କୋଲକାତା,୧୯।୬- ଅନ୍ତର୍ଜାତୀୟ ତୀରନ୍ଦାଜୀ ସଂସ୍ଥା ଆର୍ଚେରୀ ଆସୋସିଏଶନ ଅଫ୍ ଇଣ୍ଡିଆ (ଏଏଆଇ)କୁ ସଦସ୍ୟ ତାଲିକାରୁ ବାଦ୍ ଦେଇଛିି। ଗୋଟିଏ ମାସ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା କରାଯାଉ ନ ହେଲେ ବାସନ୍ଦ ହେବା ପାଇଁ ପ୍ରସ୍ତୁତ ରୁହ। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରାଯିବ ବୋଲି ଓ୍ବାଲ୍ଡ ଆର୍ଚେରୀ (ଡବ୍ଲ୍ୟୁଏ) ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଏଏଆଇର ବିବାଦୀୟ ନିର୍ବାଚନ ମାମଲା ସୁପ୍ରିମକୋର୍ଟରେ ଶୁଣାଣି ଅପେକ୍ଷାରେ ରହିଛି। ଡବ୍ଲ୍ୟୁଏ ସଦସ୍ୟ ତାଲିକାରୁ ବାଦ୍ ପଡ଼ିଥିଲେ ମଧ୍ୟ ଭାରତୀୟ ତୀରନ୍ଦାଜ ଅନ୍ତର୍ଜାତୀୟ ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ। ଏଏଆଇ ବିଶ୍ୱ ଆର୍ଚେରି ସମ୍ବିଧାନର ୧.୪.୨.୪. ଓ ୧.୪.୨.୫.୧. ଧାର ଭାଙ୍ଗିଥିବାର ଯଥେଷ୍ଟ ପ୍ରମାଣ ମିଳିଛି। ଏଣୁ ଡବ୍ଲ୍ୟୁଏ କାର୍ଯ୍ୟକାରୀ ବୋର୍ଡ ସଦସ୍ୟ ପଦରେ ଏଏଆଇକୁ ବାଦ୍ ଦେବାକୁ ନିଷ୍ପତ୍ତି ନେଇଛି ବୋଲି ଦୁଇ ଫର୍ଦ୍ଧ ବିଶିଷ୍ଟ ନିଷ୍ପତ୍ତିରେ ପ୍ରକାଶ କରାଯାଇଛି।