ଆମ ଦେଶରେ କିଛି ମନ୍ଦିର ଏବଂ ଗୁରୁଦ୍ୱାର ରହିଛି, ଯାହା ସମ୍ପର୍କରେ ଅନେକ ରହସ୍ୟ ଲୁଚି ରହିଛି। ଏମିତି ଏକ ଗୁରୁଦ୍ୱାର ଅଛି, ଯେଉଁଠି କେବେ ଲଙ୍ଗର ଦିଆଯାଏ ନାହିଁ, ତଥାପି ଲୋକେ ଭୋକରେ ରୁହନ୍ତି ନାହିଁ। ଚଣ୍ଡୀଗଡ଼ର ସେକ୍ଟର -୨୮ରେ ଏହି ଗୁରୁଦ୍ୱାର ରହିଛି। ଏଠାରେ ଲଙ୍ଗର ପ୍ରସ୍ତୁତ ହୁଏ ନାହିଁ। ତେଣୁ ଯେଉଁମାନେ ଏଠାକୁ ଆସିଥାନ୍ତି ସେମାନେ ଘରୁ ତିଆରି କରି ଆଣିଥାନ୍ତି। ଲଙ୍ଗରରେ ଦେଶୀ ଘିଅର ପରଟା, ଲହୁଣୀ, କିଛି ପନିପରିବା ଏବଂ ଡାଲି, ମିଠାଇ ଏବଂ ଫଳ ସାମିଲ ହୋଇଥାଏ। ଲଙ୍ଗର ଖାଇବା ପରେ ଯାହା ବଳିପଡ଼ିଥାଏ ତାହାକୁ ସେକ୍ଟର ୧୬ ଏବଂ ୩୨ରେ ଥିବା ହସ୍ପିଟାଲ ବ୍ୟତୀତ ପିଜିଆଇକୁ ପଠାଇ ଦିଆଯାଏ। ସେଠାରେ ଲୋକେ ଏହାକୁ ପ୍ରସାଦ ଭାବରେ ଗ୍ରହଣ କରନ୍ତି।
ଏହି ଗୁରୁଦ୍ୱାରର ନିର୍ମାଣ ଦୀପାବଳି ଦିନ ହୋଇଥିଲା। ନାନକସର ଗୁରୁଦ୍ୱାରର ପ୍ରମୁଖ ବାବା ଗୁରୁଦେବ ସିଂହଙ୍କ ଅନୁଯାୟୀ, ଗୁରୁଦ୍ୱାର ନିର୍ମାଣ ହୋଇଥିଲା। ଦୁଇ ଏକର ଜାଗାରେ ଏହା ନିର୍ମାଣ ହୋଇଛି। ପ୍ରତିବର୍ଷ ମାର୍ଚ୍ଚ ମାସରେ ଏଠାରେ ବାର୍ଷିକ ଉତ୍ସବ ୭ ଦିନ ଧରି ପାଳନ କରାଯାଏ।