ଗାନ୍ଧୀନଗର,୨୨।୬: ଗୁଜରାଟର ବରିଷ୍ଠ ନେତା ଶଙ୍କର ସିଂହ ବାଘେଲ ଏନ୍ସିପିର ରାଷ୍ଟ୍ରୀୟ ମହାସଚିବ ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ଏଥିସହ ଦଳରୁ ମଧ୍ୟ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏନେଇ ଏନ୍ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ଓ ମହାସଚିବ ପ୍ରଫୁଲ୍ଲ ପଟେଲଙ୍କୁ ସେ ଏକ ପତ୍ରଲେଖି ଜଣାଇଛନ୍ତି। ଏଥିସହ ଉକ୍ତ ପତ୍ରକୁ ଟୁଇଟରରେ ପୋଷ୍ଟ କରି ନିଜର ଇସ୍ତଫା ନେଇ ଘୋଷଣା କରିଛନ୍ତି। ସୂଚନା ମୁତାବକ ନିକଟରେ ରାଜନୈତିକ ଘଟଣା, ଦଳର କାର୍ଯ୍ୟକର୍ତ୍ତା ଓ ନେତାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ନେଇ ବାଘେଲ କହିଛନ୍ତି।ସୂଚନାଯୋଗ୍ୟ, ୨୦୧୯ ମାର୍ଚ୍ଚରେ ଶରଦ ପାଓ୍ବାରଙ୍କ ଦଳ ଏନ୍ସିପିରେ ବାଘେଲ ଯୋଗ ଦେଇଥିଲେ। ଏହାପୂର୍ବରୁ ସେ କଂଗ୍ରେସରେ ଥିଲେ।