ଜାପାନ: ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା କିଛି ନା କିଛି କାରଣ ପାଇଁ ବେଶ୍ ପ୍ରସିଦ୍ଧ। ସେହିପରି ଏକ ସ୍ଥାନ ରହିଛି ଜାପାନରେ। ଏହା ଓକିନୋସିମା ଆଇଲ୍ୟାଣ୍ଡ ବା ଦ୍ୱୀପ ନାମରେ ଜଣାଶୁଣା। ବିଶେଷକରି ଏଠାକୁ ଯିବା ପାଇଁ ମହିଳାମାନଙ୍କୁ ବାରଣ କରାଯାଇଛି। ସେହିପରି ପୁରୁଷମାନେ ଗଲେ ମଧ୍ୟ ସେମାନଙ୍କ ପ୍ରତି କଡ଼ା ନିୟମ ରହିଛି। ୭୦୦ ବର୍ଗମିଟର ପରିବେଷ୍ଟିତ ଏହି ଦ୍ୱୀପ ସମ୍ପର୍କରେ କୁହାଯାଏ, ୪ର୍ଥରୁ ୯ମ ଶତାବ୍ଦୀରେ କୋରିଆ ଏବଂ ଚାଇନାର ଏହା ବାଣିଜି୍ୟକ କେନ୍ଦ୍ର ଥିଲା।
ଏହି ଦ୍ୱୀପକୁ ପବିତ୍ର ବୋଲି ମନାଯାଇଥାଏ। ତେଣୁ ଧାର୍ମିକ ଅନୁସାରେ ଏଠାକୁ ମହିଳାମାନଙ୍କୁ ଯିବା ପାଇଁ ସମ୍ପୂର୍ଣ୍ଣ ବାରଣ ରହିଛି। ଆଉ ଏକ ଖାସ୍ କଥା ହେଲା ପୁରୁଷଙ୍କୁ ଏଠାକୁ ଯିବା ପାଇଁ ହେଲେ ପ୍ରଥମେ ବିବସ୍ତ୍ର ହୋଇ ସ୍ନାନ କରିବାକୁ ପଡ଼ିଥାଏ। ବର୍ଷକରେ ଏହି ଦ୍ୱୀପକୁ ୨୦୦ରୁ ଅଧିକ ପୁରୁଷ ଯାଇପାରିବେ ନାହିଁ ବୋଲି ନିୟମ ରହିଛି। ସେହିପରି ଏଠାକୁ ଯିବା ସମୟରେ କୌଣସି ସାମଗ୍ରୀ ସାଥୀରେ ନେଇ ଯାଇପାରିବେ ନାହିଁ। ସେଠାରୁ ଫେରିବା ସମୟରେ ବି ଘାସଟିଏ ଆଣିପାରିବେ ନାହିଁ। ଏଠାରେ ସମୁଦ୍ର ଦେବୀଙ୍କ ମନ୍ଦିର ରହିଛି। ଜାହାଜ ସୁରକ୍ଷା ପାଇଁ ସେତେବେଳେ ଏହି ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଉଥିଲା।