ଡୋଡା,୧୫।୧: ଜମ୍ମୁ-କଶ୍ମୀରରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଡୋଡାରେ ହୋଇଥିବା ଏନ୍କାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଜିଲା କମାଣ୍ଡର ହାରୁନ ହାଫଜ ନିହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବୁଧବାର ଡୋଡାରେ ଆତଙ୍କବାଦୀ ଲୁଚିରହିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୁରକ୍ଷାକର୍ମୀ ଖବର ପାଇଥିଲେ। ଏହାପରେ ଅପରାହ୍ନରେ ସୁରକ୍ଷାକର୍ମୀ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ୍ କରିଥିଲେ। ଇତିମଧ୍ୟରେ ଆତଙ୍କବାଦୀ ଭୟଭୀତ ହୋଇ ସୁରକ୍ଷାକର୍ମୀଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଥିଲେ। ପରେ ସୁରକ୍ଷାକର୍ମୀ ମଧ୍ୟ ଏହାର ପାଲଟା ଜବାବରେ ପ୍ରତି ଆକ୍ରମଣ କରିଥିଲେ। ଏହି ଗୁଳିବିନିମୟରେ ହିଜବୁଲ ମୁଜାହିଦ୍ଦିନର ଜିଲା କମାଣ୍ଡରଙ୍କ ମୃତ୍ୟୁ ଘଟିଛି।