ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଥିବା ବେଳେ ଦେଶରେ ମଧ୍ୟ ଏହାର ସ୍ଥିତି ବେଳକୁ ବେଳ ଅଣାୟତ ହେବାକୁ ଯାଉଛି। ବିଶେଷକରି ଆଗଧାଡିର କରୋନା ଯୋଦ୍ଧାମାନେ ଏଥିରେ ସଂକ୍ରମିତ ହେବା ଫଳରେ ଚିନ୍ତା ବଢିବାରେ ଲାଗିଛି। ଦିଲ୍ଲୀସ୍ଥିତି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏନ୍)ରେ ଏପର୍ଯ୍ୟନ୍ତ ୨୦୬ ଜଣ କରୋନା ଯୋଦ୍ଧାଙ୍କ ରିପୋର୍ଟ ପଜିଟିଭ ଆସିବା ଆଉ ଏକ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ ମହାରାଷ୍ଟ୍ରରେ ମଧ୍ୟ ହଜାର ହଜାର ପୋଲିସ କରୋନାରେ ସଂକ୍ରମିତ ହେବା ଫଳରେ ଏହାର ଭୟାବହତାକୁ ନେଇ ଲୋକେ ଚିନ୍ତାରେ ପଡିଗଲେଣି।