ଏକ ଚେତାବନୀ

ଦେଶର ଗୋଟିଏ ଭାଗରୁ ଆଉ ଏକ ଭାଗକୁ ନିଜ ଘର ଅଭିମୁଖେ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ହୃଦୟବିଦାରକ ଦୃଶ୍ୟ କୋଭିଡ୍‌-୧୯ ମହାମାରୀ ଚାଲିଗଲା ପରେ ଆମ ସମସ୍ତଙ୍କର ମନେ ରହିବ। ସାଧାରଣ ପରିବହନ ବ୍ୟବସ୍ଥା ନଥିବାବେଳେ ଏହି ଦୁର୍ବଳଶ୍ରେଣୀର ଲୋକମାନେ ସେମାନଙ୍କର ଅଳ୍ପ କିଛି ଜିନିଷପତ୍ର ଧରି ହଜାର ହଜାର କିଲୋମିଟର ଚାଲି ଚାଲି ଯାଉଛନ୍ତି। ବିନା ଖାଦ୍ୟ ଓ ସହାୟତାରେ କେତେକ ସାଇକେଲରେ ଯାଉଛନ୍ତି ତ ଆଉ କିଛି ବାଟରେ ପୋଲିସ ନିର୍ଯାତନାର ସାମ୍‌ନା କରୁଛନ୍ତି। ଆଉ କେତେକଙ୍କୁ ଅସହ୍ୟ ଖରାରେ ଆଣ୍ଠେଇ ଆଣ୍ଠେଇ ଯିବା ଲଗି ବାଧ୍ୟ କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି, ଯାହା ମାନବିକତା ଦୃଷ୍ଟିରୁ କରିବା ଉଚିତ ନୁହେଁ। ସେମାନଙ୍କ ବିଷଣ୍ଣ ମୁଖ କୋଭିଡ୍‌-୧୯ ବିପର୍ଯ୍ୟୟର ପରିଦୃଶ୍ୟ ପ୍ରତୀକ। ରାସ୍ତାରେ ପ୍ରବାସୀ ଶମିକମାନେ ମୃତକଙ୍କୁ ଛାଡି ଚାଲିଯାଉଥିବା ଜଣାପଡିଛି। କେତେକଙ୍କ ଉପରେ ଟ୍ରେନ ମାଡିଯିବା କିମ୍ବା ରାସ୍ତାରେ ମରିଯିବା ଖବର ଆସିବାରେ ଲାଗିଛି। ମେ’ ୧ରୁ ଭାରତୀୟ ରେଳ କେବଳ ୧୫୬୫‘ଶ୍ରମିକ ସ୍ପେଶାଲ’ ଟ୍ରେନ ଚଲାଇ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇ ପାରିଛି। ୧୯୪୭ର ଭାରତ-ପାକିସ୍ତାନ ବିଭାଜନ ପରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଏତେ ସଂଖ୍ୟକ ଲୋକ ଯବା କେବେ ବି ଦେଖାଯାଇ ନ ଥିଲା। ଆର୍ଥିକ ଦୃଷ୍ଟିକୋଣରୁ ଭାରତରେ ସମାନତା ଦେଖିବାକୁ ମିଳେନି। ଏଠାରେ ମହାରାଷ୍ଟ୍ର,ଗୁଜରାଟ, ତାମିଲନାଡୁ ଭଳି କେତେକ ରାଜ୍ୟ ଆର୍ଥିକ ଦୃଷ୍ଟି କୋଣରୁ ଉନ୍ନତ ଥିବା ବେଳେ ବିହାର, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି କେତେକ ରାଜ୍ୟ ଗରିବ। ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଲୋକମାନଙ୍କ ମୁଣ୍ଡପିଛା ଆୟ ପଶ୍ଚିମାଞ୍ଚଳ ରାଜ୍ୟଗୁଡିକ ତୁଳନାରେ ବହୁତ କମ୍‌। ଏଣୁ ଭଲ ଚାକିରି କରିବା ପାଇଁ ବହୁ ସଂଖ୍ୟାରେ ଲୋକ ପଶ୍ଚିମାଞ୍ଚଳ ରାଜ୍ୟଗୁଡିକୁ ଯାଇଥାଆନ୍ତି। କାର୍ଯ୍ୟସ୍ଥଳୀ ନିକଟରେ ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ଭଳି ମୌଳିକ ସୁବିଧା ନଥିତ୍ବା ବସ୍ତିରେ ସେମାନେ ଏକାଠି ରହନ୍ତି। ଯେତେବେଳେ କୋଭିଡ୍‌-୧୯ ପ୍ରଭାବରେ ଶିଳ୍ପ ଓ କାରଖାନା ବନ୍ଦ ହୋଇଗଲା ସେତେବେଳେ ଏହି ଶ୍ରମିକମାନେ ପ୍ରଥମେ ମହାମାରୀର ଆଘାତ ସହିଲେ। ସେମାନେ ସେମାନଙ୍କ ଚାକିରି ହରାଇଲେ। ସେମାନଙ୍କ ପାଖରେ ଅଳ୍ପ କିଛି ଟଙ୍କା ଥିବାରୁ ଘରକୁ ଆସିବା ଛଡା ସେମାନଙ୍କ ପାଖରେ ଅନ୍ୟ କିଛି ବାଟ ନ ଥିଲା। ଏବେ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ସେମାନଙ୍କ ରାଜ୍ୟରେ ପହଞ୍ଚି ସାରିଲେଣି, ଅନେକ ଘରେ ପହଞ୍ଚି ପାରିନାହାନ୍ତି, ଲକ୍ଷାଧିକ ମଧ୍ୟ ଫେରିବାକୁ ଅପେକ୍ଷା କରି ରହିଛନ୍ତି।
ଓଡ଼ିଶାରେ ପ୍ରଥମେ ପ୍ରାୟ ୫ ଲକ୍ଷ ଲୋକ ଘରକୁ ଫେରିିବା ଲାଗି ଅନ୍‌ଲାଇନ ପଞ୍ଜୀକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ପାଖାପାଖିତ୍ ୨ ଲକ୍ଷ ଲୋକ ଘରକୁ ଫେରିଛନ୍ତି। ଏପରି କି ଆଉ ଯାହା ରହିଲେ ସେମାନେ ଯଦି ଫେରନ୍ତି ସେମାନଙ୍କ ସଂଖ୍ୟା ଜୀବିକା ପାଇଁ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଯାଇଥିବା ମୋଟ ଲୋକସଂଖ୍ୟାର କେବଳ ୩୦ ପ୍ରତିିଶତ ହେବ। ଓଡ଼ିଶାରେ ପ୍ରବାସୀ ଶ୍ରମିକ ସମସ୍ୟା ଏକ ସ୍ଥାନୀୟ ସମସ୍ୟା। ଏପରିକି ରାଜ୍ୟର ପ୍ରତ୍ୟେକ ଜିଲାରୁ ଲୋକମାନେ ବହାରକୁ କାମ କରିବାକୁ ଯାଆନ୍ତି। ବଲାଙ୍ଗୀର, ନୂଆପଡା, ବରଗଡ଼ ଏବଂ ଗଞ୍ଜାମ ଭଳି ଜିଲାଗୁଡ଼ିକରେ ଏହି ଲୋକମାନଙ୍କ ସଂଖ୍ୟା ଢେର ବେଶି। ଏହି ସମସ୍ୟା ସମାଧାନ କରିବା ଲାଗି ରାଜ୍ୟ ସରକାର ଅତୀତରେ ଅନେକ ସ୍ବତନ୍ତ୍ର ପ୍ୟାକେଜ ନେଇ ଆସିଛନ୍ତି। କିନ୍ତୁ ଏହି ସବୁ ପଦକ୍ଷେପ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଛି। ଯେହେତୁ କରୋନା ଭାଇରସ୍‌ ରହିବ ସେଥିପାଇଁ ମଣିଷ ତା ସହ ରହିବାକୁ ପଡ଼ିବ। ଏଣୁ ଏହି ପରିବର୍ତ୍ତିତ ବାସ୍ତବତାକୁ ଗ୍ରହଣ କରି ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ସବୁଦିନ ପାଇଁ ସମାଧାନ କରିବାକୁ ଏକ ନୀତି ଆଣିବା ସହ ଭିତ୍ତିଭୂମି ଉନ୍ନତି କରିବାର ଆବଶ୍ୟକତା ରହିଛି। ଆଗକୁ ଦୀର୍ଘମିଆଦୀ ନୀତି ଆରମ୍ଭ କରିବାକୁ ହେବ। ଜୀବିକା ଲାଗି ସଂଖ୍ୟାଧିକ ଶ୍ରମିକ ସୁରଟ ଯାଇ ସେଠାରେ ବୟନଶିଳ୍ପ କ୍ଷେତ୍ରରେ କାମ କରୁଛନ୍ତି। ରାଜ୍ୟ ସରକାର ସେଭଳି ସୁବିଧା ଏଠାରେ ମଧ୍ୟ ଆରମ୍ଭ କରିପାରିବେ। ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ମାନୁଫାକଚରି ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଅଧିକ ଶ୍ରମଭିତ୍ତିକ କ୍ଷେତ୍ର ଏବଂ ଏହା ବେରୋଜଗାରୀ ସମସ୍ୟା ସମାଧାନ କରିପାରିବ। ତେବେ ଏଗୁଡ଼ିକ ଅଧିକ ନିବେଶ ଆବଶ୍ୟକ କରେ ନାହିଁି। ବୟନଶିଳ୍ପ ପାଇଁ ଓଡ଼ିଶା ବେଶ୍‌ ଜଣାଶୁଣା। ଏହି ଇଣ୍ଡଷ୍ଟ୍ରିଗୁଡ଼ିକର ଭିତ୍ତିଭୂମିରେ ଉନ୍ନତି ଅଣାଯାଇପାରିଲେ ଏହା ନିବେଶକୁ ମଧ୍ୟ ଆକର୍ଷିତ କରିପାରିବ। ଯଦି ସରକାର ଏହି ସବୁ ଶିଳ୍ପକୁ ସ୍ଥାପନ କରିବା ନିଶ୍ଚିତ କରିବେ ତେବେ ରାଜ୍ୟର ଗ୍ରମାଞ୍ଚଳରୁ ଅଣକୁଶଳୀ ଏବଂ ଅର୍ଦ୍ଧକୁଶଳୀ ଲୋକ ବାହାରକୁ ଯିବା ବନ୍ଦ କରିଦେବେ। ଏଣୁ କୋଭିଡ୍‌ ସଙ୍କଟକୁ ଏକ ସତର୍କଘଣ୍ଟି ବା ଚେତାବନୀ ଭାବେ ଗ୍ରହଣ କରିବାକୁ ପଡ଼ିବ। ସରକାର କୋଇଲା ଓ ଆଇରନ ଇଣ୍ଡଷ୍ଟ୍ରି ପ୍ରତି ଅଧିକ ଗୁରୁତ୍ୱ ନ ଦେଇ ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଭଳି ସେକ୍ଟର ଉପରେ ଧ୍ୟାନ ଦେବା ଉଚିତ। ଏହା ବାହାରକୁ ଚାଲିଯାଉଥିବା ଶ୍ରମିକମାନଙ୍କୁ ଏଠାରେ ଲାଭଜନକ ନିଯୁକ୍ତି ପାଇବାକୁ ନିଶ୍ଚିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri