ଏସ୍‌ଇଏମ୍‌ଙ୍କୁ ବାନ୍ଧିଲେ ଗ୍ରାମବାସୀ

ସଜନାଗଡ଼, ୧୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ କେସିପୁର ପଞ୍ଚାୟତର ଭାଲିଆପୁଷି ଗ୍ରାମରେ ଅଚଳ ନଳକୂପକୁ ତୁରନ୍ତ ମରାମତି କରାଯାଉ ନ ଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ ଉଗ୍ରରୂପ ଧାରଣ କରିଛି। ଗୁରୁବାର ଏହାକୁ ମରାମତି କରିବାକୁ ଯାଇଥିବା ପଞ୍ଚାୟତସ୍ତରୀୟ ସ୍ବାବଲମ୍ବୀ କାରିଗର(ଏସ୍‌ଇଏମ୍‌) କୈଳାସ ବେହେରା ଆକ୍ରୋଶର ଶିକାର ହୋଇଛନ୍ତି। ଲୋକେ ତାଙ୍କୁ ବାନ୍ଧି ପକାଇବା ସହ ଗରା, ବାଲଟି ରଖି ଏହାର ଭିଡିଓ ଉତ୍ତୋଳନ କରି ଏହାକୁ ବିଡିଓ, ଜେଇ, ସରପଞ୍ଚ ଓ ସ୍ଥାନୀୟ ବିଧାୟକଙ୍କୁ ପଠାଇଥିଲେ। ପ୍ରଶାସନସ୍ତରରେ ଏ ସମ୍ପର୍କରେ ଅବଗତ ହେବା ପରେ ବିଡ଼ିଓ ଅନିତା ନାୟକ ଜେଇଙ୍କୁ ସମସ୍ତ ବିଷୟ ଅବଗତ କରାଇ ଜରୁରୀକାଳୀନ ଭିତ୍ତିରେ ନଳକୂପ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ କହିଥିଲେ। ଆରଡବ୍ଲ୍ୟୁଏସ୍‌ଏସ୍‌ର ଜେଇ ହରେନ୍ଦ୍ର ବେହେରା ନଳକୂପର ସମସ୍ତ ଯନ୍ତ୍ରପାତି ସରପଞ୍ଚଙ୍କ ସହ ପଠାଇବା ପରେ ଏସ୍‌ଇଏମ୍‌ ମରାମତି କାର୍ଯ୍ୟ କରିଥିଲେ। ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ ସାଜିଲେ ସଇତାନ: ସାମାନ୍ୟ କଥାରେ ଗର୍ଭବତୀ ସ୍ତ୍ରୀଙ୍କ ବେକକୁ ଧାନକଟା ଦା’ରେ କାଟିଦେଲେ…

ପାତ୍ରପୁର, ୯ା୧(ଉମା ଚରଣ ନେପାକ)- ଜରଡା ଥାନା ସାମନ୍ତିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡକେରି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି l ସାମାନ୍ୟ କଥାକୁ...

ଥରାଉଛି ଶୀତ: ସନ୍ଧ୍ୟା ହେଲେ ଘରୁ ବାହାରିବା ହେଉଛି ମୁସ୍କିଲ

ରାଇକିଆ,୯।୨(ପ୍ରଦୀପ ବେହେରା): ବିଳମ୍ବରେ ହେଲେ ମଧ୍ୟ କନ୍ଧମାଳ ଜିଲାରେ ଶୀତର ପ୍ରଭାବ ଦେଖାଇବା ଆରମ୍ଭ କରିଛି । ଗତ କିଛି ଦିନ ହେଲା ତାପମାତ୍ରା ଖସୁଥିବା...

ଜଳିଗଲା ଯାତ୍ରୀବାହୀ ବସ୍‌

ଭବାନୀପାଟଣା,୯।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ବଳଦିଆମାଲ ଛକ ୨୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ରାତି ପ୍ରାୟ ୯ଟାରେ ଏକ...

୫ ବର୍ଷ ପରେ ଆସିଲା ନାବାଳିକ ବଳାତ୍କାର ମାମଲାର ରାୟ

ଭବାନୀପାଟଣା,୯ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଞ୍ଚଳରେ ୨୦୧୯ରେ ହୋଇଥିବା ଜଣେ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ...

ନିଜକୁ ନିଜେ ଗୁଳି କଲେ ଯବାନ

ରାଉରକେଲା,୯।୧: ରାଉରକେଲାରେ ଗୁରୁବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ନିଜ ସର୍ଭିସ ରିଭଲଭରରେ ନିଜକୁ ଗୁଳି କରିଛନ୍ତି ଜଣେ ସିଆଇଏସ୍‌ଏଫ୍‌ ଯବାନ। ତାଙ୍କୁ ଗୁରୁତର ଅବସ୍ଥାରେ...

ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ କଲା ପ୍ରେମିକ, ରଶି ଲଗାଇ ଆତ୍ମହତ୍ୟା କଲେ ଯୁବତୀ

ନିଶ୍ଚିନ୍ତକୋଇଲି,୯।୧(ଅଶୋକ କୁମାର ମହାପାତ୍ର): କଟକ ଜିଲା ଭଦ୍ରେଶ୍ୱର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକ ପ୍ରେମିକାର ଅନ୍ତରଙ୍ଗ ମୂହୁର୍ତର ଫଟୋକୁ ସାମାଜିକ ଗଣ...

ନୂଆ ଆଶା ଦେଖାଇଛି ଲେମନ ଗ୍ରାସ ଚାଷ

ରାଇକିଆ,୯।୧(ପ୍ରଦୀପ ବେହେରା): ଲେମନ ଗ୍ରାସ ଚାଷ ପ୍ରତି ବଢୁଛି ଆଗ୍ରହ। ଦୀର୍ଘ ବର୍ଷ ଧରି ରାସାୟନିକ ସାର ଦେଇ ପାରମ୍ପରିକ ଭାବେ ଫୁଲକୋବି ଚାଷ କରିଆସୁଥିବା...

ପିକଅପ ଭ୍ୟାନ ଧକ୍କାରେ ବାଇକ୍ ଚାଳକ ମୃତ 

ଦିଗପହଣ୍ଡି,୯।୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥ ପୋଲିସ ଥାନା ନିକଟରେ ଗୁରୁବାର ମଧ୍ୟାହ୍ନରେ ପିକଅପ ଭ୍ଯାନ (ନଂ. ଓଡ଼ି୦୭ ଆର –...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri