ଏଇ ଭାରତରେ

ଥରେ ଜଣେ ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା କହିଥିଲେ ‘ଯଦି ତୁମ ପାଖରେ କୌଣସି କାର୍ଯ୍ୟ କରିବାର ଦକ୍ଷତା ରହିଛି ତେବେ ତାହା ତୁମେ ମାଗଣାରେ କର ନାହିଁ’। କିନ୍ତୁ କେରଳର ଆଲୁଭାନିବାସୀ ସାଜି ଭାଲାସେରି ଏଥିରେ ଏକମତ ନୁହନ୍ତି। ସେ ଦିନବେଳା ଷ୍ଟିଲ୍‌ ଫର୍ନିଚର ତିଆରି କରି ପେଟ ପୋଷୁଥିଲେ ବି ତାଙ୍କ ମୂଳ ଲକ୍ଷ୍ୟ ରହିଛି ସୁଇମିଂ ମାଧ୍ୟମରେ ଖୁସି ବାଣ୍ଟିବା। ସେ ଏବେ ସ୍କୁୁଲ୍‌ ପିଲା, ବୟସ୍କ ତଥା ଦୃଷ୍ଟିବାଧିତଙ୍କୁ ମାଗଣାରେ ସୁଇମିଂ ପ୍ରଶିକ୍ଷଣ ଦେଉଛନ୍ତି। ୫ ବର୍ଷ ବୟସର ପିଲାଠାରୁ ଆରମ୍ଭ କରି ୬୫ ବର୍ଷର ବୃଦ୍ଧ ପର୍ଯ୍ୟନ୍ତ ସାଜିଙ୍କଠାରୁ ସୁଇମିଂ ଶିଖୁଛନ୍ତି। ଏକ ଦଶନ୍ଧି ହେବ ସେ ଏହି କାର୍ଯ୍ୟ କରିଆସୁଛନ୍ତି। ପ୍ରଥମେ ସାଜି ତାଙ୍କର ଓ ତାଙ୍କ ବନ୍ଧୁଙ୍କର ତିନି ଜଣ ପିଲାଙ୍କୁ ସୁଇମିଂ ଶିଖାଇବା ଆରମ୍ଭ କରିବା ପରେ ଏବେ ସୁଦ୍ଧା ୩୨୦୦ ଲୋକଙ୍କୁ ଏହା ଶିଖାଇ ସାରିଲେଣି। ବୟସ୍କମାନଙ୍କ ପାଇଁ ଡିସେମ୍ବରରୁ ମାର୍ଚ୍ଚ ଓ ପିଲାମାନଙ୍କ ଲାଗି ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ସେ ପ୍ରଶିକ୍ଷଣ ଦେଉଛନ୍ତି। ସୁଇମିଂ ଅଭ୍ୟାସ ଆଲୁଭା ନଦୀରେ ସକାଳ ୬ରୁ ୯.୩୦ ଯାଏ ଚାଲେ । ଅଭ୍ୟାସ ସମୟରେ ସୁରକ୍ଷା ପାଇଁ ସାଜି ଗୋଟିଏ ସେଫ୍ଟି ବୋଟ୍‌ ଓ ଗୋଟିଏ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି ଯାହା ସବୁବେଳେ ମିଳିଥାଏ। ସାଜିଙ୍କଠାରୁ ସୁଇମିଂ ଶିକ୍ଷା କରିବା ପରେ ମନୋଜ ନାମକ ଜଣେ ଦୃଷ୍ଟିବାଧିତ ବାଳକ କେରଳର ଦୀର୍ଘତମ ନଦୀ ପାର କରିପାରିଛନ୍ତି। ଏହା ସହ ମାଲୁ ସିକା ବି ଭେମ୍ବନାଦ ହ୍ରଦ ପାର କରିବାରେ ପ୍ରଥମ ମହିଳା ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପରିବେଶ ପ୍ରଦୂଷଣଜନିତ ବିପଦ ଦୂର କରିବା ପାଇଁ ଏବେ ବାଉଁଶ ତିଆରି ଜିନିଷ ଲୋକମାନଙ୍କର ପସନ୍ଦ ହେଉଛି। ବାଉଁଶରେ ଘର ତିଆରି ହେଉଛି। ଏହା ସହ...

ଜହ୍ନ ଓ ଶୈଶବ

ଜହ୍ନ ଗୋଟେ ନାଆ ନୁହେଁ, ଜହ୍ନ ଗୋଟେ ଗାଁ। ସେ ଆମ ହସ ଲୁହରୁ ଆରମ୍ଭ କରି ପ୍ରେମ ପ୍ରଣୟର ଏକ ସାମଗ୍ରିକ ଜୀବନ୍ତ ରୂପଚିତ୍ର...

ଗୋବର ଘଷିରେ ଶବଦାହ ବନାମ ଜୈବ ଚାଷ

ସ୍ବର୍ଗଦ୍ବାରରେ ଏଣିକି କାଠ ବଦଳରେ ଗୋବର ଘଷିରେ ଶବଦାହ ହେବ ବୋଲି ନିକଟରେ ସରକାର ସୂଚନା ଦେଇଛନ୍ତି। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବଦାହରେ ବ୍ୟବହାର...

ଚମକ ଚାଲିଯାଇଛି

ଆମେରିକୀୟ ସାମ୍ବାଦିକ ବବ୍‌ ଉଡ୍‌ୱାର୍ଡ (ଓ୍ବାଟରଗେଟ ଦୁର୍ନୀତିର ରିପୋର୍ଟ ପାଇଁ ପ୍ରସିଦ୍ଧ) ବିଲ୍‌ କ୍ଲିଣ୍ଟନ୍‌ଙ୍କ ପରଠାରୁ ଆମେରିକାର ରାଷ୍ଟ୍ରପତିମାନଙ୍କ କାର୍ଯ୍ୟକାଳ ଏବଂ ଘଟଣାଗୁଡ଼ିକ ବିଷୟରେ ବହି...

ପଦ ମର୍ଯ୍ୟାଦା

ଆଜିର ସମୟରେ ବିଭିନ୍ନ ପଦପଦବୀରେ ଆସୀନ ବ୍ୟକ୍ତିବିଶେଷ ସେହିି ପଦର ମର୍ଯ୍ୟାଦା ରକ୍ଷା କରିବା ପ୍ରତି ଆଦୌ ସଚେତନ କିମ୍ବା ଯତ୍ନବାନ୍‌ ହେଉ ନ ଥିବା...

ରତନ ଟାଟାଙ୍କ ବ୍ୟକ୍ତିତ୍ୱ ଅନେକ ପିଢ଼ି ପାଇଁ ପ୍ରେରଣା

ରତନ ଟାଟା ଆମକୁ ଛାଡ଼ି ଚାଲିଯିବାର ଗୋଟିଏ ମାସ ବିତିଗଲାଣି। କୋଳାହଳପୂର୍ଣ୍ଣ ମହାନଗର ଓ ଛୋଟ ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ, ତାଙ୍କର ଅନୁପସ୍ଥିତି...

ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଡେମି-ଅଫିସିଆଲ(ଡିଓ) ଚିଠି ପଠାଇବାର ଅନେକ ଦଶନ୍ଧିର ପୁରୁଣା ଅଭ୍ୟାସକୁ ଉଜାଗର କରିଛନ୍ତି। ବାବୁ ସାମ୍ରାଜ୍ୟର ଆଭ୍ୟନ୍ତରୀଣ କାର୍ଯ୍ୟ ସହ ଜଡ଼ିତ...

ଏଇ ଭାରତରେ

ପଞ୍ଜାବର ଭଟିଣ୍ଡା ଜିଲାର ବାଲୋ ଗାଁର ବୟସ୍କମାନେ ସେମାନଙ୍କ ପରିଚୟ ନିଶ୍ଚିତ କରିବାକୁ ଆଉ ଟିପଚିହ୍ନ ଦେଉନାହାନ୍ତି। ସେମାନେ ସାକ୍ଷର ହୋଇ ପଞ୍ଜାବୀ କିମ୍ବା ଇଂଲିଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri