ଏଇ ଭାରତରେ

ବର୍ତ୍ତମାନ ଗ୍ରୀଷ୍ମଋତୁ ଜାରି ରହିଥିବାବେଳେ ଅନେକ ସ୍ଥାନରେ ଉତ୍କଟ ଜଳସଙ୍କଟ ସୃଷ୍ଟି ହୋଇଛି। ଏଥିପାଇଁ ଗୋଟିଏ ଗାଁର ପୁଅଙ୍କୁ ବାହାଘର କରିବା ମୁସ୍କିଲ ହୋଇପଡିଛି। କାରଣ ଏହି ଗାଁକୁ ଝିଅ ଦେବାକୁ ରାଜି ହେଉନାହାନ୍ତି କନ୍ୟାଘର। ଛତିଶଗଡ଼ର ବିଳାସପୁରରେ ଦେଖାଦେଇଛି ଏଭଳି ଜଳସଙ୍କଟ। ଏଥିପାଇଁ ଝିଅ ବିବାହ ଦେବାକୁ କନ୍ୟାଘର ଲୋକେ ଅମଙ୍ଗ ହେଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଆଦିବାସୀ ଗାଁ କାଢ଼ନିଆରେ ଏହି ସମସ୍ୟା ପାଇଁ ପୁଅଘର ଲୋକେ ସମସ୍ୟାରେ ପଡିଲେଣି। ପାଣି ଆଣିବା ପାଇଁ ଉକ୍ତ ଗାଁର ମହିଳାଙ୍କୁ ବଡ଼ିଭୋରରୁ ୫ କିଲୋମିଟର ଯିବାକୁ ପଡୁଛି। ତେଣୁ ଝିଅ ହନ୍ତସନ୍ତ ହେବା ଆଶଙ୍କା ଥିବାରୁ କନ୍ୟାଘର ଏଠାରେ ବାହାଦେବାକୁ ରାଜି ହେଉ ନ ଥିବା କୁହାଯାଉଛି। ଏହି ଗାଁରୁ ଝିଅମାନେ ବାହାର ଗାଁ ପୁଅଙ୍କ ସହିତ ବିବାହ କରୁଥିଲେ ମଧ୍ୟ ଅନ୍ୟ ଗାଁର ଝିଅ ଏଠାକୁ ବାହାହୋଇ ଆସିବାକୁ ଚାହୁଁନାହାନ୍ତି। କାଢ଼ନିଆ ଗାଁରେ ଶହେ ଆଦିବାସୀ ପରିବାର ବାସକରୁଛନ୍ତି। ଏଠାରେ ଭୂତଳ ଜଳସ୍ତର କମିଯାଉଥିବାରୁ ନଳକୂଅଗୁଡ଼ିକ ଶୁଖିଲା ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଫଳତାର ପ୍ରଥମ ପାହାଚ ଜିଜ୍ଞାସା

ମସ୍ତେ ସଫଳତାର ପଛରେ ଧାବମାନ। କିନ୍ତୁ ସଫଳତା ବିଶୁଦ୍ଧ ଯୋଜନା ଓ ଉପଯୁକ୍ତ କ୍ରିୟାନ୍ବୟନର ଫଳ ଶ୍ରୁତି । ସେଥିପାଇଁ ପ୍ରଥମ ପାହାଚ ହେଉଛି ଜିଜ୍ଞାସା।...

ଘରୋଇ ଶିକ୍ଷାର ଅନ୍ତରାଳେ

ସମ୍ପ୍ରତି ଶିକ୍ଷା ବ୍ୟବସ୍ଥାରେ ଘରୋଇକରଣର ତୀବ୍ରତା ଯେ ଅଧିକ ଏହାକୁ ସ୍ବୀକାର କରିବାକୁ ପଡ଼ିବ। ଗାଆଁରୁ ସହର ସବୁଠି, ପ୍ରାଥମିକରୁ ଉଚ୍ଚଶିକ୍ଷା ସବୁ ସ୍ତରରେ ଶିକ୍ଷା...

ଶିକ୍ଷା ପାଣ୍ଠି

ମାର୍ଚ୍ଚ ୧୦ ତାରିଖରେ ଲୋକ ସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାମିଲନାଡୁର ଡିଏମ୍‌କେ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଜାତୀୟ ଶିକ୍ଷାନୀତି (ଏନ୍‌ଇପି)...

ସମବାୟରେ ପରଦେଶୀ ନିଯୁକ୍ତି

ଦକ୍ଷିଣ ଆଫ୍ରିକା ନିକଟ ଭାରତ ମହାସାଗରରେ ମରିସସ୍‌ ଦେଶ କେତେକ ଛୋଟ ଛୋଟ ଦ୍ୱୀପକୁ ନେଇ ଗଠିତ। ୭ ସେପ୍ଟେମ୍ବର ୨୦୨୪ ମସିହା ସୁଦ୍ଧା ମରିସସ୍‌ର...

ଜନଜାତି ପର୍ଯ୍ୟଟନ: ବିକଳ୍ପ ଅର୍ଥନୀତି

୨୦୧୧ର ଏକ ପରିସଂଖ୍ୟାନକୁ ବିଶ୍ଲେଷଣ କଲେ ଜଣାଯାଏ ଯେ, ଓଡ଼ିଶାର ମୋଟ ଜନସଂଖ୍ୟାର ପ୍ରାୟ ଶତକଡ଼ା ୨୨.୮୪ ଭାଗ ହେଉଛନ୍ତି ଆଦିବାସୀ ଜନଜାତି ବର୍ଗର। ଏଠାରେ...

ମଣିପୁର ନିଆଁ ଲିଭୁନାହିଁ

ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌. ବୀରେନ୍‌ ସିଂ ଇସ୍ତଫା ଦେବାର ୪ ଦିନ ପରେ ୧୩ ଫେବୃଆରୀ ୨୦୨୫ରେ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା। ଅଶା...

ସମସ୍ୟା ସୃଷ୍ଟି କରାଯାଉଛି

ବିଶ୍ୱର ସବୁ ମଣିଷ ମିଳିତ ଭାବେ କେତେକ ସମସ୍ୟା ସୃଷ୍ଟି କରିଛନ୍ତି ଓ ସେମାନେ ଏକାଠି ସେଗୁଡ଼ିକୁ ସମାଧାନ କରିବା ଦରକାର। କେତେକ ସମସ୍ୟା ସ୍ଥାନୀୟ...

ପିତା ଓ ପିତା

ଚପଳ ବୟସ ବାବୁଲାର। ଚଗଲାମିରେ ସୀମା ଟପିଗଲାଣି। ସାହି ପଡ଼ିଶାଙ୍କର ସବୁବେଳେ ଅଭିଯୋଗ। ବୋଉ ଭାରି ବ୍ୟସ୍ତ। କେତେ ବୁଝାଏ। ବାପା ଦିନେ ରାଗି ପିଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri