ଏଇ ଭାରତରେ

ସିଲାଇ କାର୍ଯ୍ୟ ବା ଟେଲରିଂରେ ସୌରଶକ୍ତି ଉପଯୋଗ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଝାଡ଼ଖଣ୍ଡର କନିଜ ଫତିମା। ସେ ତାଙ୍କ ସ୍ବାମୀଙ୍କ ସହ ଏହିି ବିଜ୍‌ନେସରୁ ଏବେ ଅଧିକ ଲାଭ ପାଉଛନ୍ତି। ଝାଡ଼ଖଣ୍ଡ ରାମଗଡ଼ ଜିଲା ମାଗନପୁର ଗାଁରେ ରହନ୍ତି ଏହି ଦମ୍ପତି। ସେମାନେ ଟେଲରିଂରୁ ପ୍ରଥମେ ଦିନକୁ ୧୫୦ ଟଙ୍କା ପାଉଥିବାବେଳେ ଏବେ ତିନିଗୁଣ ରୋଜଗାର କରୁଛନ୍ତି। ସେମାନେ ଘର ଛାତରେ ସୋଲାର ପ୍ୟାନେଲ ସେଟ୍‌ କରିଛନ୍ତି ଓ ଉପତ୍ାଦିତ ଶକ୍ତିକୁ ବିଜ୍‌ନେସରେ ଲଗାଇବା ସହ ଘରର ଶକ୍ତି ଚାହିଦା ମଧ୍ୟ ପୂରଣ କରୁଛନ୍ତି। ଏବେ ୨୪ ଘଣ୍ଟା ଶକ୍ତି ପାଉଛନ୍ତି। ସେହିଭଳି ଉତ୍ତର କର୍ନାଟକର ଅଗସାଲକଟା ଗାଁର ରୋଜି ଲୁଇସ ଡବାଲେ ସୌରଶକ୍ତି ଚାଳିତ ମେଶିନରେ ରୁଟି କରି ବ୍ୟବସାୟ କରୁଛନ୍ତି । ସେ ମଧ୍ୟ ନିଜ ଘରେ ସୌରଶକ୍ତି ଉପତ୍ାଦନ କରୁଛନ୍ତି। ରୋଜି ଜଣେ ସ୍ବାସ୍ଥ୍ୟକର୍ମୀ ହୋଇ ମଧ୍ୟ ସୋରଶକ୍ତି ଉପତ୍ାଦନ ଓ ତା’ ମାଧ୍ୟମରେ ରୁଟି କରି ଆୟ ବଢ଼ାଇବା କାର୍ଯ୍ୟ ଅନ୍ୟ ଭାରତୀୟ ମହିଳାଙ୍କୁ ସ୍ବାବଲମ୍ବୀ ହେବା ପାଇଁ ବାଟ ଦେଖାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ...

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ...

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ...

ଏଇ ଭାରତରେ

କୃଷି ପାଇଁ ରସିକ ନାକୌମଙ୍କୁ ଶିକ୍ଷକ ଚାକିରି ଛାଡ଼ିବାକୁ ପଡ଼ିଛି। ସେ ବିନା ମାଟିରେ ଅର୍ଥାତ୍‌ କେବଳ ପାଣିରେ(ହାଇଡ୍ରୋପୋନିକ) ପଦ୍ଧତିରେ ଚାଷ କରିବା ସହ ଗତ...

ଅଦୃଶ୍ୟ ସୈନିକ

ରଙ୍ଗବେରଙ୍ଗ ଫୁଲରେ ଭରିଯାଇଥିଲା ବଗିଚା। ପ୍ରଜାପତି ଓ ମହୁମାଛିମାନଙ୍କ ଗୁଣୁଗୁଣୁ ସଙ୍ଗୀତ ପରିବେଶକୁ ଅଧିକ ମତୁଆଲା କରୁଥିଲା। ସେ ବାଟ ଦେଇ ଯାଉଥିବା ପଥିକମାନେ ମଧ୍ୟ...

ଭୋଗରେ ଧର୍ମୀୟ ଭାବନା

ସେପ୍ଟେମ୍ବର ୧୮(୨୦୨୪)ରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଲେ, ତିରୁପତି ତିରୁମାଲା ମନ୍ଦିରରେ ଲଡୁ ପ୍ରସାଦ ତିଆରିରେ ଗାଈଘିଅ ସାଙ୍ଗରେ ଗୋରୁ ଓ ଘୁଷୁରିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri