ଭୁବନେଶ୍ୱର, ୧୭।୬(କ୍ରୀଡ଼ା ପ୍ରତିନିଧି)- ଫିଲିପାଇନ୍ସର ମାନିଲାଠାରେ ଏସିଆ ମହିଳା ରଗ୍ବୀ ଚାମ୍ପିୟନଶିପ୍ ଚଳିତମାସ ୧୯ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ଘୋଷିତ ଭାରତୀୟ ଦଳରେ ଓଡ଼ିଶାର ୭ ଖେଳାଳି ସାମିଲ ହୋଇଛନ୍ତି। ସେମାନେ ହେଲେ ମୀନାରାଣୀ ହେମ୍ବ୍ରମ, ରଜନୀ ସବର, ଲକ୍ଷ୍ମୀପ୍ରିୟା ସାହୁ, ପାର୍ବତୀ କିସ୍କୁ, ହୁପି ମାଝି, ସୁମିତ୍ରା ନାୟକ ଓ ଶୁଭଲକ୍ଷ୍ମୀ ବାରିକ। ମହାରାଷ୍ଟ୍ରର ଭାବିଜ ଭରୁଚାଙ୍କୁ ଦଳର ଅଧିନାୟିକା ମନୋନୀତ କରାଯାଇଛି। ଭାରତୀୟ ଦଳର ଟ୍ରେନିଂ କ୍ୟାମ୍ପ ଏଠାରେ ଅନୁଷ୍ଠିତ ହେବାପରେ ଦଳ ଘୋଷଣା କରାଯାଇଛି। ତେଣୁ ଦଳ ରବିବାର ରାତିରେ ଭୁବନେଶ୍ୱର ବିମାନବନ୍ଦରରୁ ଫିଲିପାଇନ୍ସ ଅଭିମୁଖେ ଯାତ୍ରା କରିଛି।
ଭାରତୀୟ ଦଳ: ହିମାନି ଦତ୍ତ, ସୁଲତାନା ଖାତୁନ, ଶିଖା ଯାଦବ, ପ୍ରିୟା, ଲାଚ୍ମି ଏକ୍କା, ଜ୍ୟୋତି ଚୌଧୁରୀ, ଆଶା ଓରାଅନ, ସଙ୍ଗୀତା ବେରା, ରାମନିକ କୌର, ଚନ୍ଦା ଓରାଅନ, ଗୋହର ଆରା, ମୀନାରାଣୀ ହେମ୍ବ୍ରମ, ରଜନୀ ସବର, ସ୍ବେତା ଶାହି, ନମିତା ଭୋଜ, ପ୍ରିୟା ବୈଶଲା, ଭାବିଜ ଭରୁଚା(ଅଧିନାୟିକା), ନେହା ପରଦେଶୀ, ନେହା ସିନାନ୍ଦି, ସ୍ବିଟି ଚୌଧାରୀ, ଲକ୍ଷ୍ମୀପ୍ରିୟା ସାହୁ, ପ୍ରଭାତି କିସ୍କୁ, ଶୀତଲ ଶର୍ମା, ହୁପି ମାଝି, ସୁମିତ୍ରା ନାୟକ, ଶୁଭଲକ୍ଷ୍ମୀ ବାରିକ।