ବଇଣ୍ଡା,୨୦।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ବଇଣ୍ଡା ଛକଠାରେ ଭାରତୀୟ ଷ୍ଟେଟବ୍ୟାଙ୍କର ୨ଟି ଏଟିଏମ୍ରେ ୩ଦିନ ହେବ ଟଙ୍କା ନାହିଁ। ଫଳରେ ଗ୍ରାହକମାନେ ହନ୍ତସନ୍ତ ହେଉଛନ୍ତି। ଜନଗହଳି ତଥା ବ୍ୟବସାୟୀକ କେନ୍ଦ୍ର ବଇଣ୍ଡାଠାରେ ଟଙ୍କା ଉଠାଣ ପାଇଁ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ୨ଟି ଏଟିଏମ୍ ସ୍ଥାପନ କରାଯାଇଛି। ହେଲେ ଏହି ଏଟିଏମ୍ ଗୁଡ଼ିକ ବାରମ୍ବାର ଅଚଳ ସାଙ୍ଗକୁ ଟଙ୍କା ରହୁ ନ ଥିବା ଯୋଗୁ ଅଞ୍ଚଳବାସୀ ହଇରାଣ ହେଉଛନ୍ତି। ସେହିପରି ଗ୍ରାହକ ସେବା କେନ୍ଦ୍ରରେ ଠିକ ଭାବେ ଟଙ୍କା ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।