ଏକାଦିନରେ ଗୋଟିଏ ହସ୍ପିଟାଲରେ ହୋଇଥିଲେ ଜନ୍ମ : ୨୬ ବର୍ଷ ପରେ ହେବ ବିବାହ

କୁହାଯାଏ, କିଏ କାହାକୁ ବିବାହ କରିବେ ତାହା ପୂର୍ବରୁ ସ୍ଥିର ହୋଇଥାଏ। ଭାଗ୍ୟରେ ଯଦି ସେହି ଜଣକ ଲେଖାଥାଏ ତେବେ କୌଣସି ପରିସ୍ଥିତିରେ କେହି କାହାକୁ ଅଲଗା କରିପାରିବେ ନାହିଁ। ଏମିତି ଏକ ଘଟଣା ଦୁଇ ଯୁବକ ଯୁବତୀଙ୍କ ସହିତ ହୋଇଛି। ଯିଏ କି, ୨୬ ବର୍ଷ ପରେ ବିବାହବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। କିନ୍ତୁ ଏମାନଙ୍କ କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଦୁଇଜଣଙ୍କ ଜନ୍ମ ଗୋଟିଏ ଦିନରେ ଆଉ ଗୋଟିଏ ହସ୍ପିଟାଲରେ ହୋଇଥିଲା। ଅଚାନକ ଏକ ପାର୍ଟିରେ ସାକ୍ଷାତ ଆଉ ତା’ ପରେ ବିବାହ କରିବାକୁ ଯାଉଛନ୍ତି। ଇଂଲଣ୍ଡର ଗ୍ରେଟର ମଞ୍ଚେଷ୍ଟରସ୍ଥିତ ଏକ ହସ୍ପିଟାଲରେ ସୋନା ଗ୍ରେସ ଏବଂ ଟ୍ରମ ମୈଗାୟରଙ୍କ ଜନ୍ମ ୧୯୯୨ ଡିସେମ୍ବର ୨୨ରେ ହୋଇଥିଲା। ଏହି ଦୁଇଜଣ ସେତେବେଳେ କୌଣସି ଚିହ୍ନା ଜଣା ନ ଥିଲେ। କିନ୍ତୁ ଭାଗ୍ୟ ଏମାନଙ୍କୁ ଏବେ ଏକାଠି କରିଦେଇଛି। ୨୦୧୦ରେ ଏହି ଦୁଇଜଣଙ୍କର ଏକ ପାର୍ଟିରେ ସାକ୍ଷାତ ହୋଇଥିଲା। ଏହା ପରେ ଟ୍ରମ ସୋନାଙ୍କୁ ଫେସ୍‌ବୁକରେ ଏକ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପଠାଇଥିଲେ। ଟ୍ରମ ସୋନାଙ୍କୁ ବହୁତ ଭଲ ପାଉଥିଲେ। କିନ୍ତୁ ସୋନା ଟ୍ରମଙ୍କୁ ଜଣେ ଭଲ ସାଙ୍ଗ ଭାବୁଥିଲେ। ଅଚାନକ ସୋନା ଅନୁଭବ କଲେ ଯେ, ସେ ଟ୍ରମଙ୍କୁ ଭଲ ପାଇ ବସିଛନ୍ତି। କିଛିଦିନ କଥାବାର୍ତ୍ତା ପରେ ଦୁଇଜଣ ବିବାହ କରିବାକୁ ନିଷ୍ପତ୍ତି ନେଲେ।  ଏହା ପରେ ଦୁଇଜଣଙ୍କ ଜନ୍ମ ଗୋଟିଏ ଦିନରେ ଆଉ ଗୋଟିଏ ହସ୍ପିଟାଲରେ ହୋଇଥିବା ଜାଣଇବାକୁ ପାଇଥିଲେ। ୨୬ ବର୍ଷ ପରେ ଦୁଇଜଣ ବିବାହ କରିବାକୁ ଯାଉଥିବାରୁ ବହୁ ଖୁସି ଅଛନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବର୍ଷ ପରେ Indian Idol ଛାଡ଼ିଲେ ବିଶାଲ ଦଦଲାନୀ, ଏହି କାରଣ ପାଇଁ…

ମୁମ୍ବାଇ: ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ’ ମଧ୍ୟରୁ ‘ଇଣ୍ଡିଆନ ଆଇଡଲ’ ଅନ୍ୟତମ। ନିକଟରେ ଏହାର ଗ୍ରାଣ୍ଡ ଫାଇନାଲ ହୋଇଥିଲା। କୋଲକାତାର ୨୪ ବର୍ଷୀୟ ମାନସୀ...

ଡ୍ରାଗନ୍ ଦେଲା ପରିଚୟ: ସୋସିଆଲ ମିଡିଆରେ ଛାଇଗଲେ ଏହି ୨୪ ବର୍ଷୀୟ ଅଭିନେତ୍ରୀ

‘ଡ୍ରାଗନ୍’ ସିନେମାରୁ ତାମିଲ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିବା ‘କାୟାଡୁ ଲୋହାର’ ଏବେ ସମସ୍ତ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ‘ଡ୍ରାଗନ୍’ ଫିଲ୍ମରେ ମୁଖ୍ୟ ନାୟିକା ଭୂମିକାରେ...

ପୁଣି କ୍ୟାନସର୍‌ ସହ ଲଢୁଛନ୍ତି ଏହି ଅଭିନେତାଙ୍କ ସ୍ତ୍ରୀ: ପୋଷ୍ଟ ଶେୟାର କରି କହିଲେ…

ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସ୍ତ୍ରୀ ତଥା ଚଳଚ୍ଚିତ୍ର ନିର୍ମାତା ତାହିରା କଶ୍ୟପ ତାଙ୍କର ସ୍ପଷ୍ଟବାଦୀତା ପାଇଁ ଜଣାଶୁଣା। ସେ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ...

ଷ୍ଟାର ହେବାର ସ୍ବପ୍ନ ଦେଖୁଥିଲେ ଶାହାରୁଖ, ହେଲେ ରାତି ପାହିଲା ବେଳକୁ କୋ-ଷ୍ଟାରଙ୍କର ହୋଇଥିଲା ମୃତ୍ୟୁ

ମୁମ୍ବାଇ: ବଲିଉଡର ସବୁଠାରୁ ଚଞ୍ଚଳ ଏବଂ ଟ୍ୟାଲେଷଣ୍ଟଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦିବ୍ୟା ଭାରତୀ। ମାତ୍ର ୧୯ ବର୍ଷ ବୟସରେ ୫ ଏପ୍ରିଲ ୧୯୯୩ରେ...

ମାନସୀ ‘ଇଣ୍ଡିଆନ୍‌ ଆଇଡଲ ୧୫’ ବିଜେତା

ମୁମ୍ବାଇ, ୭।୪: ଲୋକପ୍ରିୟ ସଙ୍ଗୀତ ରିୟଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ ୧୫’ର ବିଜେତା ହୋଇଛନ୍ତି କୋଲକାତାର ମାନସୀ ଘୋଷ (୨୪)। ରବିବାର ଅନୁଷ୍ଠିତ ହୋଇଥିବା ଶୋ’ର...

ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ ଭେଟେରାନ ଅଭିନେତା

ମୁମ୍ବାଇ: ଆଜିର ଦିନ ଭାରତୀୟ ସିନେମା ଲାଗି ବହୁତ ଖରାପ ଥିଲା। ସକାଳେ ଭେଟେରାନ ମନୋଜ କୁମାରଙ୍କ ପରଲୋକ ଖବର ଆସିଥିବା ବେଳେ ପୁଣି ଜଣେ...

ପଛରେ ଛାଡିଦେଇ ଗଲେ କୋଟି କୋଟି ଟଙ୍କାର ସମ୍ପତ୍ତି, ଜାଣନ୍ତୁ ମନୋଜ କୁମାରଙ୍କ ମୋଟ ସମ୍ପତ୍ତି କେତେ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ମନୋଜ କୁମାର ଚୀର ଦିନ ପାଇଁ ବିଦାୟ ନେଇଛନ୍ତି। ସେ ମୁମ୍ବାଇର କୋକିଲାବେନ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ...

RIP Manoj Kumar: ଏହି ଫିଲ୍ମ ଦେଖି ନିଜ ନାଁ ବଦଳାଇଦେଇଥିଲେ ମନୋଜ କୁମାର, ଅସଲ ନାଁ ଥିଲା…

ମୁମ୍ବାଇ,୪।୪: ପ୍ରସିଦ୍ଧ ଅଭିନେତା ମନୋଜ କୁମାରଙ୍କର ମୁମ୍ବାଇରେ ପରଲୋକ ହୋଇଛି। ସେ ୮୭ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image