Posted inଖେଳ

ଏସିଆ ରଗ୍‌ବୀ ସେଭେନ୍ସ ଟ୍ରଫି:ଭାରତୀୟ ମହିଳା ଦଳରେ ଓଡ଼ିଶାରୁ ୪

ଭୁବନେଶ୍ୱର, ୬ା୮ (ସ୍ପୋଟର୍‌ସ ବ୍ୟୁରୋ)- ଏସିଆ ରଗ୍‌ବୀ ସେଭେନ୍ସ ଟ୍ରଫି ଅଗଷ୍ଟ ୧୦ ଓ ୧୧ ଦୁଇ ଦିନ ଧରି ଇଣ୍ଡୋନେସିଆର ଜାକର୍ତ୍ତାସ୍ଥିତ ଜି.ବି.କେ. କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ହେବ। ଏଥିଲାଗି ସୋମବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ପରିସରରେ ରଗ୍‌ବୀ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ ଘୋଷଣା କରାଯାଇଛି। ଉଭୟ ଦଳରେ ୧୨ ଜଣ ଲେଖାଏ ଖେଳାଳି ସ୍ଥାନ ପାଇଥିବାବେଳେ ବିକାଶ ଖତ୍ରି ଓ ବାବିଜ୍‌ ବାରୁଚାଙ୍କୁ ଯଥାକ୍ରମେ ପୁରୁଷ ଓ ମହିଳା ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ଘୋଷିତ ଭାରତୀୟ ମହିଳା ଦଳରେ ଓଡ଼ିଶାର ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ସୁମିତ୍ରା ନାୟକ, ହୁପି ମାଝି, ଶୁଭଲକ୍ଷ୍ମୀ ବାରିକ ଓ ମୀରାରାଣୀ ହେମ୍ବ୍ରମ। ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳର ଖେଳାଳିଙ୍କୁ ନେଇ ଗତ ୨୩ରୁ କିଟ୍‌ ପରିସରରେ ୧୫ ଦିନିଆ ଜାତୀୟ ଶିବିର ଅନୁଷ୍ଠିତ ହେଉଛି। ଗତ ମାସରେ ବିହାରର ପାଟନାଠାରେ ଅନୁଷ୍ଠିତ ହୋଇଥିବା ସୋସାଇଟ୍‌ ଜେନେରାଲ ସିନିୟର ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ରୁ ସମ୍ଭାବ୍ୟ ଖେଳାଳି ଏହି ଶିବିର ପାଇଁ ଚୟନ କରାଯାଇଥିଲା। ୧୫ ଦିନି ଧରି ଚାଲିଥିବା ଏହି ଜାତୀୟ ଶିବିରକୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବ୍ୟାପାର ବିଭାଗ ସମେତ କିଟ୍‌ ଓ କିସ୍‌ ତରଫରୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିଲା। ଭାରତୀୟ ଦଳ ବୁଧବାର ଜାକର୍ତ୍ତା ଅଭିମୁଖେ ଗସ୍ତ କରିବ ବୋଲି ଜଣାପଡ଼ିଛି।
ଇଣ୍ଡିଆ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏହି ଖବରଦାତା ସମ୍ମଳିନୀରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ କ୍ରୀଡ଼ା ସଚିବ ବିଶାଳ କୁମାର ଦେବ, ପୂର୍ବତନ ଭାରତୀୟ ରଗ୍‌ବୀ ଖେଳାଳି ତଥା ଅଭିନେତା ରାହୁଲ ବୋଷ, କୋଚ୍‌ ଲୁଡ୍‌ଓ୍ବିଚେ, ଓଡ଼ିଶା ରଗ୍‌ବୀ ଆସୋସିଏଶନ ସଭାପତି ଉପେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ। କ୍ରୀଡ଼ାମନ୍ତ୍ରୀ ଏହି ଅବସରରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳକୁ ଆଗାମୀ ଟୁର୍ନାମେଣ୍ଟ ଲାଗି ଅଭିନନ୍ଦନ ଜଣାଇବା ସହ ସେମାନେ ସଫଳତା ହାସଲ କରିବେ ବୋଲି କାମନା କରିଥିଲେ। ସେହିଭଳି କ୍ରୀଡ଼ା ସଚିବ ବିଶାଳ ଦେବ ଭାରତୀୟ ଦଳ ପାଇଁ ମନୋନୀତ ହୋଇଥିବା ମହିଳା ଓ ପୁରୁଷ ଦଳର ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ରାଜ୍ୟ ସରକାର ରଗ୍‌ବୀ କ୍ରୀଡ଼ାକୁ ସହାୟତା କରୁଥିବାରୁ ଏହା ଆମ ପାଇଁ ଖୁସିର ଖବର। ଆଗାମୀ ଦେଢ଼ରୁ ୨ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ସହାୟତାରେ ଓଡ଼ିଶାରେ ରଗ୍‌ବୀ ହାଇପରଫର୍‌ମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଥିବା କ୍ରୀଡ଼ା ସଚିବ ଏହି ଅବସରରେ ସୂଚନା ଦେଇଛନ୍ତି। ଭାରତୀୟ ଦଳରେ ସ୍ଥାନ ପାଇଥିବା ୪ ଓଡ଼ିଶା ଖେଳାଳିଙ୍କୁ ସେ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ପୁରୁଷ ଦଳରେ କିଭଳି ଭାବେ ଓଡ଼ିଆ ଖେଳାଳିଙ୍କ ପ୍ରତିନିଧିତ୍ୱ ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ରାହୁଲ ବୋଷ ଓ କୋଚ୍‌ଙ୍କୁ ଅନୁରୋଧ କରିଥିଲେ। ଭାରତୀୟ ଖେଳାଳିଙ୍କ ଶିବିର ଆୟୋଜନ କରିବାରେ ରାଜ୍ୟ ସରକାର ଏବଂ କିଟ୍‌ ଯେଉଁ ସମର୍ଥନ ଓ ସହାୟତା ପ୍ରଦାନ କରିଛନ୍ତି ସେଥିଲାଗି ପୂର୍ବତନ ଖେଳାଳି ରାହୁଲ ବେଶ୍‌ ପ୍ରଶଂସା କରିଛନ୍ତି।
ଭାରତୀୟ ପୁରୁଷ ଦଳ: ବିକାଶ ଖତ୍ରି (ଅଧିନାୟକ), ନୀରଜ ଖତ୍ରି, ଦୀପକ ପୁନିଆ, ପ୍ରିନ୍ସ ଖତ୍ରି, ମୋହିତ୍‌ ଖତ୍ରି (ସମସ୍ତେ ହରିୟାଣା), ସୁରିନ୍ଦର ସିଂ, ଜୋଶାଙ୍ଗଜୁଆଲ, ପାଉଲସାମି ଉଥୟ ଶଙ୍କର (ସର୍ଭିସେସ), ସୁକୁମାର ହେମ୍ବ୍ରମ, ରାଜଦୀପ ଶାହ (ଉଭୟ ପଶ୍ଚିମବଙ୍ଗ), ଜାକିର ହୁସେନ (ଦିଲ୍ଲୀ)।
ଭାରତୀୟ ମହିଳା ଦଳ: ବାବିଜ୍‌ ଭରୁଚା (ଅଧିନାୟିକା, ମହାରାଷ୍ଟ୍ର), ଶ୍ୱେତା ଶାହି, ସୁଇଟି କୁମାରୀ (ଉଭୟ ବିହାର), ସୁମିତ୍ରା ନାୟକ, ହୁପି ମାଝି, ଶୁଭଲକ୍ଷ୍ମୀ ବାରିକ, ମୀରାରାଣୀ ହେମ୍ବ୍ରମ (ସମସ୍ତେ ଓଡ଼ିଶା), ଶୀତଲ ଶର୍ମା, ନେହା, ପ୍ରିୟା ବଂଶଲ, ଶିଖା ଯାଦବ (ଦିଲ୍ଲୀ), ସନ୍ଧ୍ୟାରାଣୀ (ପଶ୍ଚିମବଙ୍ଗ)। କୋଚ୍‌- ଲୁଡ୍‌ଓ୍ବିଚେ ଭାନ୍‌ ଡେଭେଣ୍ଟର ଓ ଲୁଇସ୍‌ ବୋଶୋଫ୍‌, ମ୍ୟାନେଜର- ମାନସ କୁମାର ଜେନା ଓ ଧୀରେନ କୁମାର ରାଉତ। ଫିଜିଓ- ରାଜେଶ ମାଳି ଓ ଅବଦୁଲ୍ଲ ଓ୍ବାହିଦ୍‌ ଖାଁ ପଠାନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ପାଇଁ ଫସିଲା ଟିମ୍‌ ଇଣ୍ଡିଆ, ଫାଇନାଲ ୪ ଦିନ ପରେ…

ନୂଆଦିଲ୍ଲୀ,୨୫।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୫ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତ କରିବାକୁ ପଡିବ, ଯେଉଁଠାରେ ଏହାକୁ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ...

କିଏ ସେହି Priyansh Arya? ଗମ୍ଭୀରଙ୍କ ଗୁରୁଙ୍କଠାରୁ ନେଇଛନ୍ତି ଟ୍ରେନିଂ, ୪୩ ଛକା ମାରି ପକାଇଥିଲେ ଚହଳ; ଏବେ କଲେ IPL ଡେବ୍ୟୁ

ନୂଆଦିଲ୍ଲୀ,୨୫।୩: IPL ୨୦୨୫ ରେ ନିଜର ପ୍ରଥମ ମ୍ୟାଚ୍‌ରେ, ପଞ୍ଜାବ କଙ୍ଗ୍ସ ଦିଲ୍ଲୀ ପ୍ରିମିୟର ଲିଗରେ ବିସ୍ଫୋରକ ବ୍ୟାଟିଂ କରି ଚହଳ ପକାଇଥିବା ଜଣେ ଖେଳାଳିଙ୍କୁ...

ଦିଲ୍ଲୀଠାରୁ ହାରିଯିବା ପରେ ପନ୍ତଙ୍କ ସହ ହୋଇଥିଲା କି ପ୍ରବଳ ଯୁକ୍ତିତର୍କ? ଲକ୍ଷ୍ନୌ ମାଲିକ କହିଲେ ସତ… 

ନୂଆଦିଲ୍ଲୀ,୨୫।୩: ଦିଲ୍ଲୀ କ୍ୟାପିଟାଲ୍ସ ସୋମବାର ଆଶୁତୋଷ ଶର୍ମାଙ୍କ ଚମତ୍କାର ଇନିଂସ ବଦଳରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସକୁ ଗୋଟିଏ ଉଇକେଟରେ ପରାସ୍ତ କରିଥିଲା। ଲକ୍ଷ୍ନୌ ଅଧିନାୟକ ପନ୍ତଙ୍କ ପାଇଁ...

MS Dhoniଙ୍କ ବୟାନକୁ ନେଇ କ୍ରିକଟେ ଜଗତରେ ହଇଚଇ

ନୂଆଦିଲ୍ଲୀ,୨୫।୩: ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ଥର ଚାମ୍ପିୟନ କରିଥିବା ଏମଏସ ଧୋନି ଇମ୍ପାକ୍ଟ ପ୍ଲେୟାର ନିୟମ ଉପରେ ଖୋଲାଖୋଲି ଭାବରେ ନିଜର ମତାମତ...

ଭାରତ ଯେଉଁଠି ଗାବାର ରେକର୍ଡ ଭାଙ୍ଗିଥିଲା, 2032 Olympics ପରେ ତାହା ହେବ ଧ୍ୱଂସ, ବ୍ରିସବେନକୁ ମିଳିବ ନୂଆ ଉପହାର

ନୂଆଦିଲ୍ଲୀ,୨୫।୩: ବ୍ରିସବେନର ଐତିହାସିକ ଗାବା ଷ୍ଟାଡିୟମକୁ ଭାଙ୍ଗି ଦିଆଯିବ। ଆନୁଷ୍ଠାନିକ ଭାବରେ ବ୍ରିସବେନ କ୍ରିକେଟ ଗ୍ରାଉଣ୍ଡ ଭାବରେ ପରିଚିତ ଏହି ଷ୍ଟାଡିୟମକୁ ୨୦୩୨ ଅଲିମ୍ପିକ ଏବଂ...

Ashutosh Sharmaଙ୍କ ଖୁସି ହେଲା ଦୁଇଗୁଣା, ମେଣ୍ଟର Shikhar Dhawan ଭିଡିଓ କଲ କରି କହିଲେ…

ନୂଆଦିଲ୍ଲୀ,୨୫।୩: ସୋମବାର ଆଇପିଏଲ ୨୦୨୫ର ଚତୁର୍ଥ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜିଆଣ୍ଟସକୁ ଗୋଟିଏ ୱିକେଟରେ ପରାସ୍ତ କରିଛି। ଗୋଟିଏ ପ୍ରକାରେ, ଦିଲ୍ଲୀ ଲକ୍ଷ୍ନୌର ହାତରୁ...

‘Virat Kohli ସାର୍‌ କହିଲେ ଶୀଘ୍ର ପଳା’,ଇଡେନ ଗାର୍ଡେନ ପଡ଼ିଆରେ ପ୍ରବେଶ କରିଥିବା ପ୍ରଶଂସକଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୫।୩: ଦେଶରେ, ପ୍ରଶଂସକଙ୍କ ମଧ୍ୟରେ କ୍ରିକେଟରଙ୍କ ପ୍ରତି କ୍ରେଜ ଶୀର୍ଷରେ ଅଛି। ପ୍ରଶଂସକମାନେ ସୁରକ୍ଷା ବଳୟ ପାର କରି ନିଜ ପ୍ରିୟ କ୍ରିକେଟରଙ୍କୁ ଭେଟିବା ପାଇଁ...

କିଏ ସେହି ଆଶୁତୋଷ ଶର୍ମା, ଯିଏ ଲକ୍ଷ୍ନୌ ବିପକ୍ଷରେ ପଲଟାଇଦେଲେ ବାଜି

ବିଶାଖାପାଟନମ୍‌,୨୫।୩: ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟସମ୍ୟାନ ଆଶୁତୋଷ ଶର୍ମା ପୁଣି ଥରେ ଆଇପିଏଲରେ ନିଜର ଶକ୍ତି ଦେଖାଇଛନ୍ତି। ଆଶୁତୋଷ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image