଏକ କାର୍‌ ଛତ୍ରପୁର ଜାତୀୟ ରାଜପଥ ଏକାମ୍ରମନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା ୧୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri