ଏଇ ଭାରତରେ

ବୁଢ଼ା ବୟସରେ ସନ୍ତାନମାନେ ସାହାରା ହୋଇଥାନ୍ତି। କିନ୍ତୁ ଜଣେ ବୃଦ୍ଧ ଅନ୍ୟ ଅସହାୟ ବୃଦ୍ଧଙ୍କ ପାଇଁ ଆଶାବାଡି ପାଲଟିବା କିଛି କମ୍‌ କଥା ନୁହେଁ। ପଶ୍ଚିମବଙ୍ଗର ହାଓଡା ଜିଲାନିବାସୀ ତୁଳସୀରାମ ମନ୍ତ୍ରୀ ୫୦୦ ବୃଦ୍ଧଙ୍କୁ ପ୍ରତିମାସରେ ରାଶନ ସାମଗ୍ରୀ ଯୋଗାଉଛନ୍ତି। ତୁଳସୀରାମଙ୍କୁ ଏବେ ବୟସ ୬୮। ଏ ବୟସରେ ସେ ସାଥୀମାନଙ୍କ ସହଯୋଗରେ ଏଭଳି ମହତ୍‌ ସେବା ଜାରି ରଖିଛନ୍ତିି। ପ୍ରତି ମାସରେ ଏମାନେ ବୃଦ୍ଧମାନଙ୍କ ଘରେ ରାଶନ ସାମଗ୍ରୀ ପହଞ୍ଚାଉଛନ୍ତି। ୨୦୦୧ରେ ଛଗନଲାଲ ଭଡ଼କ ନାମକ ଜଣେ ବୃଦ୍ଧ ପ୍ରଥମେ ଏହି ଅଭିଯାନ ଆରମ୍ଭ କରିଥିଲେ ଓ ତାଙ୍କର ଏହି ମହତ୍‌ କାର୍ଯ୍ୟକୁ ଆଗକୁ ବଢାଇଛନ୍ତି ବୋଲି କୁହନ୍ତି ତୁଳସୀରାମ। ଆରମ୍ଭରୁ ଗୋଟିଏ ମାସରେ ୧୫ ଜଣ ବୃଦ୍ଧଙ୍କୁ ରାଶନ ସାମଗ୍ରୀ ଯୋଗାଇ ଦିଆଯାଉଥିଲା। ଧୀରେଧୀରେ ଏହା ବୃଦ୍ଧିପାଇ ଏବେ ୫୦୦ରେ ପହଞ୍ଚିଛି ଓ ଏମାନଙ୍କୁ ସେ ଜୀବନ ସାରା ରାଶନ ସାମଗ୍ରୀ ଯୋଗାଇଦେବା ପାଇଁ ଲାୟନ୍ସ କ୍ଲବ୍‌ ଅଫ୍‌ ଗ୍ରେଟର ବି-୨ ପକ୍ଷରୁ ‘ଫୁଡ୍‌ ଫର୍‌ ଲାଇଫ୍‌’ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଚାକିରି ଛାଡ଼ୁଛନ୍ତି କାହିଁକି

ନିକଟରେ ବିଶ୍ୱବ୍ୟାଙ୍କ୍‌ର ଗଣନାନୁଯାୟୀ ବିବାହ ପରେ ଚାକିରି ଛାଡୁଥିବା ମହିଳାଙ୍କ ସଂଖ୍ୟା ବୃଦ୍ଧିପାଉଥିବାରୁ ଆର୍ଥିିକ ସ୍ଥିତି ପ୍ରଭାବିତ ହେବା ଆଶଙ୍କା ଉପୁଜିଛି। ଭାରତ ପରି ଜନସଂଖ୍ୟାବହୁଳ...

ପରିବେଶ ଓ ପରିବାର

ପ୍ରକୃତି ଓ ପରିବେଶ ପରସ୍ପର ଓତପ୍ରୋତ ଭାବେ ଜଡ଼ିତ। ପରିବେଶ କହିଲେ ସାଧାରଣତଃ ଆମ ଚତୁଃପାର୍ଶ୍ୱରେ ଘେରି ରହିଥିବା ପ୍ରାକୃତିକ ଓ କୃତ୍ରିମ ଉପାଦାନ ସମୂହକୁ...

ତଦନ୍ତ ନା ପ୍ରତିଶୋଧ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ତତ୍ପରତା ପ୍ରକାଶ ପାଇଛି। ଏହି ସମୟରେ କ୍ୟାବିନେଟ୍‌ ମନ୍ତ୍ରୀ ତଥା ଭାଜପା ନେତା ଗିରୀଶ ମହାଜନଙ୍କ ବିରୋଧରେ ଆଇପିଏସ୍‌ ଅଧିକାରୀ...

ତର ସହୁ ନାହିଁ

ତର ସହୁ ନାହିଁ। ଅନୁରାଗର ଆକାଶରେ ସିନ୍ଦୂରା ଫାଟିଲାଣି। ସକାଳ ପରେ ସକାଳର ଜିଜ୍ଞାସା ଖିଅ ଧରୁଛି। ଏଠାରୁ ସେଠାଯାଏ, ସେଠାରୁ ଏଠାଯାଏ, ଏହି ଜିଜ୍ଞାସାର...

ଅର୍ଥନୀତିରେ ବାଉଁଶ

ନବ ସଭ୍ୟତାର ପ୍ରାରମ୍ଭରୁ ସାମ୍ପ୍ରତିକ ସମୟ ପର୍ଯ୍ୟନ୍ତ ବାଉଁଶର ବୈଶିଷ୍ଟ୍ୟ ଅପରିହାର୍ଯ୍ୟ। ୧୯୨୭ରେ ବ୍ରିଟିଶ୍‌ଶାସିତ ଭାରତରେ ଜଙ୍ଗଲ ଆଇନ ପ୍ରଣୀତ ହେଲା। ସେ ସମୟରେ ବାଉଁଶ...

ଦୀପାବଳିରେ ବିବିଧତା

ଉତ୍ତର ଭାରତର ଦିୱାଲି ବା ଦୀପାବଳି ପାଳନର ରାମାୟଣ ସହ ସମ୍ପର୍କ ରହିଛି। ଅଯୋଧ୍ୟାକୁ ରାମଙ୍କ ପ୍ରତ୍ୟାବର୍ତ୍ତନ ଉତ୍ସବ ଭାବରେ ଏହି ଦିବସ ପାଳନ କରାଯାଏ।...

କଏଦୀ ନମ୍ବର-୬୨୬୭୧୦

ଜେଲ ଭିତରେ ବନ୍ଦୀ ଥିବା ସବୁ ମଣିଷ କ’ଣ ଅପରାଧୀ? ସେମାନଙ୍କ ମଧ୍ୟରୁ କେତେକଙ୍କୁ ଅପରାଧୀ ବୋଲି ଶାସକ ଶ୍ରେଣୀର ରାଷ୍ଟ୍ରର ପୋଲିସ ଓ ମିଲିଟାରୀ...

ସସମ୍ମାନେ ଇଚ୍ଛାମୃତ୍ୟୁ

କଥାରେ ଅଛି, ”ମରଣଠାରୁ ଘୋଷରା ବଳେ“। ଏହାର ଅର୍ଥ ହେଲା, ମୃତ୍ୟୁ ଅପେକ୍ଷା ଏହା ପୂର୍ବର ରୁଗ୍‌ଣ ତଥା ଶଯ୍ୟାଶାୟୀ ଜୀବନ ଅଧିକ ଯନ୍ତ୍ରଣାଦାୟକ। ଆମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri