ଏଇ ଭାରତରେ

ଈଶ୍ୱର ସର୍ବବ୍ୟାପକ ବୋଲି ଅନୁଭବ କରନ୍ତି ବିହାର ନାଳନ୍ଦା ଜିଲାର ମାଢି ଗ୍ରାମବାସୀମାନେ। ସେମାନେ ମନ୍ଦିର, ମସ୍‌ଜିଦ, ଗିର୍ଜା, ଗୁରୁଦ୍ୱାର ସବୁଠି ଈଶ୍ୱର ସତ୍ତା ଉପଲବ୍ଧିି କରନ୍ତି। ବହୁଦିନ ତଳେ ମାଢ଼ିରେ ହିନ୍ଦୁ ମୁସଲମାନ ଏକାଠି ରହୁଥିଲେ ଓ ମୁସଲମାନମାନେ ସେଠାରେ ଏକ ମସ୍‌ଜିଦ ନିର୍ମାଣ କରିଥିଲେ। କାଳକ୍ରମେ ସବୁ ମୁସଲମାନ ଗାଁ ଛାଡି ଚାଲିଗଲେ। ମୁସଲମାନ୍‌ମାନେ ଚାଲିଗଲା ପରେ ମସ୍‌ଜିଦର ଦାୟିତ୍ୱ ହିନ୍ଦୁମାନେ ନେଇଛନ୍ତି। ମସ୍‌ଜିଦ୍‌ରେ ପ୍ରତିଦିନ ହିନ୍ଦୁମାନେ ୫ଥର ନମାଜ ପଢୁଛନ୍ତି। କୌଣସି ସମସ୍ୟା ଆସିଲେ ସେମାନେ ମସ୍‌ଜିଦରେ ପ୍ରାର୍ଥନା ବି କରନ୍ତି। ହିନ୍ଦୁମାନେ ‘ଅଜାନ୍‌’ ଜାଣିି ନ ଥିବାରୁ ସେମାନେ ‘ଅଜାନ’ର ରେକର୍ଡିଂ ବଜାଉଛନ୍ତି। ଏହି ମସଜିଦକୁ ପ୍ରାୟ ୨୦୦ ବର୍ଷ ହେବ। କିନ୍ତୁ ଈଶ୍ୱର-ଆଲ୍ଲା ‘ଏକ’ ଭାବନାରେ ସେମାନେ ସକାଳେ ଓ ସନ୍ଧ୍ୟାରେ ମସ୍‌ଜିଦ ସଫା କରୁଛନ୍ତି ଓ ନମାଜ ପଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିର ଚକ୍ରବ୍ୟୂହ

ଓଡ଼ିଶା ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ। ହେଲେ ଦୁର୍ନୀତି ଓଡ଼ିଶାର ଅଭିବୃଦ୍ଧିକୁ ବାଧା ଦେଉଛି। ଦୁର୍ନୀତି ରୂପକ ସଂକ୍ରାମକ ବ୍ୟାଧିଟି ସମାଜର ପ୍ରତିଟି ସ୍ତରରେ ବିସ୍ତାରିତ ହୋଇସାରିଛି।...

ସୁସ୍ବାଗତଂ

ଆମ ଓଡ଼ିଶାର ରାଜଧାନୀ ସହରରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ଏଥିରେ ଯୋଗଦେବାକୁ ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରବାସୀ ଓ...

ଜାରଓ୍ବା ବଞ୍ଚାଅ

ଭାରତର ୮ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଆଣ୍ଡାମାନ ନିକୋବର ଦ୍ୱୀପମାଳ ଅନ୍ୟତମ। ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ୧ ନଭେମ୍ବର ୧୯୫୬ରେ ଗଠନ କରାଯାଇଥିଲା। ୫୭୨ଟି ଦ୍ୱୀପକୁ...

ଏଇ ଭାରତରେ

ଅନାଥଙ୍କ ସାହାରା ପାଲଟିଛନ୍ତି ଲାମା ଥୁପଟେନ ଫୁନଷ୍ଟୋକ। ଅରୁଣାଚଳ ପ୍ରଦେଶରେ ସେ ମଞ୍ଜୁଶ୍ରୀ ବିଦ୍ୟାପୀଠ ପ୍ରତିଷ୍ଠା କରି ୩୦୦ ଅନାଥ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେଠାରେ...

କ୍ଷତିପୂରଣ ନା ତୁଷ୍ଟୀକରଣ

ବିଧାନସଭାରେ ଗୃହୀତ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ରେ ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥ ଉପରକୁ ଭକ୍ତଙ୍କୁ ବାରଣ ଯୋଗୁ ଦଇତା ସେବକମାନଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଥିବା ଖବର...

ଜୀବନରେ ଚାପର ତାପ

ପ୍ରତ୍ୟେକ ବସ୍ତୁ ଓ ବ୍ୟକ୍ତିର ନିଜସ୍ବ ଚାପ ଓ ଚାପଶକ୍ତି ରହିଛି। ବିଜ୍ଞାନରେ ବାୟୁଚାପ ଓ ଜଳଚାପ ପଢ଼ିଛେ। ଗ୍ଲାସରେ ଜଳପୂର୍ଣ୍ଣ କରି ତା’ ଉପରେ...

ଭାଇରସ୍‌ ଖେଳ

କୋଭିଡ୍‌-୧୯ ବା କରୋନା ଭୂତାଣୁ ସଂକ୍ରମଣ ସାମ୍ନାକୁ ଆସିବାର ୫ବର୍ଷ ପରେ ଏବେ ହ୍ୟୁମାନ ମେଟା ନ୍ୟୁମୋ ଭାଇରସ୍‌ (ଏଚ୍‌ଏମ୍‌ପିଭି) ସଂକ୍ରମଣକୁ ନେଇ ନୂଆ ପରିସ୍ଥିତି...

ଏଇ ଭାରତରେ

ସହରର ଡମ୍ପୟାର୍ଡ କଥା ଶୁଣିଲେ ଲୋକେ ନାକ ଟେକନ୍ତି। ସେହି ପୂତ୍ତିଗନ୍ଧମୟ ସ୍ଥାନ ବାଟ ଦେଇ ଯିବାକୁ ଘୃଣା କରନ୍ତି। କିନ୍ତୁ ମାଙ୍ଗାଲୋର ବାସିନ୍ଦା ଜିଥ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri