ଏଥର ବି ରାଜଧାନୀବାସୀଙ୍କୁ କଲବଲ କରିବ ଜଳବନ୍ଦୀ ସମସ୍ୟା

ଭୁବନେଶ୍ୱର, ୨୪ା୫(ବ୍ୟୁରୋ): ଏଥର ବି ବର୍ଷାଋତୁରେ ରାଜଧାନୀବାସୀ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେବେ। କାରଣ ଏଯାବତ୍‌ ଭୁବନେଶ୍ୱରରେ ନୂତନ ଡ୍ରେନ୍‌ ନିର୍ମାଣ, ପୁରୁଣା ଡ୍ରେନର ପୁନରୁଦ୍ଧାର ଓ ପଙ୍କୋଦ୍ଧାର କାର୍ଯ୍ୟ ସରିବାର ତ ଦୂରର କଥା, ଅଧା ମଧ୍ୟ ହୋଇନାହିଁ। ସହରର ୨୬ଟି ସ୍ଥାନରେ ନୂଆ ଡ୍ରେନ୍‌ ନିର୍ମାଣାଧୀନ ଥିବାବେଳେ ୯୧ଟି ନିର୍ମାଣ ପାଇଁ ଟେଣ୍ଡର ହୋଇଛି। ହେଲେ କରୋନା ଯୋଗୁ ୩ ମାସ ହେବ ଟେଣ୍ଡର ପାଇଥିବା ସମ୍ପୃକ୍ତ ଠିକା ସଂସ୍ଥା କାର୍ଯ୍ୟ ଆରମ୍ଭ କରିପାରି ନାହିଁ। ଫଳରେ ଚଳିତ ଥର ଭୁବନେଶ୍ୱରବାସୀ ପୁଣି ଜଳବନ୍ଦୀ ସମସ୍ୟାରେ କଲବଲ ହେବା ଆଶଙ୍କା ପ୍ରକାଶ ପାଇଛି।

ଭୁବନେଶ୍ୱରରେ ଏବେ ବର୍ଷା ଜଳ ନିଷ୍କାସନ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଗତ ୧୯ ଓ ୨୦ ତାରିଖ ଦୁଇଦିନ ଧରି ୩୬ ଘଣ୍ଟାରେ ବାତ୍ୟା ‘ଅମ୍ପନ’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଏହାର ଉଦାହରଣ। ଲଗାଣ ବର୍ଷା ଯୋଗୁ ସହରର ତଳି ଅଞ୍ଚଳରେ ଆଣ୍ଠୁଏ ଲେଖାଏ ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା। ଅବଶ୍ୟ ଏଭଳି ସ୍ଥିତିର ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପମ୍ପ ଯୋଗାଡ଼ କରି ପୂର୍ବରୁ ପ୍ରସ୍ତୁତ ଥିଲା। ମାତ୍ର ସହରର ଜଳବନ୍ଦୀ ସମସ୍ୟା ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି। ମୌସୁମୀ ଆସିବା ପରେ ଲଗାଣ ବର୍ଷା ହେବ। ତେଣୁ ସେ ସମୟରେ ଜଳବନ୍ଦୀ ସମସ୍ୟା କିପରି ଦୂର କରାଯିବ ସେନେଇ ବିଏମ୍‌ସିର ଅଧିକାରୀମାନେ ଚିନ୍ତାରେ ପଡ଼ିଛନ୍ତି। ଏନେଇ ବିଏମ୍‌ସି ଡ୍ରେନେଜ୍‌ ବିଭାଗ ଦାୟିତ୍ୱରେ ଥିବା ଯନ୍ତ୍ରୀ ପ୍ରଦୀପ ସାଗର ଦୁରିଆ କହିଛନ୍ତି, ମୌସୁମୀ ପୂର୍ବରୁ ନିର୍ମାଣାଧୀନ ୨୬ଟି ଡ୍ରେନର କାର୍ଯ୍ୟ ସରିଯିବ। ଡ୍ରେନେଜ୍‌ ବିଭାଗ କର୍ତ୍ତୃପକ୍ଷ ନିୟମିତ କାର୍ଯ୍ୟ ତଦାରଖ କରୁଛନ୍ତି। ମୁଖ୍ୟତଃ ଏହି ନୂଆ ଡ୍ରେନ୍‌ଗୁଡ଼ିକ ସମ୍ବେଦନଶୀଳ ଅଞ୍ଚଳରେ ନିର୍ମାଣାଧୀନ ଅବସ୍ଥାରେ ଅଛି। ଯଦି ଏ ସବୁର ନିର୍ମାଣ ଧାର୍ଯ୍ୟ ସମୟରେ ସରିଯାଏ ତାହେଲେ ଜଳବନ୍ଦୀ ସମସ୍ୟା ଅନେକ ମାତ୍ରାରେ ଦୂର ହୋଇପାରିବ। ଏଥିସହ ବିଏମ୍‌ସି ପକ୍ଷରୁ ପାଣି ନିଷ୍କାସନ ପାଇଁ ବଡ଼ ବଡ଼ ପମ୍ପସେଟ୍‌ ରଖାଯାଇଛି। ଆବଶ୍ୟକ ସ୍ଥଳେ ସେଗୁଡ଼ିକୁ ବ୍ୟବହାର କରାଯିବ ବୋଲି ଦୁରିଆ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଜଳବନ୍ଦୀ ସମସ୍ୟା ଦୂର ପାଇଁ ବିଏମ୍‌ସି ଲାଗି ମୁଖ୍ୟମନ୍ତ୍ରୀ ଗତବର୍ଷ ୧୦୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ। ହେଲେ ପ୍ରଶାସନର ସ୍ଥାଣୁତା ଯୋଗୁ ଏପର୍ଯ୍ୟନ୍ତ ମାତ୍ର ୧୦ ପ୍ରତିଶତ ଟଙ୍କାର କାମ ପାଇଁ ଟେଣ୍ଡର ଡକାଯାଇ କିଛି କିଛି କାମ ଆରମ୍ଭ ହୋଇଛି। ସେହିପରି ଡ୍ରେନେଜ୍‌ ସଫେଇ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ପାଖରେ ସଫେଇ କର୍ମଚାରୀଙ୍କ ଅଭାବ ଥିବାରୁ ଡ୍ରେନ୍‌ର ପଙ୍କୋଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି। ପୂର୍ତ୍ତ ଓ ସାଧାରଣ ପ୍ରଶାସନ ପକ୍ଷରୁ ମଧ୍ୟ ଡ୍ରେନ୍‌ ମରାମତି କାମ ହୋଇ ନ ଥିବା ଜଣାପଡ଼ିଛି। ତେଣୁ ଏଥର ମଧ୍ୟ ବିଏମ୍‌ସି ମୌସୁମୀ ମୁକାବିଲା ଲାଗି ପମ୍ପକୁ ଭରସା କରିବ ବୋଲି ଆଲୋଚନା ହେଉଛି। ୪ର୍ଥ ପର୍ଯ୍ୟାୟରେ ଲକ୍‌ଡାଉନ୍‌ କୋହଳ ହେବା ପରେ ଜାତୀୟ ରାଜପଥ ପାର୍ଶ୍ୱ ଏବଂ ଅନ୍ୟ ଆଭ୍ୟନ୍ତରୀଣ ଡ୍ରେନଗୁଡ଼ିକରୁ ପଙ୍କୋଦ୍ଧାର କରାଯାଉଥିବା ନଜରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଚର୍ଚ୍ଚାରେ ଭରତପୁର: ନୂତନ ଆଇଆଇସି କଲେ ଯଜ୍ଞ, ଲଙ୍କା, ଲେମ୍ବୁ ଲଗାଇ…

ଭୁବନେଶ୍ୱର,୨୩।୯:  ଭରତପୁର ଥାନା ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ  ଆଉ ଏକ ଫର୍ଦ୍ଦ   ଚର୍ଚ୍ଚାରେ ଜୋଡି ହୋଇଯାଇଛି।  ଥାନାରେ ନୂଆ ଆଇଆଇସି ପୂଜାପାଠ କରିଛନ୍ତି ।...

ମଞ୍ଚକୁ ଆଇଟମ୍‌ ଗର୍ଲ ଆସିବାରେ ହେଲା ବିଳମ୍ବ: ମଞ୍ଚ ଉପରକୁ ଚେୟାର ଫୋପାଡ଼ିଲେ

ପାଟଣା,୨୩।୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ସାହାରପଡା ବ୍ଲକ ଦାମାହୁଦା ଠାରେ ଚାଲିଛି ଯାତ୍ରା କଳିଙ୍ଗକନ୍ୟା। ମଞ୍ଚକୁ ସୋମବାର ରାତିରେ ଜଣେ ଚର୍ଚ୍ଚିତ ଆଇଟମ୍‌ ଗର୍ଲ ଆସିବାର...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପୀଡ଼ିତାଙ୍କ ବାପା କହିଲେ ଝିଅ ସବୁବେଳେ ରାତିରେ…

ଭୁୁବନେଶ୍ୱର,୨୩।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଚର୍ଚ୍ଚା ଥମିବା ନାଁ ନେଉନି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି...

ଦୀର୍ଘ ୬୩ ବର୍ଷ ପରେ ବଦଳିଲା ବ୍ଲକ କାର୍ଯ୍ୟାଳୟର ଫାଟକ, ଉଦ୍‌ଘାଟନ କଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ

ଦାରିଙ୍ଗବାଡ଼ି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଦିନିକିଆ ଗସ୍ତ କରିଛନ୍ତି। ଏହି ଅବସରରେ ଦାରିଙ୍ଗବାଡ଼ି ବ୍ଲକ...

ମେଜର, ପୀଡ଼ିତାଙ୍କ ନାଁ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୩ା୯: ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କରିଛନ୍ତି ହାଇକୋର୍ଟ।...

ଭରା ନଦୀ ପାର ହୋଇ ଗାଁରେ ପହଞ୍ଚି ଲୋକଙ୍କ କଥା ଶୁଣିଲେ ବିଧାୟକ

ଚିତ୍ରକୋଣ୍ଡା/ମାଲକାନଗିରି,୨୩।୯: ମାଲକାନଗିରି ଜିଲା ଅପହଞ୍ଚ ଗଜିଆଗୁଡ଼ା ଗାଁରେ ସୋମବାର ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି ଚିତ୍ରକୋଣ୍ଡା କଂଗ୍ରେସ ବିଧାୟକ ମଙ୍ଗୁ ଖିଲ। ମିଳିଥିବା ସୂଚନା ମୁତାବକ,...

ସଫଳତା ଛୁଇଁବାରେ ପ୍ରତିବନ୍ଧକ ସାଜେନି ଶବ୍ଦ

ଭୁବନେଶ୍ୱର,୨୩ା୯ (ବନ୍ଦନା ସେଠୀ): ପରସ୍ପର ମଧ୍ୟରେ ଭାବ ଆଦାନ ପ୍ରଦାନର ମୁଖ୍ୟ ମାଧ୍ୟମ ହେଉଛି ଭାଷା। ଆମେ କହୁଥିବା ପ୍ରତିଟି ଶବ୍ଦକୁ ନେଇ ତିଆରି ହୁଏ...

ବନ୍ଦ ଡାକରା ପ୍ରତ୍ୟାହୃତ କରିନେଲା ବିଜେଡି, କହିଲା ଏହି ବଡ଼ କାରଣ…

ଭୁବନେଶ୍ୱର,୨୩ା୯: ବିଜେଡି ପକ୍ଷରୁ ୨୩ ତାରିଖ ମଙ୍ଗଳବାର ପାଇଁ ଦିଆଯାଇଥିବା ୬ ଘଣ୍ଟିଆ ବନ୍ଦ ଡାକରାକୁ ପ୍ରତ୍ୟାହାର କରିନିଆଯାଇଛି। ଏନେଇ ବିଜେଡି ପକ୍ଷରୁ ସୋମବାର ଏକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri