ଏଲ୍‌ଆଇସି ପଲିସିଧାରୀଙ୍କ ସ୍ବାର୍ଥକୁ ସୁରକ୍ଷା ଦିଆଯିବ

ନୂଆଦିଲ୍ଲୀ,୪-୨: ଏଲଆଇସି ପଲିସିଧାରୀଙ୍କ ସ୍ବାର୍ଥକୁ ସରକାର ସୁରକ୍ଷା ପ୍ରଦାନ କରିବେ। ଆସନ୍ତା ଆର୍ଥତ୍କ ବର୍ଷ ଏଲ୍‌ଆଇସିର ଆଇପିଓ ଆସିପାରେ ବୋଲି ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ଏଲ୍‌ଆଇସି ପୁଞ୍ଜି ବଜାରରେ ସୂଚୀଭୁକ୍ତ ହେଲେ ଏହା ଦ୍ୱାରା ସ୍ବଚ୍ଛତା, ଲୋକଙ୍କର ସହଭାଗିତା ବଢିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। ଅଂଶଧନ ବିକ୍ରି ଉପରେ ହୋଇଥିବା ଏକ ପ୍ରଶ୍ନରେ ସେ କହିଛନ୍ତି ଯେ, ପ୍ରଥମେ ଏଲ୍‌ଆଇସି ଆଇନରେ ସଂଶୋଧନ ହେବ। ଏହା ପରେ ଯାଇ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଏଲ୍‌ଆଇସି ଏକ ସ୍ବାଧୀନ ଢାଞ୍ଚା ହୋଇଥିବା କେଳେ ବର୍ତ୍ତମାନ କିମ୍ବା ଭବିଷ୍ୟତରେ କେଉଁଠାରେ ନିବେଶ କରିବ ସେ ନେଇ ନିଷ୍ପତ୍ତି ନେଇଥାଏ। ଆଗାମୀ ଦିନରେ ଏହାର ଆଗାମୀ କାର୍ଯ୍ୟସୂଚୀ ଗ୍ରହଣ କରାଯିବ। ଏଲଆଇସି ଏବଂ ଆଇଡିବିଆଇରେ ସରକାରୀ ଅଂଶଧନ ବିକ୍ରି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟରେ ଘୋଷଣା କରିଥିଲେ। ଏହି ୨ ପ୍ରତିଷ୍ଠାନକୁ ସୂଚୀଭୁକ୍ତ କରାଇବା ଦ୍ୱାରା ୯୦ ହଜାର କୋଟି ଟଙ୍କା ପାଇବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ସରକାର ପୁଞ୍ଜି ପ୍ରତ୍ୟାହାରରୁ ଆସନ୍ତା ଆର୍ଥତ୍କ ବର୍ଷ ୨.୧୦ ଲକ୍ଷ କୋଟି ଟଙ୍କା ସଂଗ୍ରହ ଯୋଜନା ରଖିଛନ୍ତି। ଏଲ୍‌ଆଇସିରେ ବର୍ତ୍ତମାନ ସରକାରଙ୍କ ୧୦୦% ଅଂଶଧନ ରହିଛି। ସେହିଭଳି ଆଇଡିବିଆଇରେ ସରକାରଙ୍କ ୪୬.୫% ଅଂଶଧନ ରହିଛି। ବଜେଟରେ ସରକାର ଘୋଷଣା କରିଥିବା ବିଭିନ୍ନ ଆକଳନର ଯଥାର୍ଥତା ରହିଥିବା ସେ ସ୍ପଷ୍ଟ କରିଛନ୍ତି। ବଜେଟରେ ସରକାର ଘୋଷଣା କରିଥିବା ବିଭିନ୍ନ ପଦକ୍ଷେପ ଦେଶର ଜିଡିପି ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଦିଗରେ ସହାୟକ ହେବ। ଏହା ନୋମିନାଲ ଜିଡିପି ଲକ୍ଷ୍ୟ ୧୦% ହାସଲ ଦିଗରେ କାର୍ଯ୍ୟ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଗତ ୪ ମାସ ତଳେ ସରକାର କର୍ପୋରେଟ ଟିକସ ହ୍ରାସ କରିଥିଲେ। ଏଥିରୁ ସୁଫଳ ଆସିବା ଲାଗି କିଛି ସମୟ ଲାଗିବ। ଏଣୁ ଜିଡିପିର ପ୍ରକୃତ ବିକାଶ ହାର ସଂକ୍ରାନ୍ତ ତଥ୍ୟ ସାମ୍ନାକୁ ଆସିବା ଲାଗି ସମୟ ଲାଗିବ। ଆସନ୍ତା ଆର୍ଥତ୍କ ବର୍ଷ ଲାଗି ରାଜସ୍ବ ଏବଂ ପୁଞ୍ଜି ବିନିଯୋଗ ଲକ୍ଷ୍ୟ ହାସଲଯୋଗ୍ୟ ବୋଲି ସେ ମତ ଦେଇଛନ୍ତି। ବଜେଟରେ ରାଜସ୍ବ ସଂଗ୍ରହ ୨୨.୪୬ ଲକ୍ଷ କୋଟି ଟଙ୍କା ରହିବା ନେଇ ଲକ୍ଷ୍ୟ ରଖାଯାଇଛି। ସେହିଭଳି ୨୦୨୦-୨୧ ଲାଗି ଖର୍ଚ୍ଚ ୩୦.୪୨ ଲକ୍ଷ କୋଟି ଧାର୍ଯ୍ୟ ହୋଇଛି।ସେ କହିଛନ୍ତି ଯେ, ସମାଜର ବିଭିନ୍ନ ବର୍ଗ ଲୋକଙ୍କୁ ଧ୍ୟାନରେ ରଖି ସରକାର ବଜେଟରେ କାର୍ଯ୍ୟପନ୍ଥା ହାତକୁ ନେଇଛନ୍ତି। କୃଷି ଏବଂ କୃଷକଙ୍କ ବିକାଶ ଲାଗି ସରକାର ୨.୮୩ ଲକ୍ଷ କୋଟି ବ୍ୟୟ ବରାଦ କରିଛନ୍ତି। ଆଗାମୀ ୨ ବର୍ଷରେ କୃଷି ଆୟ ବଢାଇବା ଦିଗରେ ଏହା ସହାୟତା କରିବ। ଶୀଘ୍ର ଖରାପ ହେଉଥିବା କୃଷିଜାତୀୟ ସାମଗ୍ରୀର ପରିବହନ ଦିଗରେ କିଶାନ ରେଲ ଏବଂ କୃଷି ଉଡାନ ଯୋଜନା ସହାୟକ ହେବ। ଏହାବାଦ କୃଷି କ୍ଷେତ୍ରକୁ ଋଣ ଯୋଗାଣ ଦିଗରେ ସରକାର ୧୫ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଷ୍ଟାର୍ଟଅପଗୁଡିକ ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁ ଭାରତ ବିଶ୍ୱର ଶୀର୍ଘ ୩ ଷ୍ଟାର୍ଟ ଅପ ଦେଶ ହେବ ବୋଲି ଠାକୁର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Kisan Vikas Patra: ଟଙ୍କା ଦୁଇଗଣା କରେ ଏହି ସରକାରୀ ଯୋଜନା, ଜାଣନ୍ତୁ କିଏ ଏବଂ କିଭଳି କରିବେ ଆବେଦନ…

ନୂଆଦିଲ୍ଲୀ,୯।୧୧: ଡାକଘର ହେଉଛି ଭାରତର ସର୍ବ ପୁରାତନ ଅନୁଷ୍ଠାନ। ଡାକ ସମ୍ବନ୍ଧୀୟ ସୁବିଧା ଯୋଗାଇବା ସହିତ ଡାକଘରଗୁଡ଼ିକରେ ବିଭିନ୍ନ ପ୍ରକାରର ଆର୍ଥିକ ସୁବିଧା (ଡାକଘର କ୍ଷୁଦ୍ର...

ବଜାରରେ ବଜାଜ୍‌ର ଫ୍ରିଡମ୍‌ ସିଏନ୍‌ଜି ବାଇକ୍‌

ଭୁବନେଶ୍ୱର,୯।୧୧: ବଜାଜ ଅଟୋ ଲିମିଟେଡ୍‌(ବଜାଜ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କମ୍ପ୍ରେସ୍‌ଡ ନ୍ୟାଚୁରାଲ ଗ୍ୟାସ୍‌ (ସିଏନ୍‌ଜି) ବାଇକ୍‌ ‘ଫ୍ରିଡମ’ର ଅନାବରଣ ସର୍ବଭାରତୀୟ ସ୍ତରରେ...

କେଏଫ୍‌ସିର ନୂତନ ଅଭିଯାନ

ନୂଆଦିଲ୍ଲୀ,୯।୧୧: ଦେଶର ପ୍ରମୁଖ ଫୁଡ୍‌ ପ୍ଲାଟ୍‌ଫର୍ମ କେଏଫ୍‌ସି’ର ନୂତନ ଅଭିଯାନ ‘ଟେଷ୍ଟ ଦ ଏପିକ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପ୍ରାୟ ୩୩ ଦଶନ୍ଧି...

ଏଲ୍‌ଆଇସିର ତ୍ରୈମାସିକ ଫଳାଫଳ

ମୁମ୍ବାଇ,୯।୧୧: ଭାରତୀୟ ଜୀବନ ବୀମା ନିଗମ (ଲାଇଫ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି ଇଣ୍ଡିଆ) ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ...

ଖୁଚୁରା ଯାନ ବିକ୍ରିରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୯।୧୧ (ଅଭୟ ଦାଶ): ଚଳିତ ବର୍ଷର ପାର୍ବଣ ପାଇଁ ଘରୋଇ ଅଟୋ ବଜାରରେ ରେକର୍ଡ ପରିମାଣର କାରବାର ହୋଇଛି। ଏପରିକି ଖୁଚୁରା ଯାନ ବିକ୍ରିରେ ଉଲ୍ଲେଖନୀୟ...

ବଦଳିଲା ବ୍ୟାଙ୍କ ଲକର୍‌ ଫିସ୍‌, ଏବେ ଖୋଲିବାକୁ ଗଣିବେ ଏତିକି ଟଙ୍କା 

ନୂଆଦିଲ୍ଲୀ,୮।୧୧: ପରିଶ୍ରମରେ ରୋଜଗାର କରୁଥିବା ଟଙ୍କାକୁ ସୁରକ୍ଷିତ ରଖିବା ଲାଗି ବ୍ୟାଙ୍କ ପକ୍ଷରୁ ଆକାଉଣ୍ଟ ଖୋଲିବା ସୁବିଧା ପ୍ରଦାନ କରାଯାଇଥାଏ। ଟଙ୍କା ସହ ଆପଣ ବ୍ୟାଙ୍କରେ...

ସୁନା ୨୦୦୦, ରୁପା ୫୦୦୦ ଟଙ୍କା, ପ୍ଲାଟିନମ- ହୀରା ମୂଲ୍ୟ ବି କମିଲା

ଭୁବନେଶ୍ୱର,୮।୧୧: (ଅଭୟ ଦାଶ): ପାର୍ବଣ ପୂର୍ବରୁ ଘରୋଇ ବଜାରରେ ମୂଲ୍ୟବାନ୍‌ ଅଳଙ୍କାରର ଦର ଆକାଶଛୁଆଁ ଥିଲାବେଳେ ପାର୍ବଣ ପରେ ଦର କମିବାରେ ଲାଗିଛି। ଏପରିକି ଗତ...

ଆମାଜାନ ଏବଂ ଫ୍ଲିପକାର୍ଟ ଭେଣ୍ଡର୍ସଙ୍କ ଉପରେ ଚଢ଼ାଉ କଲା ED, ଏକକାଳୀନ ୧୬ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ,୭ା୧୧: ଆମାଜନ ଏବଂ ଫ୍ଲିପକାର୍ଟ ପରି ପ୍ରସିଦ୍ଧ ଇ-କମର୍ସ କମ୍ପାନୀ ସହିତ ଜଡିତ କିଛି ବିକ୍ରେତାଙ୍କ ଉପରେ ଇଡି ଚଢ଼ାଉ କରିଛି। ଏହି ଚଢ଼ାଉ ଦେଶର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri