ଏଇ ଭାରତରେ

କମ୍‌ ବୟସରେ ବବିତା ରାଜପୁତଙ୍କ କାର୍ଯ୍ୟ ଖୁବ୍‌ ପ୍ରେରଣାଦାୟକ। ମଧ୍ୟପ୍ରଦେଶର ଅଗୋଥା ଗାଁରେ ରହନ୍ତି ବବିତା। ବହୁ ବର୍ଷ ଧରି ଶୁଖିଲା ପଡ଼ିଥିବା ଏକ ୭୦ ଏକର ବିଶିଷ୍ଟ ହ୍ରଦକୁ ସେ ପୁନରୁଦ୍ଧାର କରିବାକୁ ସକ୍ଷମ ହୋଇଛନ୍ତି। ସେ ପାହାଡ଼ ପାଦଦେଶରେ ୧୨ ଫୁଟ ଚଉଡ଼ା ଏବଂ ୧୦୭ ମିଟର ଲମ୍ବର ଏକ ନାଳ ଖୋଳି ପାହାଡ଼ରୁ ବୋହିଯାଉଥିବା ବର୍ଷାପାଣିକୁ ହ୍ରଦରେ ଠୁଳ କରୁଛନ୍ତି। ବବିତା ‘ଜଳ ସାଥୀ ଗ୍ରୁପ୍‌’ ଗଠନ କରି ତା’ ମାଧ୍ୟମରେ ନାଳ ଖୋଳିବା କାର୍ଯ୍ୟ ସମ୍ପାଦନ କରିପାରିଛନ୍ତି। ସେ ଏହି ଗ୍ରୁପ୍‌ରେ ୧୨ଟି ଗାଁର ୨୦୦ ମହିଳାଙ୍କୁ ସାମିଲ କରିଛନ୍ତି। ନାଳରେ ଯେତିକି ବର୍ଷା ଜଳ ଆସୁଛି ସେଥିରେ ହ୍ରଦର ୪୦% ପୂରଣ ହେଉଛି ଓ ଅଧିକ ବର୍ଷା ହେଲେ ହ୍ରଦ ପୂରା ହେବ ବୋଲି କହନ୍ତି ବବିତା। ଶୁଖିଲା ହ୍ରଦକୁ ଜବରଦଖଲରେ ରଖିଥିବା ଲୋକମାନେ ପ୍ରଥମେ ବବିତାଙ୍କୁ ବିରୋଧ କରିଥିଲେ ବି ସେମାନେ ପରେ ତାଙ୍କ ସଫଳତାକୁ ପ୍ରଶଂସା କରିଛନ୍ତି। ଏବେ ହ୍ରଦ ନିକଟ କ୍ଷେତରେ ଚାଷ କରାଯାଉଛି ଓ ମରୁଡ଼ି ସମସ୍ୟା ଦୂର ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିବିଧତାର ଦେଶ ଭାରତ। ଏଠାରେ ଧର୍ମର ବିବିଧତା ଥିବା ବେଳେ ପର୍ବପର୍ବାଣିରେ ମଧ୍ୟ ଏହା ଲକ୍ଷ୍ୟ କରାଯାଏ। ସେଥିମଧ୍ୟରେ ଉତ୍ତରାଖଣ୍ଡରେ ପାଳନ ହେଉଥିବା ବଟର ଫେଷ୍ଟିଭାଲ...

ଅନ୍ଧଭକ୍ତି ନୁହେଁ ଈଶ୍ୱର ଭକ୍ତି

କିଛି ମାସ ତଳେ ଉତ୍ତରପ୍ରଦେଶର ହାଥ୍‌ରାସରେ ଏକ ସତ୍‌ସଙ୍ଗରେ ଦଳାଚକଟା ଘଟି ୧୨୧ ଜଣ ମୃତ ଏବଂ ୨୮ ଜଣ ଆହତ ହୋଇଥିଲେ; ଯେଉଁଥିରେ ମହିଳା...

ସାମ୍‌ନାରେ ସମସ୍ୟା ଅନେକ

ସମସ୍ତେ କ୍ଷମତାକୁ ଭଲ ପାଆନ୍ତି ଏବଂ କ୍ଷମତା ବଜାୟ ରଖିବାକୁ ଚାହାନ୍ତି। ଦଳମତ ନିର୍ବିଶେଷରେ ସବୁ ରାଜନୈତିକ ଦଳ ପ୍ରଚାରରେ ଲିପ୍ତ ରୁହନ୍ତି। କିନ୍ତୁ ବର୍ତ୍ତମାନ...

ବିଷାକ୍ତ ଔଷଧ

ଦି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ବା ଭାରତର ଔଷଧ ମହାନିରୀକ୍ଷକ ନିକଟରେ ୧୬ଟି ଔଷଧକୁ ବିଷାକ୍ତ ଘୋଷଣା କରିଛନ୍ତି। ସେହିସବୁ ଔଷଧ...

ଏଇ ଭାରତରେ

କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ପ୍ରତିବନ୍ଧକ ହାର୍‌ମାନେ। ଯାହାର ଉଦାହରଣ ସାଜିଛନ୍ତି ଉତ୍ତରାଖଣ୍ଡ ବାଗେଶ୍ୱର ଅଞ୍ଚଳ ନିବାସୀ ମମତା କାର୍କି।...

ନୀରବଦ୍ରଷ୍ଟା

ଅନେକ ସମୟରେ ଆଖିଆଗରେ କିଛି ଗୋଟେ ଘଟଣା କି ଦୁର୍ଘଟଣା ଘଟୁଥିବା ବେଳେ କିଛି ଲୋକ ନୀରବରେ ଏ ଦୃଶ୍ୟ ଉପଭୋଗ କରୁଥିବାର ଦେଖିବାକୁ ପାଇବେ।...

ପେଜର ବିସ୍ଫୋରଣରୁ ଶିକ୍ଷା

ଇସ୍ରାଏଲ-ହମାସ ଯୁଦ୍ଧ ଏବେ କଡ଼ ଲେଉଟାଇ ଇସ୍ରାଏଲ୍‌-ହେଜ୍‌ବୋଲ୍ଲା ଯୁଦ୍ଧର ରୂପ ନେଲାଣି। ଇସ୍ରାଏଲ ଅଭିନବ ବୁଦ୍ଧି ଖଟାଇ ଲେବାନନରେ କରିଥିବା ପେଜର, ଓ୍ବାକିଟକି ଏବଂ ପରବର୍ତ୍ତୀ...

ସ୍କୁଲ ମାଷ୍ଟରଙ୍କୁ ପତ୍ରଟିଏ

ସମ୍ମାନନୀୟ ଗୁରୁଜୀ, ମୋର ନମସ୍କାର ନେବେ। ଅନେକ ଭାବିଚିନ୍ତି ପତ୍ରଟିଏ ଲେଖିଲି। ମନକୁ ଆସୁଥିବା କଥାଗୁଡ଼ିକ ଏକାଥରକେ ସଜାଡ଼ି କହିବା ସମ୍ଭବ ନୁହେଁ ବୋଲି ପତ୍ର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri