କାଠରେ ବିଭିନ୍ନ କଳାକୃତି ତିଆରି କରୁଥିବା ବ୍ୟକ୍ତି କାଠର ସାଇକେଲ ତିଆରି କରିବା କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ପଞ୍ଜାବ ଜିରାକପୁର ନିବାସୀ ଧନୀରାମ ଶଗୁ । ତାଙ୍କୁ ଏବେ ବସୟ ୪୦। ଘରେ ବର୍ଜ୍ୟ ଭାବେ ପଡିଥିବା ପ୍ଲାଏଉଡ୍କୁ ଉପଯୋଗ କରି ସେ ସାଇକେଲ ତିଆରି କରିଛନ୍ତି। ଏଥିତ୍ପାଇଁ ତାଙ୍କୁ ୪ ମାସ ଲାଗିଯାଇଛି। ଏହି ସାଇକେଲକୁ ସେ ୧୫,୦୦୦ ଟଙ୍କାରେ ବିକ୍ରି କରିଛନ୍ତି। ପିଲାବେଳୁ ସେ କାଠ କାମରେ ଦକ୍ଷ ହୋଇଥିବାରୁ ତାଙ୍କୁ ଏଭଳି ସାଇକେଲ ଗଢିବା ସହଜ ହୋଇଥିଲା। ଏହି ସାଇକେଲର ଓଜନ ୨୦ କେ.ଜି. ଓ ଏହା ୧୫୦ କେ.ଜି. ଓଜନର ଜିନିଷ ନେଇପାରୁଛନ୍ତି। ଉକ୍ତ ସାଇକେଲରେ ବ୍ୟବହୃତ କାଠ ଜଳ ପ୍ରତିରୋଧୀ। ଧନୀରାମଙ୍କ ପାଖକୁ କାଠ ସାଇକେଲ ତିଆରି କରିବା ଲାଗି ଆମ ଦେଶ ସମେତ ଦକ୍ଷିଣ ଆଫ୍ରିକା ଓ କାନାଡାରୁ ଏବେ ସୁଦ୍ଧା ସେ ୧୦ ଅର୍ଡର ପାଇସାରିଛନ୍ତି। ସେ ତିନି ସପ୍ତାହରେ ଗୋଟିଏ କାଠ ସାଇକେଲ ନିର୍ମାଣ କରି ପାରୁଛନ୍ତି ବୋଲି କହନ୍ତି ଧନୀରାମ ।