Posted inଜାତୀୟ

ଏସ୍‌ବିଆଇ ବିରୋଧରେ ଅଦାଲତ ଅବମାନନା

ନୂଆଦିଲ୍ଲୀ,୮।୩(ପି.ଟି.):ସୁପ୍ରିମକୋର୍ଟ ଇଲେକ୍ଟୋରାଲ ବଣ୍ଡ୍‌ ବ୍ୟବସ୍ଥାକୁ ଅସାମ୍ବିଧାନିକ ଏବଂ ତଥ୍ୟ ଜାଣିବା ଅଧିକାରର ଉଲ୍ଲଂଘନ ଦର୍ଶାଇ ଏହାକୁ ରଦ୍ଦ କରିବା ସହ ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନ କମିଶନ(ଇସି)ଙ୍କ ନିକଟରେ ଏହାର ସବିଶେଷ ତଥ୍ୟ ଦାଖଲ କରିବାକୁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)କୁ ନିର୍ଦ୍ଦେଶ ଦେଇଥିଲେ। ଦେଶର ସର୍ବବୃହତ୍‌ ବ୍ୟାଙ୍କ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶର ଅବଜ୍ଞା କରି ରାଜନୈତିକ ଦଳଗୁଡ଼ିକୁ ଇଲେକ୍ଟୋରାଲ ବଣ୍ଡ୍‌ରେ ମିଳିଥିବା ଚାନ୍ଦାର ତଥ୍ୟ ଜାଣିଶୁଣି ଇସିଙ୍କ ନିକଟରେ ଦାଖଲ କରି ନାହିଁ। ତେଣୁ ଅଦାଲତ ଅବମାନନା ନେଇ ଏସ୍‌ବିଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦୁଇଟି ଏନ୍‌ଜିଓ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଛି। ଦାତା ଏବଂ ଚାନ୍ଦାର ପରିମାଣ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜନସାଧାରଣ ଯେପରି ଲୋକ ସଭା ନିର୍ବାଚନ ପୂର୍ବରୁ ନ ଜାଣିବେ, ସେଥିପାଇଁ ଏସ୍‌ବିଆଇ ଜାଣିଶୁଣି ଶେଷ ମୁହୂର୍ତ୍ତରେ ସର୍ବୋଚ୍ଚ ଅଦାଲତଙ୍କୁ ସମୟ ମାଗିଥିବା ଏନ୍‌ଜିଓ ପକ୍ଷରୁ ପିଟିଶନରେ ଦର୍ଶାଯାଇଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମ୍ସ (ଏଡିଆର୍‌) ଏବଂ କମନ୍‌ କଜ୍‌ ପକ୍ଷରୁ ବରଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଗୁରୁବାର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିକଟରେ ପିଟିଶନ ଉପସ୍ଥାପନ କରି ଏସ୍‌ବିଆଇ ବିରୋଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି କହିଥିଲେ। ସମୟ ବଢ଼ାଇବା ପାଇଁ ଏସ୍‌ବିଆଇ କରିଥିବା ଆବେଦନର ଶୁଣାଣି ମାର୍ଚ୍ଚ ୧୧ରେ ହେବାକୁ ଥିବାବେଳେ ଅଦାଲତ ଅବମାନନା ପିଟିଶନର ଶୁଣାଣି ମଧ୍ୟ ସେହିଦିନ ଏକସଙ୍ଗେ କରାଯିବାକୁ ଭୂଷଣ ଅନୁରୋଧ କରିଥିଲେ।ଇ-ମେଲ୍‌ ପଠାଇଲେ ନିର୍ଦ୍ଦେଶ ଦିଆଯିବ ବୋଲି ସିଜେଆଇ କହିଛନ୍ତି।
ସୂଚନାଯୋଗ୍ୟ, ୫ ଜଣିଆ ସାମ୍ବିଧାନିକ ପୀଠ ଫେବୃଆରୀ ୧୫ରେ ଏକ ଐତିହାସିକ ରାୟରେ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନାକୁ ରଦ୍ଦ କରିବା ସହ ମାର୍ଚ୍ଚ ୬ ସୁଦ୍ଧା ଏହାର ସବିଶେଷ ତଥ୍ୟ ଦେବାକୁ ଏସ୍‌ବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏତେ କମ୍‌ ସମୟ ମଧ୍ୟରେ ତଥ୍ୟ ଯୋଗାଇବା ସମ୍ଭବ ନୁହେଁ ବୋଲି ଦର୍ଶାଇ ଜୁନ୍‌ ୩୦ ପର୍ଯ୍ୟନ୍ତ ସମୟ ଦେବାକୁ ଗତ ୪ ତାରିଖରେ ଏସ୍‌ବିଆଇ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଦଶା ଭୋଗିବ ବାଂଲାଦେଶ: ଭାରତର ସାହାଯ୍ୟ ସତ୍ତ୍ୱେ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ସ୍ଥିତି

ନୂଆଦିଲ୍ଲୀ,୩।୧: ଭାରତ ସହିତ ଖରାପ ସମ୍ପର୍କ ବାଂଲାଦେଶକୁ ପ୍ରଭାବିତ କରିବା ଆରମ୍ଭ କରିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଖାଦ୍ୟ ଯୋଗାଣ ସଙ୍କଟ ଏବଂ ବୃଦ୍ଧି ପାଉଥିବା...

ଅଲ୍ଲୁ ଅର୍ଜୁନଙ୍କୁ ନିୟମିତ ଜାମିନ

ହାଇଦ୍ରାବାଦ,୪।୧: ‘ପୁଷ୍ପା ୨: ଦି ରୁଲ୍‌’ର ପ୍ରିମିୟର ଶୋ’ ଗତ ମାସରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଚାଲିଥିବାବେଳେ ଏହାର ଅଭିନେତା ଅଲ୍ଲୁ ଅର୍ଜୁନ ସେଠାରେ ପହଞ୍ଚତ୍ୟିବାରୁ...

୨୦ ହଜାର ଡଲାରର ହୀରା ଉପହାର

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୪ା୧: ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତବେଳେ ସେଠାକାର ରାଷ୍ଟ୍ରପତିଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ୍‌ଙ୍କୁ ୨୦,୦୦୦ ଡଲାର (ପ୍ରାୟ ୧୭.୧୫ ଲକ୍ଷ ଟଙ୍କା) ମୂଲ୍ୟର...

ଦିଲ୍ଲୀରେ କୁହୁଡ଼ି: ୪୭୦ ବିମାନ ବିଳମ୍ବିତ

ନୂଆଦିଲ୍ଲୀ,୪।୧: ଉତ୍ତର ଭାରତ ସମେତ ଜାତୀୟ ରାଜଧାନୀରେ ପ୍ରବଳ ଶୀତ ଲହର ଜାରି ରହିଛି। ଏହା ସାଙ୍ଗକୁ ଘନ କୁହୁଡ଼ି ଯୋଗୁ ଶୁକ୍ରବାର ସକାଳେ ଦିଲ୍ଲୀ...

ପିଥମ୍‌ପୁରରେ ୨ ଜଣଙ୍କ ଆତ୍ମାହୁତି ଉଦ୍ୟମ

ଧର୍‌,୪ା୧: ମଧ୍ୟପ୍ରଦେଶର ଭୋପାଳସ୍ଥିତ ୟୁନିୟନ କାର୍ବାଇଡ୍‌ ଇଣ୍ଡିଆ ଲିଃ (ୟୁସିଆଇଆଇ) କୀଟନାଶକ ପ୍ଲାଣ୍ଟରୁ ବର୍ଜ୍ୟକୁ ୧୨ଟି କଣ୍ଟେନର ଟ୍ରକ୍‌ରେ ସିଲ୍‌ କରି ୨୫୦ କି.ମି. ଦୂର...

ଚାଇନାର ନୂଆ କାଉଣ୍ଟି ପ୍ରତିବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ,୩।୧: ଚାଇନା ସୀମାନ୍ତ ଅଞ୍ଚଳରେ ୨ଟି କାଉଣ୍ଟି ସ୍ଥାପନ କରିଛି, ଯାହାର କେତେକ ଅଂଶ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଆସୁଛି। ଭାରତ ଏହାର ଦୃଢ଼...

EPFO କଲା ବଡ଼ ପରିବର୍ତ୍ତନ,ଏବେ ପେନସନଭୋଗୀ ପାଇବେ ଏହି ଲାଭ…

ନୂଆଦିଲ୍ଲୀ,୩।୧: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ)ର ପେନ୍‌ସନଭୋଗୀମାନେ ବର୍ତ୍ତମାନ ଯେକୌଣସି ବ୍ୟାଙ୍କରୁ ପେନ୍‌ସନ ବାହାର କରିବାକୁ ସକ୍ଷମ ହେବେ। ଇପିଏଫଓ ଏହାର ସମସ୍ତ ଆଞ୍ଚଳିକ...

CM ଆତିଶୀଙ୍କ ବିପକ୍ଷରେ ଅଳକା ଲାମ୍ବାଙ୍କୁ ଟିକେଟ ଦେଲା କଂଗ୍ରେସ, ଲଢ଼େଇ ହେବ ରୋଚକ

ନୂଆଦିଲ୍ଲୀ,୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କାଲକାଜୀ ଆସନରୁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି। ଦଳ ଅଳକା ଲାମ୍ବାଙ୍କୁ ଟିକେଟ ଦେଇଛି। କଲକାଜୀ ଆସନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri