Posted inଖେଳ

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ: ନେଦରଲାଣ୍ଡ୍ସକୁ ହରାଇଲା ଭାରତ

ଭୁବନେଶ୍ୱର,୧୯।୧(କ୍ରୀଡ଼ା ପ୍ରତିନିଧି)- ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ ଲିଗ୍‌ରେ ଘରୋଇ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଭାରତ ୫-୨ ଗୋଲରେ ଶକ୍ତିଶାଳୀ ନେଦରଲାଣ୍ଡ୍ସକୁ ହରାଇଛି। ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ ଭାରତୀୟ ଖେଳାଳିମାନେ ପ୍ରଭାବ ବିସ୍ତାର କରି ଖେଳିଥିଲେ। ଚଳିତ ଲିଗ୍‌ର ଦ୍ୱିତୀୟ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ରବିବାର ଏହି ଦୁଇ ଦଳ ମଧ୍ୟରେ ଖେଳାଯିବ।
ଅରମ୍ଭ କଲେ ରୂପିନ୍ଦର
ମ୍ୟାଚ ଆରମ୍ଭ ହେବା ମାତ୍ରେ ଭାରତୀୟ ଖେଳାଳିମାନେ ବିଜୁଳି ବେଗରେ ବଲ୍‌ ନେଇ ନେଦରଲାଣ୍ଡ ଗୋଲପୋଷ୍ଟ ଡି’ ଏରିଆରେ ପ୍ରବେଶ କରିିଥିଲେ। କେବଳ ସେତିକି ନୁହେଁ ୧୩ତମ ସେକେଣ୍ଡରେ ଗୋଲ ଦେଇ ଗୁରଜାନ୍ତ ସିଂ ଶୀତୁଆ ସନ୍ଧ୍ୟାରେ ଉଷ୍ମତା ଭରି ଦେଇଥିଲେ। ଏହି ଗୋଲ ଭାରତୀୟ ଖେଳାଳିଙ୍କ ମନୋବଳ ବହୁ ପରିମାଣରେ ବଢ଼ାଇ ଦେଇଥିଲା। ତା’ର ଫଳ ମଧ୍ୟ ପ୍ରଥମ କ୍ବାର୍ଟରରେ ମିଳିଥିଲା। ୧୨ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ରୂପିନ୍ଦରପାଲ ସିଂ ଭାରତର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ।
ନେଦରଲାଣ୍ଡ୍ସର ପ୍ରତ୍ୟାବର୍ତ୍ତନ
ନେଦରଲାଣ୍ଡ୍ସ କିନ୍ତୁ ସହଜରେ ବାଟ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲା। ପ୍ରଥମ କ୍ବାର୍ଟର ଶେଷ ଭାଗରେ ଅର୍ଥାତ୍‌ ମ୍ୟାଚର ୧୪ତମ ମିନିଟରେ ଦଳ ଏକ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିବାବେଳେ ଜିପ୍‌ ଜାନସେନ ତାହାକୁ ଗୋଲରେ ପରିଣତ କରି ଗୋଲ ବ୍ୟବଧାନକୁ ହ୍ରାସ କରିଥିଲେ। ଦ୍ୱିତୀୟ କ୍ବାର୍ଟରରେ ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଏକାଧିକ ଥର ପେନାଲ୍ଡି କର୍ନର ଏବଂ ଫିଲ୍ଡ ଗୋଲ ସୁଯୋଗ ସୃଷ୍ଟି ହୋଇଥିଲା। ଏହି କ୍ବାର୍ଟରର ଶେଷ ପର୍ଯ୍ୟାରେ ୨୮ତମ ମିନିଟରେ ଜେରୋନ ହର୍ଜବର୍ଜର ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚକୁ ସମାନ ସ୍ଥିତିକୁ ନେଇ ଆସିଥିଲେ। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ମ୍ୟାଚ ୨-୨ ଗୋଲରେ ବରାବର ରହିଥିଲା।
ଦ୍ୱିତୀୟାର୍ଦ୍ଧରେ ଭାରତ ପ୍ରଭାବୀ
ଘରୋଇ ପରିବେଶ, ଟର୍ଫ ଏବଂ ଦର୍ଶକଙ୍କ ସମର୍ଥରେ ଭାରତ ଦ୍ୱିତୀୟାର୍ଦ୍ଧରେ ଚମତ୍କାର ଖେଳିଥିଲା। ତୃତୀୟ କ୍ବାର୍ଟର ଆରମ୍ଭରୁ ଦଳ ଆକ୍ରମଣାତ୍ମକ ରଣନୀତିରେ ଖେଳିଥିଲା। ୩୪ତମ ମିନିଟରେ ମନଦୀପ ସିଂ ଏକାକୀ ବଲ୍‌କୁ ଆଗେଇ ନେଇ ନେଦରଲାଣ୍ଡ୍ସ ଡିଫେନ୍ସ ବିଭାଗ ଓ ଗୋଲକିପରଙ୍କୁ ଚକ୍‌ମା ଦେଇ ଗୋଲ ସ୍କୋର କରିଥିଲେ। ଫଳରେ ଭାରତ ପୁଣି ଅଗ୍ରଣୀଲାଭ କରିଥିଲା। ଏହାର ୨ ମିନିଟ ପରେ ଲଳିତ ଉପାଧ୍ୟାୟ ଆାଉ ଏକ ଫିଲ୍ଡ ଗୋଲ ଦେଇ ଘରୋଇ ଦଳର ସ୍ଥିତିକୁ ଦୃଢ଼ କରିଥିଲେ। ତୃତୀୟ କ୍ବାର୍ଟର ଶେଷ ବେଳକୁ ଭାରତର ଅଗ୍ରଣୀ ବ୍ୟବଧାନ ୪-୨ରେ ପହଞ୍ଚତ୍ଥିଲା। ୪ର୍ଥ ତଥା ଅନ୍ତିମ କ୍ବାର୍ଟର ଆରମ୍ଭ କ୍ଷଣି ଭାରତ ଏକ ପେନାଲ୍ଟି କର୍ନର ପାଇଥିଲା। ରୂପିନ୍ଦର ତାହାକୁ ଗୋଲରେ ପରିଣତ କରି ନେଦରଲାଣ୍ଡ ଉପରେ ଚାପକୁ ବଢ଼ାଇ ଦେଇଥିଲେ। ବିଶ୍ୱର ୩ ନମ୍ବର ଦଳ ନେଦରଲାଣ୍ଡ୍ସ ପ୍ରତ୍ୟାବର୍ତ୍ତନ ପାଇଁ ଆପ୍ରାଣ ଉଦ୍ୟମ କରିଥିଲା। ଦଳ ଏକାଧିକ ପେନାଲ୍ଟି କର୍ନର ସୁଯୋଗ ମଧ୍ୟ ସୃଷ୍ଟି କରିଥିଲା। ମାତ୍ର ଫିନିଶିଂ ଭଲ ହୋଇ ନ ଥିଲା। ଫଳରେ ଭାରତ ୫-୨ ଗୋଲରେ ବିଜୟୀ ହୋଇଥିଲା।
ଭାରତ ୭, ନେଦରଲାଣ୍ଡ୍ସ ୧୦
ମ୍ୟାଚରେ ଭାରତ ୭ଟି ଏବଂ ନେଦରଲାଣ୍ଡ୍ସ ୧୦ଟି ପେନଲ୍ଟି କର୍ନର ପାଇଥିଲା। ଏଥିରୁ ଭାରତ ୨ଟି ଏବଂ ନେଦରଲାଣ୍ଡ୍ସ ମାତ୍ର ଗୋଟିଏ ଗୋଲ ଦେଇଥିଲା। ତେଣୁ ଉଭୟ ଦଳ ପେନାଲ୍ଟି କର୍ନରରୁ ଯେପରି ସଫଳତା ପାଇବା କଥା ପାଇନାହାନ୍ତି। ବିଶେଷ କରି ହକି ବିଶ୍ୱକପ ରନର୍ସଅପ୍‌ ନେଦରଲାଣ୍ଡ୍ସର ପେନାଲ୍ଟି କର୍ନର କନଭର୍ସନ ବିଫଳତା କୋଚ୍‌ଙ୍କୁ ଚିନ୍ତିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri