ମେଡିକାଲ ସାଇନ୍ସରେ ଏକ୍ସ-ରେର ବ୍ୟବହାର ଯେ କେତେ ଗୁରୁତ୍ୱପୂର୍ଣ୍ଣ
ସେକଥା ସମସ୍ତେ ଜାଣନ୍ତି। ହେଲେ ଏହା ବ୍ୟତୀତ
ଏହାର ଅନ୍ୟ ବ୍ୟବହାର, ଉଦ୍ଭାବନ ଏବଂ ଏହା ସମ୍ପର୍କରେ ଆସନ୍ତୁ
ଜାଣିବା କିଛି ଅଜଣା କଥା…
ବୈଜ୍ଞାନକ ଓ୍ବିଲ୍ହେମ ରୋଣ୍ଟଜେନ୍ ୧୮୫୭ରେ ଏକ୍ସ-ରେ ଉଦ୍ଭାବନ କରିଥିଲେ। ସେ ନିଜର ଏକ ପରୀକ୍ଷଣ କରୁଥିବା ସମୟରେ ହଠାତ୍ ନିଜ ହାତ ହାଡର ଛବି କାନ୍ଥରେ ପ୍ରତିଫଳିତ ହେଉଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ପ୍ରକ୍ରିୟାକୁ ପୁନଃ ବ୍ୟବହାର କରି ସେ ଉକ୍ତ ଛବିକୁ ଫଟୋଗ୍ରାଫିକ୍ ପ୍ଲେଟ୍ରେ ବାହାର କରିବାରେ ସଫଳ ହେଲେ। ସେ ଏହାର ନାମ ଏକ୍ସ-ରେ ରଖିଲେ। ଆଉ ଏହି ଉଦ୍ଭାବନ ଲାଗି ତାଙ୍କୁ ଫିଜିକ୍ସ କ୍ଷେତ୍ରରେ ପ୍ରଥମ ନୋବେଲ ପୁରସ୍କାର ପ୍ରାପ୍ତ ହେଲା।
ସମୟରେ ସେ ନିଜ ପତ୍ନୀ ଆନ୍ନା ବେର୍ଥାଙ୍କ ଓ୍ବେଡିଙ୍ଗ୍ ରିଙ୍ଗ୍ ସହିତ ହାତ ପାପୁଲିର ଏକ୍ସ-ରେ କରିଥିଲେ। ଏହା ସହିତ ଅନ୍ୟ କେତେକ ଏକ୍ସ-ରେ ବର୍ତ୍ତମାନ ବ୍ରିଟିଶ୍ ଲାଇବ୍ରେରୀରେ ରହିଛି।
୧୯୩୦ରୁ ୧୯୫୦ ପର୍ଯ୍ୟନ୍ତ ଅନେକ ଜୋତା ଦୋକାନରେ ପାଦର ଠିକ୍ ମାପ ଜାଣିବା ଲାଗି ଏହାକୁ ବ୍ୟବହାର କରାଯାଉଥିଲା।
ଗବେଷଣାରେ ମଧ୍ୟ ଏକ୍ସ-ରେ କୌଶଳର ବିଶେଷ ସାହାଯ୍ୟ ନିଆଯାଇଥାଏ। ୧୯୯୯ରେ ନାସା ପକ୍ଷରୁ କଲମ୍ବିଆ ସ୍ପେସ୍ ଶଟଲ୍ ବାହାରେ ଚନ୍ଦ୍ର ଏକ୍ସ-ରେ ଅବ୍ଜରଭେଟୋରୀ ଦ୍ୱାରା ବ୍ଲାକ୍ ହୋଲ୍ର ସନ୍ଧାନ ମିଳିଥିଲା।
ସୃଷ୍ଟ ବିକିରଣ ସୂର୍ଯ୍ୟାଲୋକରୁ ଆସୁଥିବା ବିକିରଣ ତୁଳନାରେ ଅଧିକ ଶକ୍ତିଶାଳୀ। ଅର୍ଥାତ୍ ମଣିଷ ଛାତିରେ ଥରେ କରାଯାଉଥିବା ସିଟି ସ୍କାନ ପ୍ରାୟ ଦୁଇ ବର୍ଷ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସୁଥିବା ବିକିରଣ ସହିତ ସମାନ। ତେଣୁ ପ୍ରଥମେ ଲୋକେ ଏହାର ବ୍ୟବହାର ସମ୍ପୂର୍ଣ୍ଣ ନିରାପଦ ବୋଲି ଭାବୁଥିଲେ। ହେଲେ ୧୯୦୪ରେ ବୈଜ୍ଞାନିକ ଥୋମାସ୍ ଏଡିଶନ୍ଙ୍କ ସହଯୋଗୀ କ୍ଲାରେନ୍ସ ଡାଲି ଦୀର୍ଘ ସମୟ ଧରି ଏକ୍ସ-ରେ କାମ କରି ସ୍କିନ୍ କ୍ୟାନ୍ସରରେ ମୃତ୍ୟୁବରଣ କରିବା ଦ୍ୱାରା ସମସ୍ତେ ଏହାର ନକାରାତ୍ମକ ଦିଗ ସମ୍ପର୍କରେ ସଚେତନ ହେଲେ।
ଗବେଷଣା ମୁତାବକ ଆମେରିକାରେ ଥିବା ସମସ୍ତ କ୍ୟାନ୍ସର ରୋଗୀଙ୍କ ମଧ୍ୟରୁ ୦.୪ ଭାଗଙ୍କଠାରେ ଏହି ରୋଗ ସିଟି ସ୍କାନ ଯୋଗୁ ହେଉଛି।
ଏହା ସଂସ୍ପର୍ଶରେ ଅଧିକ ଆସିବା ଦ୍ୱାରା କ୍ୟାନ୍ସର ଆଶଙ୍କା ଅଧିକ, ହେଲେ ବର୍ତ୍ତମାନ ମେଡିକାଲ ସାଇନ୍ସରେ କ୍ୟାନ୍ସର ଆରୋଗ୍ୟ ଲାଗି ଏହାକୁ ବ୍ୟବହାର କରାଯାଉଛି। ବିଶେଷ କରି କ୍ୟାନ୍ସର ଆଶଙ୍କା ବଢାଉଥିବା ଅନାବଶ୍ୟକ କଳାଜାଇ ବାହାର କରିବା ହେଉ କିମ୍ବା ଟ୍ୟୁମର ଟିସୁ ନଷ୍ଟ କରିବା ପାଇଁ ରେଡିଓ ଥେରାପି ଲାଗି ଏକ୍ସ-ରେ ବ୍ୟବହାର କରାଯାଉଛି।