Posted inଜାତୀୟ

ଏନ୍‌ଏଚ୍‌ଆର୍‌ସି ଟିମ୍‌ର ତନାଘନା: ଏସ୍‌ଆଇଟି ତଦନ୍ତ ଲାଗି ପିଆଇଏଲ୍‌

ହାଇଦ୍ରାବାଦ, ୮ା୧୨(ପି.ଟି.): ହାଇଦ୍ରାବାଦର ମହିଳା ପଶୁ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା କରିବା ଅଭିଯୋଗରେ ଗିରଫ ୪ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଏନ୍‌କାଉଣ୍ଟର କରି ହତ୍ୟା କରିବା ପରେ ଶନିବାର ଏନେଇ ଜାତୀୟ ମାନବାଧିକାର ଆୟୋଗ(ଏନ୍‌ଏଚ୍‌ଆର୍‌ସି) କର୍ମକର୍ତ୍ତା ଘଟଣାସ୍ଥଳ(ଚତ୍ତନପଲ୍ଲୀ ଗ୍ରାମ)କୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ସରକାରୀ ହସ୍ପିଟାଲରେ ଥିବା ମୃତଦେହଗୁଡ଼ିକୁ ପରୀକ୍ଷା ସହ ଭିଡିଓଗ୍ରାଫ କରାଯାଇଛି। ସ୍ପଟ ଇନ୍‌କ୍ୱାରୀ ସହ ବିଭିନ୍ନ ଘଟଣାର ଟିକିନିଖି ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ଏନ୍‌ଏଚ୍‌ଆର୍‌ସି ଟିମ୍‌ କହିଛି। ୪ ଅଭିଯୁକ୍ତ ପୋଲିସ ବନ୍ଧୁକ ଛଡ଼ାଇ ସେମାନଙ୍କ ଉପରକୁ ଆକ୍ରମଣ ଉଦ୍ୟମକରିବା ପରେ ଏନ୍‌କାଉଣ୍ଟର କରାଯାଇଥିଲା ବୋଲି ହାଇଦ୍ରାବାଦ ପୋଲିସ କହିଥିଲା। ସେପଟେ ପ୍ରାଣ ହରାଇଥିବା ଅଭିଯୁକ୍ତ ଚେନ୍ନାକେଶଭୁଲୁଙ୍କ ବିଧବା ଗର୍ଭବତୀ ସ୍ତ୍ରୀ ରେଣୁକା ପୋଲିସର କାର୍ଯ୍ୟକଳାପ ଉପରେ ସନ୍ଦେହ ପ୍ରକଟ କରି ନ୍ୟାୟ ଦାବି କରିଛନ୍ତି। କେତେକ ପୋଲିସ ଏନ୍‌କାଉଣ୍ଟରକୁ ଠିକ୍‌ ବୋଲି କହି ଉତ୍ସବ ମନାଉଥିବାବେଳେ ପୁଣି କେତେକ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ସନ୍ଦେହ ପ୍ରକଟ କରିଛନ୍ତି।

ତେଲଙ୍ଗାନା ଗଣବଳାତ୍କାର ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଏନ୍‌କାଉଣ୍ଟର ଘଟଣାର ଏସ୍‌ଆଇଟି ତଦନ୍ତ ଲାଗି ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଛି। ସର୍ବୋଚ୍ଚ ଅଦାଲତର ପୂର୍ବତନ ବିଚାରପତିଙ୍କ ତତ୍ତ୍ୱାବଧାନରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ପୋଲିସ ଏନ୍‌କାଉଣ୍ଟରର ତଦନ୍ତ କରିବା ପାଇଁ ଦାବି ହୋଇଛି। ଏଥିସହିତ ମୃତ ଅଭିଯୁକ୍ତମାନଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଯୋଗାଇଦେବା ନିମନ୍ତେ ସର୍ବୋଚ୍ଚ ଅଦାଲତ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ପିଟିଶନ୍‌ରେ ଅନୁରୋଧ କରାଯାଇଛି। ଆଇନଜୀବୀ ଏମ୍‌.ଏଲ୍‌. ଶର୍ମା ଏହି ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି। ଏନ୍‌କାଉଣ୍ଟରରେ ସମ୍ପୃକ୍ତ ପୋଲିସଙ୍କ ବିରୋଧରେ ମକଦ୍ଦମା ଚଳାଇବା ପାଇଁ ନିର୍ଦ୍ଦେଶ ଦେବାକୁ ସେ ପିଟିଶନରେ ଅନୁରୋଧ କରିଛନ୍ତି। ବିଚାର ପୂର୍ବରୁ ଅଭିଯୁକ୍ତଙ୍କୁ ହତ୍ୟାକରିବା ପାଇଁ ସମାଜବାଦୀ ପାର୍ଟି ଏମ୍‌ପି ଜୟା ବଚ୍ଚନ ଏବଂ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ଉତ୍ତେଜକ ମନ୍ତବ୍ୟ ଦେଇ ପୋଲିସ ଉପରେ ଚାପ ପକାଇଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶର୍ମା ଅଦାଲତଙ୍କୁ ଅନୁରୋଧ କରିଛନ୍ତି।
ପୋଲିସ ଶୁକ୍ରବାର ଭୋର ସମୟରେ ଅଭିଯୁକ୍ତମାନଙ୍କୁ ନେଇ ଅପରାଧ ସ୍ଥଳକୁ ଯାଇଥିଲା। ସେଠାରେ ସେମାନେ ପୋଲିସଠାରୁ ବନ୍ଧୁକ ଛଡ଼ାଇ ଗୁଳି ଚଳାଇ ଖସିପଳାଇବାକୁ ଉଦ୍ୟମ କରିବାରୁ ଏନ୍‌କାଉଣ୍ଟର କରିବାକୁ ପୋଲିସ ବାଧ୍ୟ ହେଲା ବୋଲି କହୁଛି। ମହିଳା ପ୍ରାଣୀ ଚିକିତ୍ସକଙ୍କ ପୋଡିଯାଇଥିବା ମୃତଦେହ ଯେଉଁଠୁ ମିଳିଥିଲା ସେହିଠାରେ ହିଁ ୪ ଅଭିଯୁକ୍ତଙ୍କୁ ପୋଲିସ ଏନ୍‌କାଉଣ୍ଟରରେ ମାରିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

ନାଇଡୁଙ୍କ ଉପରେ ଦୋଷ ଲଦି ତିରୁପତି ଲଡୁ ବିବାଦକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଜଗନ ରେଡ୍ଡୀ

ତିରୁପତି,୨୨।୯: ତିରୁପତି ଲଡୁ ବିବାଦକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଦାବି କରିଛନ୍ତି ଯେ ଲଡୁ ପ୍ରସାଦରେ ପଶୁ...

କଂଗ୍ରେସର ହାର୍ଟବିଟ ବଢାଉଛି ଶୈଳଜାଙ୍କ ନିରବତା

ନୂଆଦିଲ୍ଲୀ,୨୨।୯: ହରିୟାଣାରେ ବିଧାନସଭା ନିର୍ବାଚନର ଉତ୍ସାହ ଜୋରସୋରରେ ଚାଲିଛି, କିନ୍ତୁ ଏହି ନିର୍ବାଚନ ଶବ୍ଦ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା କୁମାରୀ ଶୈଳଜାଙ୍କ ନିରବତା ଅନେକ...

ହିନ୍ଦୁମାନଙ୍କ ଭାବନା ସହ ଖେଳାଯାଇଛି, ରବିଶଙ୍କର କହିଲେ କେବଳ ଲଡୁ ନୁହେଁ…

ହାଇଦ୍ରାବାଦ,୨୨ା୯: ତିରୁପତି ବାଲାଜୀଙ୍କ ଲଡୁକୁ ନେଇ ତୁଟୁନି ବିବାଦ। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର। ୧୮୫୭ ସିପାହୀ ବିଦ୍ରୋହ...

ପରାସ୍ତ ହେବ ଚାଇନା, କ୍ୱାଡ୍‌ ସମ୍ମିଳନୀରେ ମିଳିଲା ନେତାଙ୍କ ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୯: କ୍ୱାଡ୍‌ ନେତାଙ୍କ ମିଳିତ ବିବୃତ୍ତିରେ ବଡ଼ ସଙ୍କେତ ମିଳିଛି। କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ।...

ଦିଲ୍ଲୀରେ ରହିବାକୁ ମୋର ଘର ନାହିଁ, କାହିଁକି ଏମିତି କହିଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୨ା୯: ଆମ୍‌ ଆଦ୍‌ମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ରବିବାର ଦିଲ୍ଲୀର ଜନ୍ତରମନ୍ତରରେ ଆୟୋଜିତ ହୋଇଥିବା ‘ଜନତା କି ଅଦାଲତ’ରେ ଭାଗ ନେଇଥିଲେ। ଏହା...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri