ଏଇ ଭାରତରେ

ବିହାରରେ ଜଣେ ଚାଷୀଙ୍କ ପୁଅଙ୍କୁ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ପାଇଁ ସମ୍ମାନଜନକ ଗ୍ରେନେଲ୍‌ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଗୟା ଜିଲାର ହମ୍‌ଜାପୁର ଗାଁର ଶଫିକୁର ରହମନଙ୍କୁ ପୁରସ୍କାର ସ୍ବରୂପ ୭୦ଲକ୍ଷ ଟଙ୍କା ପ୍ରଦାନ କରାଯିବ। ମହିଳାଙ୍କ ଅଧିକାର ଲାଗି ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଉକ୍ତ ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ। ସେ ୧୫ବର୍ଷ ବୟସରୁ ସାମାଜିକ କାର୍ଯ୍ୟ କରିଆସୁଛନ୍ତି। ବର୍ତ୍ତମାନ ସେ ହରିୟାଣା, ରାଜସ୍ଥାନ, ପଞ୍ଜାବ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଆଦି ରାଜ୍ୟରେ ନିଜର ସାମାଜିକ କାର୍ଯ୍ୟ ଜାରି ରଖିଛନ୍ତି। ଦେଶରେ ତାଙ୍କର ୭୦ଟି ଟିମ୍‌ ସାମାଜିକ କାର୍ଯ୍ୟରେ ଜଡ଼ିତ ରହିଛନ୍ତି। ୨୦୦୪ରେ ସେ ଦିଲ୍ଲୀରେ ଗୋତି ଶ୍ରମିକ ବିରୋଧୀ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ୨୦୦୬ରେ ସେ ‘ଏମ୍ପ୍‌ପାଓ୍ବାର୍ଡ ପିପଲ’ ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା ଗଠନ କରିଥିଲେ। ସେହିପରି କନ୍ୟାଭ୍ରୂଣ ହତ୍ୟାକୁ ବିରୋଧ କରି ସେ ୩ଶହ କିଲୋମିଟର ପଦଯାତ୍ରା କରିଛନ୍ତି। ଇତିମଧ୍ୟରେ ଶଫିକୁର ୫ହଜାରରୁ ଅଧିକ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଇ ସାରିଲେଣି। ଶଫିକୁରଙ୍କ ଏଭଳି ଜନହିତକର କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାପ୍ରଦ ନିଶ୍ଚୟ।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ କାର୍ଯ୍ୟ ସଂସ୍କୃତି

ଏକ ଘରୋଇ କମ୍ପାନୀର ଅଫିସ ଚାକିରିରେ ଅତ୍ୟଧିକ କାର୍ଯ୍ୟ କରିବା କାର୍ଯ୍ୟସ୍ଥଳର ବିଷାକ୍ତ ସଂସ୍କୃତିକୁ ପ୍ରଦର୍ଶିତ କରିଥାଏ; ଏହି ସଂସ୍କୃତି ଜଣେ ବ୍ୟକ୍ତିର ଜୀବନ ନେଇପାରେ...

ମହାକାଶ ପର୍ଯ୍ୟଟନ

ମହାକାଶ ପର୍ଯ୍ୟଟନ ସମସ୍ତ ଦୁଃସାହସିକ ଅଭିଯାନଠାରୁ ଅନେକ ପାଦ ଆଗରେ। ମହାକାଶରେ ମହାକାଶଚାରୀଙ୍କ ଅନୁଭୂତି ସାଉଁଟିବା ପାଇଁ ଉଦ୍ଦିଷ୍ଟ। ଯଦିଓ ଏପରି ଅନୁଭୂତି ଜୀବନରେ ଏକକ...

ଅପରାଧୀଙ୍କୁ ଘୋଡ଼ାଉଛି ଏସ୍‌ସିବି

ନିକଟରେ ଓଡ଼ିଶାର ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଏକ ରାଗିଂ ଘଟଣାରେ ୫ ଜଣ ଛାତ୍ରଙ୍କୁ ହଷ୍ଟେଲରୁ ତଡ଼ିଦିଆଯିବା ସହ...

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ...

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ...

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ...

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri