ମୁମ୍ବାଇ: ଭାରତରତ୍ନ ତଥା ସୁରସମ୍ରାଜ୍ଞୀ ଲତା ମଙ୍ଗେସକର ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁଧୁରୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ୯୦ ବର୍ଷ ବୟସ୍କ ମଙ୍ଗେସକର ସୋମବାର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଜଣେ କଣ୍ଠଶିଳ୍ପୀ ହୋଇଥିବାରୁ ତାଙ୍କ ଫୁସ୍ଫୁସ୍ ମଜଭୁତ ଅଛି। ତେଣୁ ରୋଗ ସହ ଲଢିବାରେ ଏହା ବେଶ୍ ସହାୟକ ହେଉଛି ବୋଲି ଡାକ୍ତରମାନେ କହିଛନ୍ତି। ସାରା ଦେଶରୁ ଲତାଙ୍କ ଶୀଘ୍ର ଆରୋଗ୍ୟ କାମନା କରି ଲୋକେ ବାର୍ତ୍ତା ପଠାଉଛନ୍ତି। ବିଶେଷ କରି ମନୋରଞ୍ଜନ ଦୁନିଆରୁ ଅନେକ କଳାକାର ତାଙ୍କ ଆରୋଗ୍ୟ କାମନା କରିଛନ୍ତି।