ଏବେ ବି ତଥ୍ୟ ଲୁଚାଉଛି ଚାଇନା

ଓ୍ବାଶିଂଟନ,୧୦।୫: ମହାମାରୀ କରୋନା ସଂକ୍ରମଣ (କୋଭିଡ୍‌-୧୯)କୁ ନେଇ ଚାଇନା ବିରୋଧରେ ଆମେରିକାର ଦୋଷାରୋପ ଜାରି ରହିଛି। ଚାଇନା କୋଭିଡ୍‌-୧୯ ସମ୍ପର୍କିତ ତଥ୍ୟ ଲୁଚାଇ ଚାଲିଛି ବୋଲି ଆମେରିକାର ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ କହିଛନ୍ତି। ଚାଇନାର ଉହାନ୍‌ସ୍ଥିତ ରିସର୍ଚ୍ଚ ଲାବ୍‌ରୁ ହିଁ କରୋନା ଭାଇରସ୍‌ ସୃଷ୍ଟି ହୋଇଥିବା ନେଇ ବଳିଷ୍ଠ ପ୍ରମାଣ ରହିଛି ବୋଲି ପମ୍ପିଓ ଗତ ସପ୍ତାହରେ ଦାବି କରିଥିଲେ।
ଶୁକ୍ରବାର ସୁଦ୍ଧା ଆମେରିକାରେ ୧୩ଲକ୍ଷ ୨୧ ହଜାର ୭୮୫ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୭୮,୬୧୫ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ସାରା ବିଶ୍ୱରେ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବାବେଳେ ୨ଲକ୍ଷ ୭୫ ହଜାର ୯୭୬ଜଣଙ୍କ ମୃତ୍ୟୁ ଘଟିଛି। ଚାଇନା କଥା ଦେଖିଲେ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨,୮୮୬ ଥିବାବେଳେ ସେଥିମଧ୍ୟରୁ ୭୭,୯୯୩ ଜଣ ଆରୋଗ୍ୟ, ୪,୬୩୩ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସାରା ବିଶ୍ୱକୁ ତଥ୍ୟ ମିଳୁଛି। କିନ୍ତୁ ଚାଇନା ବାସ୍ତବ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ଲୁଚାଉଥିବା ଅଭିଯୋଗ ହୋଇଆସୁଛି। ପମ୍ପିଓ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣରୁ ଉହାନ ଲାବ୍‌ ଠିକଣା ଢଙ୍ଗରେ କାର୍ଯ୍ୟ କରୁ ନ ଥିଲା ବୋଲି ଜଣାପଡ଼ିଛି। ଲାବ୍‌ର ସୁରକ୍ଷା ପ୍ରତି ବିପଦ ରହିଥିଲା। ତେଣୁ ସେଠାରୁ ହିଁ ଭାଇରସ୍‌ ବ୍ୟାପିଥାଇପାରେ। ଆମକୁ ଉତ୍ତର ଦରକାର, କାରଣ ଲୋକେ ମରୁଛନ୍ତି ବୋଲି ପମ୍ପିଓ କହିଛନ୍ତି।
ବର୍ତ୍ତମାନ ବିଶ୍ୱ ଅର୍ଥନୀତି ଘୋର ସଂକଟରେ। ଆମେରିକାର ଅର୍ଥନୀତି ମଧ୍ୟ ନିଜ ପ୍ରାଧାନ୍ୟ ବଜାୟ ରଖିବା ପାଇଁ ବହୁ ଚ୍ୟାଲେଞ୍ଜକୁ ସାମ୍ନା କରୁଛି। ଏହା ହେଉଛି ଚାଇନା କମ୍ୟୁନିଷ୍ଟ ପାର୍ଟିର କରୋନା ସମ୍ପର୍କିତ ତଥ୍ୟ ଲୁଚାଇବାର ସିଧା ପରିଣାମ। ମହାମାରୀ ଆରମ୍ଭରେ ଏହି ଘାତକ ଭୂତାଣୁ ସମ୍ପର୍କରେ ତଥ୍ୟ ଦେବାକୁ ଚାହୁଁଥିବା ଡାକ୍ତରମାନଙ୍କୁ କିଛି କହିବାକୁ ଚାଇନା ସୁଯୋଗ ଦେଇ ନ ଥିଲା। ଫଳରେ ଏହି ଭାଇରସ୍‌ କିପରି ଜଣଙ୍କୁ ଆକ୍ରାନ୍ତ କଲା ଏବଂ ତାଙ୍କଠାରୁ ଅନ୍ୟମାନଙ୍କୁ ବ୍ୟାପିଲା ତାହାର ଉତ୍ତର ଆଜି ଯାଏ ମିଳିପାରିଲା ନାହିଁ ବୋଲି ପମ୍ପିଓ କହିଛନ୍ତି। ଚାଇନା କମ୍ୟୁନିଷ୍ଟ ପାର୍ଟି ୧୨୦ରୁ ଊର୍ଦ୍ଧ୍ୱ ଦିନ ତଳୁ ଏହି ଭାଇରସ୍‌ ସମ୍ପର୍କରେ ଜାଣିପାରିଥିଲା। କିନ୍ତୁ ଅଦ୍ୟାବଧି ଆମେରିକୀୟ ଓ ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକମାନଙ୍କୁ ସେ ସମ୍ପର୍କିତ ତଥ୍ୟ ଲୁଚାଇ ରଖିଛି ବୋଲି ସେ କହିଛନ୍ତି।
ଚାଇନା ସରକାର ଦେଶରେ କ’ଣ ଘଟିଛି ତାହାର ଯାଞ୍ଚ କରିବାକୁ ସୁଯୋଗ ଦେଉନାହାନ୍ତି କି ବୋଲି ପ୍ରଶ୍ନ କରାଯିବାରୁ ପମ୍ପିଓ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଯାଞ୍ଚ କରିବାକୁ ଚାହୁଁଥିବା ନେଇ କହିଥିଲା। କିନ୍ତୁ ଅଷ୍ଟ୍ରେଲିଆରେ ଥିବା ଚାଇନାର ରାଷ୍ଟ୍ରଦୂତ ଆର୍ଥିକ ଭାବେ ହଇରାଣ କରିବାକୁ ଧମକ ଦେଇଥିଲେ। ସେହିପରି ଆର୍ଥିକ ଚାପ ପକାଇ ୟୁରୋପୀୟ ସଂଘର ଦେଶଗୁଡ଼ିକୁ ଚାଇନା ଚୁପ୍‌ କରୁଛି। ପୂର୍ବରୁ ମଧ୍ୟ ଆମେ ଦେଖିଛୁ ଯେ, ଆର୍ଥିକ ଶକ୍ତି ବ୍ୟବହାର କରି କେତେକ ଛୋଟ ଦେଶ ଉପରେ ପ୍ରଭାବ ବିସ୍ତାର କରୁଛି ଏବଂ ସେଗୁଡ଼ିକୁ ଧମକ ଦେଇଆସୁଛି ବୋଲି ପମ୍ପିଓ କହିଛନ୍ତି।
ଅନ୍ୟପକ୍ଷରେ କରୋନା ସଂକ୍ରମଣ ସମ୍ପର୍କରେ ତଥ୍ୟ ଲୁଚାଇବା ଅଭିଯୋଗକୁ ଚାଇନା ଖଣ୍ଡନ କରିଛି। ଉହାନ ଲାବ୍‌ରୁ କରୋନାର ଉତ୍ପତ୍ତି କଥା କହି ଆମେରିକା ଲୋକଙ୍କ ଧ୍ୟାନ ହଟାଇବାକୁ ଉଦ୍ୟମ ଚଳାଇଛି ବୋଲି ଚାଇନା ପକ୍ଷରୁ କୁହାଯାଇଛି। ପମ୍ପିଓଙ୍କ ଅଭିଯୋଗକୁ ଅସ୍ବୀକାର କରି ଚାଇନାର ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍‌ କହିଛନ୍ତି ଯେ, ଚାଇନା ପ୍ରଥମ ଦେଶ ଭାବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)କୁ କୋଭିଡ୍‌-୧୯ ସମ୍ପର୍କରେ ଜଣାଇଥିଲା। ତାହାର ଅର୍ଥ ନୁହେଁ ଯେ, ଭାଇରସ୍‌ ଉହାନରୁ ଉତ୍ପତ୍ତି ହୋଇଛି। ବିଶ୍ୱର ଯେକୌଣସି ସ୍ଥାନରେ ଏହି ମହାମାରୀ ଆରମ୍ଭ ହୋଇଥାଇପାରେ। କିନ୍ତୁ ଏହାର ଉତ୍ପତ୍ତି ବିଜ୍ଞାନର ବିଷୟ। ଆମେ ଏହାକୁ ସାଇନ୍ସ ଏବଂ ମେଡିକାଲ କମ୍ୟୁନିଟି ଉପରେ ଛାଡ଼ିଦେବା ଉଚିତ ବୋଲି ଲିଜିଆନ୍‌ କହିଛନ୍ତି। ସୂଚନାଥାଉ କି, ଆମେରିକା ସେନା ହୁଏତ ଏହି ଭୂତାଣୁ ଆଣି ଉହାନରେ ଛାଡ଼ିଥାଇପାରେ ଏବଂ ଏଥିରୁ ଓ୍ବାଶିଂଟନ କୂଟନୈତିକ ବିରୋଧ ପ୍ରଦର୍ଶନ କରୁଥିବା ନେଇ ଲିଜିଆନ୍‌ ଗତ ମାର୍ଚ୍ଚ ୧୨ରେ ଅଭିଯୋଗ ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri