ଭୋପାଳ,୬।୬: ଏନ୍ଆଇଏ କୋର୍ଟରେ ହାଜର ହେବା ପୂର୍ବରୁ ମଧ୍ୟପ୍ରଦେଶ ଭୋପାଳ ଏମ୍ପି ପ୍ରଜ୍ଞା ଠାକୁରଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜୁନ୍ ୩ରେ ତାଙ୍କୁ ଗୁରୁବାର କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା। ପ୍ରଜ୍ଞାଙ୍କ ରକ୍ତଚାପ ବଢ଼ିବା ସହିତ ଅଣ୍ଟାରେ ଯନ୍ତ୍ରଣା ତଥା ଅନ୍ତନାଳୀରେ ସଂକ୍ରମିତ ହୋଇଥିବା ଡାକ୍ତର ଅଜୟ ମେହେଟା ସୂଚନା ଦେଇଛନ୍ତି। ତାଙ୍କୁ ୨-୩ ଦିନ ହସ୍ପିଟାଲରେ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୦୮ ସେପ୍ଟେମ୍ବର ୨୯ରେ ମୁମ୍ବାଇର ମାଲେଗାଓଁ ବିସ୍ଫୋରଣରେ ପ୍ରଜ୍ଞାଙ୍କୁ ଅଭିଯୁକ୍ତ ଭାାବେ ଗିରଫ କରାଯାଇଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ହେବା ସହିତ ଶହେରୁ ଅଧିକ ଲୋକ ଆହତ ହୋଇଥିଲେ। ୯ ବର୍ଷ ଜେଲ୍ରେ ରହିବା ପରେ ପ୍ରଜ୍ଞାଙ୍କୁ ୨୦୧୭ ଏପ୍ରିଲ୍ରେ ସର୍ତ୍ତମୂଳକ ଜାମିନ ମିଳିଥିଲା।