ଆମ୍ବ ଶରୀର ପାଇଁ ଉପକାରୀ। ଏହା ସହିତ ଆମ୍ବ ଟାକୁଆ ମଧ୍ୟ ଶରୀର ପାଇଁ ବେଶ୍ ଲାଭପ୍ରଦ। ଟାକୁଆରୁ କୋଇଲି ବାହାର କରି ଏହାକୁ ଶୁଖାଇ ଗୁଣ୍ଡ କରି ପ୍ରତିଦିନ ସକାଳେ ଖାଲିପେଟରେ ଗ୍ଲାସେ ଉଷୁମ ପାଣି ସହ ଖାଇଲେ କୋଲଷ୍ଟରଲସ୍ତର ନିୟନ୍ତ୍ରିତ ହୋଇଥାଏ। ଏହାଦ୍ୱାରା ହାର୍ଟ ଆଟାକ୍ରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଇନସୁଲିନ୍ କ୍ଷରଣକୁ ସ୍ବାଭାବିକ କରିଥାଏ। ଫଳରେ ବ୍ଲଡ ସୁଗାର ନିୟନ୍ତ୍ରଣରେ ରହିଥାଏ ଓ ଡାଇବେଟିସ୍ ସମସ୍ୟା ଦୂର ହୁଏ। ଉଚ୍ଚ ରକ୍ତଚାପରେ ଆମ୍ବ ଟାକୁଆ ଗୁଣ୍ଡ ଖାଇଲେ ସୁଫଳ ମିଳେ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି। ତେବେ ଟାକୁଆ ଭିତରେ ଥିବା କୋଇଲିକୁ ଖାଇବା ଅନୁଚିତ। କେତେକ ଏହାକୁ ଗୁଣ୍ଡ କରି ଖାଇଥାନ୍ତି। ମାତ୍ର ଏହା ପାକସ୍ଥଳୀ ତଥା ହଜମ ପ୍ରକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।