ଭୁବନେଶ୍ୱର,୧୫-୬(ବ୍ୟୁରୋ): ଫ୍ୟୁଚର ଗ୍ରୁପର ଲୋକପ୍ରିୟ ଫ୍ୟାଶନ ଡେଷ୍ଟିନେଶନ ଏଫ୍ବିବି ପକ୍ଷରୁ ଓ୍ବିକେଣ୍ଡସ ଆର୍ ଟ୍ରାଏଡେଜ୍ ଶୁଭାରମ୍ଭ ହୋଇଛି। ଏହା ଜୁନ ୧୪(ଶୁକ୍ରବାର)ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରତି ସପ୍ତାହ ଶେଷ ଦିନଗୁଡିକୁ ଫ୍ୟାଶନ ସପିଂ ଓ୍ବିକେଣ୍ଡ ଭାବେ ପାଳନ କରାଯିବ। ଏହି ଲୋକପ୍ରିୟ ଫ୍ୟାଶନ ବ୍ରାଣ୍ଡ ଏହାର ସଦ୍ୟତମ ଫ୍ୟାଶନ ସମ୍ଭାର ମଧ୍ୟରୁ ଯେକୌଣସି ଗୋଟିଏ ସେଗ୍ମେଣ୍ଟ ଫ୍ୟାଶନକୁ ପ୍ରଚାର କରିବା ସହ ଏହା ଉପରେ ଆକର୍ଷଣୀୟ ଅଫର ମଧ୍ୟ ପ୍ରଦାନ କରିବ। ଫ୍ୟାଶନପ୍ରେମୀମାନେ ଏଫ୍ବିବି ଷ୍ଟୋରରୁ ଫ୍ୟାଶନ କ୍ରୟ ଉପରେ ଏହି ରିହାତି ଲାଭ କରିପାରିବେ। ବିଭିନ୍ନ ବ୍ରାଣ୍ଡର ପୁରୁଷ ଏବଂ ମହିଳାଙ୍କ ଜଗର୍ସ ଉପରେ ସ୍ବତନ୍ତ୍ର ଅଫର ଏହି ଦିନରେ ପ୍ରଦାନ କରାଯାଉଛି। ଏଫ୍ବିବିରେ ଗ୍ରାହକଙ୍କ ଲାଗି ନୂଆ ଫ୍ୟାଶନ ଟ୍ରେଣ୍ଡ ଏବଂ ନୂଆ ଅଫର ଉପସ୍ଥାପନ କରିବାକୁ ଚାହଁୁଛୁ ବୋଲି ଏଫ୍ବିବି ସିଇଓ ରାଜେଶ ସେଠ କହିଛନ୍ତି। ପ୍ରତି ସପ୍ତାହର ଶେଷ ଦିନଗୁଡିକରେ ସର୍ବୋତ୍ତମ ମୂଲ୍ୟରେ ଗୁଣବତ୍ତା ବିଶିଷ୍ଟ ପ୍ରଡକ୍ଟ ଯୋଗାଣ ଦିଗରେ କାର୍ଯ୍ୟ କରୁଥିବା ସେ ସୂଚନା ଦେଇଛନ୍ତି।