ଦାରିଙ୍ଗବାଡ଼ି,୨୪।୪(ଡି.ଏନ୍.ଏ.)- କରୋନା ମୁକାବିଲାରେ ଆଗଧାଡିର ଯୋଦ୍ଧା ସାଜିଛନ୍ତି ପୋଲିସ। ଦିନରାତି ପାଟ୍ରୋଲିଂ ସହ ସଚେତନତା ଜାରି ରଖିଛନ୍ତି। ଦାରିଙ୍ଗବାଡ଼ି ଅଞ୍ଚଳରେ ଆଇଆଇସି କୌଶିକ ମାଝୀଙ୍କ ନେତୃତ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେମାନଙ୍କୁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ବର୍ଦ୍ଧିତ କରୁଥିବା ବେଳେ ଶୁକ୍ରବାର ଦାରିଙ୍ଗବାଡ଼ିର କିଛି ମହିଳା ପ୍ରଡ୍ୟୁସର ଗ୍ରୁପ୍ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମାସ୍କ ସହ ବିସ୍କୁଟ, ଥଣ୍ଡା ପାନୀୟ ପ୍ରଦାନ କରାଯାଇଛି। ମହିଳା ଗ୍ରୁପ୍ର ବିଳାସିନୀ ନାୟକଙ୍କ ସମେତ ସୁଷମା ସିଂ, ରମଣି ପ୍ରଧାନ, ବୈଜୟନ୍ତୀ ପ୍ରଧାନ ପ୍ରମୁଖ ବହୁ ମହିଳା ନିଜ ହାତ ପାଣ୍ଠିରୁ ମାସ୍କ ପ୍ରସ୍ତୁତ କରି ଲୋକଙ୍କୁ ପ୍ରଦାନ କରିବା ସହ ପୋଲିସ ବାହିନୀଙ୍କୁ ପ୍ରଦାନ କରିଛନ୍ତି।