ଏସ୍‌ଭିଏମ୍‌ କଲେଜ ଆଖପାଖରେ ୧୪୪ ଧାରା

ଜଗତ୍‌ସିଂହପୁର ଅଫିସ,୧୫ା୫: ଲକ୍‌ଡାଉନ ଯୋଗୁ ଦେଶର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ଘରକୁ ଫେରୁଛନ୍ତି। ଏହିକ୍ରମରେ ବିଭିନ୍ନ ରାଜ୍ୟରୁ ପ୍ରତ୍ୟହ ଶତାଧିକ ପ୍ରବାସୀ ଜଗତ୍‌ସିଂହପୁର ଜିଲାକୁ ଆସୁଛନ୍ତି। ଜଗତ୍‌ସିଂହପୁରରେ ପହଞ୍ଚତ୍ଲା ପରେ ସେମାନଙ୍କୁ ଏସ୍‌ଭିଏମ୍‌ (ସ୍ବାମୀ ବିବେକାନନ୍ଦ ସ୍ମାରକୀ) ସ୍ବୟଂଶାସିତ ମହାବିଦ୍ୟାଳୟ ପରିସର ଟ୍ରାନ୍‌ଜିଟ୍‌ ପଏଣ୍ଟରୁ ବିଭିନ୍ନ ବ୍ଲକ ଅଞ୍ଚଳକୁ ପଠାଇ ଦିଆଯାଉଛି। ଯେହେତୁ ବହୁ ସଂଖ୍ୟକ ପ୍ରବାସୀ ମହାବିଦ୍ୟାଳୟ ପରିସରରେ ପହଞ୍ଚୁଛନ୍ତି ତେଣୁ ସେମାନେ ଏଣେତେଣେ ବୁଲାଚଲା କରୁଥିବାରୁ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣର ଭୟ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମହାବିଦ୍ୟାଳୟ ପରିସର ଓ ଆଖପାଖରେ ଶୁକ୍ରବାରଠାରୁ ୧୪୪ ଧାରା ଜାରି କରିଛନ୍ତି। ମହାବିଦ୍ୟାଳୟ ପରିସର ବିଶେଷକରି ମୁଖ୍ୟ ଫାଟକ ନିକଟରୁ ୧୦୦ ମିଟର ଦୂରତା ଭିତରେ ଏହି ଧାରା କାର୍ଯ୍ୟକାରୀ ହେବ। ପ୍ରବାସୀମାନେ ବିନା ଅନୁମତିରେ କ୍ୟାମ୍ପସ ବାହାରକୁ ଯିବା ଉପରେ କଟକଣା ଲଗାଯାଇଛି। ଏଥିସହ ମହାବିଦ୍ୟାଳୟ ଓ ଆଖପାଖ ଅଞ୍ଚଳରେ ସାମାଜିକ ଦୂରତାକୁ କଡାକଡି ପାଳନ କରାଯିବ ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଣ ସହ ୫ ବୋମା ଜବତ

ଜଗତସିଂହପୁର,୯।୩ ସଦର ଥାନା ବଡ଼ ଦେଢ଼ିଲୋରେ ବିପୁଳ ବାଣ ଜବତ ହୋଇଛି। ବାଣ ଜବତ କରିବା ସହ ବେପାରୀଙ୍କୁ ପୋଲିସ ଗିରଫ କରିଛି। ବାରୁଦ, ବାଣ...

ପାରାଦୀପ ମାଛଧରା ବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୩ ବୋଟ

ପାରାଦୀପ,୬୩(ଶରତ ରାଉତ): ପାରାଦୀପ ନେହରୁ ବଙ୍ଗଳା ମାଛଧରା ବନ୍ଦରରେ ୩ଟି ବୋଟ ଜଳିଯାଇଛି। ପ୍ରଥମେ ଗୋଟିଏ ବୋଟ୍‌ରେ ନିଆଁ ଲାଗିବା ଫଳରେ ତା’ ସଂସ୍ପର୍ଶରେ ଆସି...

ଜଗତସିଂହପୁରରେ ଚାଞ୍ଚଲ୍ୟ: ମା’, ବାପା ସହ ଭଉଣୀକୁ ପଥରରେ ଛେଚି ହତ୍ୟା

ଜଗତସିଂହପୁର, ୪।୩(ପ୍ରମୋଦ କୁମାର ନାୟକ): ସୋମବାର ବିଳମ୍ବିତ ରାତିରେ ଜଗତ୍‌ସିଂହପୁର ସହର ଅନ୍ତର୍ଗତ ଚାଟରା ଧୋବା ସାହିରେ ହୃଦୟ ବିଦାରକ ଘଟଣା ଘଟିଛି। ନିଜ ମା’...

କୋଇଲା ଖସାଇବା ବେଳେ ଅଘଟଣ: ଜଳିଗଲେ ନାବାଳକ

ପାରାଦୀପ,୧।୩(ଶରତ ରାଉତ): ପାରାଦୀପ ଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ତଳେ ଶନିବାର ଖରାବେଳେ ଅଘଟଣ ଘଟିଛି। ଦୁଇଜଣ ନାବାଳକ ଚଳନ୍ତା ଟ୍ରେନରେ ଚଢି କୋଇଲା ତଳକୁ...

ଜଗତସିଂହପୁର ପୀଡ଼ିତା ହୋମଗାର୍ଡଙ୍କ ଚାଞ୍ଚଲ୍ୟକର ଅଭିଯୋଗ: ମିଳୁଛି ହତ୍ୟା ଧମକ, ଟଙ୍କା ନେଇ…

ଜଗତସିଂହପୁର,୨୭।୨: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ମହିଳା ହୋମଗାର୍ଡଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା ଘଟଣା ଓଡିଶା ପୋଲିସର ଛବି ମଳିନ କରିଥିବା...

କୁଜଙ୍ଗ ଥାନା IIC ତପନ କୁମାର ନାହାକ ଗିରଫ: ପ୍ରତାରଣା ଅଭିଯୋଗ ଆଣିଛନ୍ତି ମହିଳା ହୋମଗାର୍ଡ

ଜଗତସିଂହପୁର,୨୬ା୨: ବୁଧବାର କୁଜଙ୍ଗ ଥାନାର ପୂର୍ବତନ ଇନସପେକ୍ଟର-ଇନଚାର୍ଜ (ଆଇଆଇସି) ତପନ ନାହାକଙ୍କୁ ଅସଦାଚରଣ ଏବଂ ସରକାରୀ ପଦବୀର ଅପବ୍ୟବହାର ଅଭିଯୋଗ ପରେ ନିଲମ୍ବନ କରାଯାଇଛି।ବିବାହର ମିଥ୍ୟା...

ପାରାଦୀପରେ ଭୂକମ୍ପ, ସମୁଦ୍ରର ଦୃଶ୍ୟ ଦେଖି ଲୋକେ…

ପାରାଦୀପ,୨୫ା୨(ଶରତ ରାଉତ): ଉପକୂଳ ଓଡ଼ିଶାର ପାରାଦୀପ ଓ ଆଖପାଖ ଅଞ୍ଚଳରେ ମଙ୍ଗଳବାର ସକାଳ ୬.୦୯ରେ ମୃଦୁ ଭୂକମ୍ପ ଘଟିଥିବା ଜଣାପଡ଼ିଛି। କେତେକ ଲୋକ ଏହା ଅନୁଭବ...

ଅଲିଭ ରିଡ୍‌ଲେ କଇଁଛଙ୍କ ୫ ଲକ୍ଷ ୫୫ ହଜାର ୬୩୮ ଅଣ୍ଡା ଠାବ

ପାରାଦୀପ,୨୨।୨(ଶରତ ରାଉତ):ଓଡ଼ିଶା ଉପକୂଳ ଋ଼ଷିକୁଲ୍ୟା, ଦେବୀ ନଦୀ ମୁହାଣଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ଅଞ୍ଚଳରେ ଅଲିଭ ରିଡ୍‌ଲେ କଇଁଛ ସମୁଦାୟ ୫ଲକ୍ଷ ୫୫ହଜାର ୬୩୮ଟି ଅଣ୍ଡା ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri