ଏସ୍‌ସିବି: ଡାକ୍ତର ଶୂନ୍ୟ ଟ୍ରମା ଆଇସିୟୁ

କଟକ ଅଫିସ,୧ା୬: ଏସ୍‌ସିବି ଟ୍ରମା ଆଇସିୟୁ ଏବେ ଡାକ୍ତର ଶୂନ୍ୟ। ଟ୍ରମା ଆଇସିୟୁ ପାଇଁ ନିଯୁକ୍ତ ୪ ଜଣ ଠିକା ଡାକ୍ତର ଚାକିିରିରୁ ଇସ୍ତଫା ଦେଇ ପଳାଇଛନ୍ତି। ଫଳରେ ଟ୍ରମା ଆଇସିୟୁକୁ ନେଇ ଅଡୁଆ ପରିସ୍ଥିତି ଉପୁଜିଛି। ମେଡିକାଲର ଅନ୍ୟ ଡାକ୍ତରଙ୍କ ଦ୍ୱାରା ଏହାକୁ ପରିଚାଳନା କରାଯାଉଛି। ଖୁବ୍‌ଶୀଘ୍ର ଟ୍ରମା ଆଇସିୟୁ ପାଇଁ ଡାକ୍ତର ନିଯୁକ୍ତି ହେବେ ବୋଲି ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତି କହିଛନ୍ତି। ସୂଚନାଥାଉ କି, ୨୦୧୧ରେ କେନ୍ଦ୍ରୀୟ ଅନୁଦାନରେ ଏସ୍‌ସିବିରେ ଟ୍ରମା କେୟାର ସେଣ୍ଟର ଖୋଲିଥିଲା। ଦୁର୍ଘଟଣାର ଶିକାର ହୋଇଆସୁଥିବା ରୋଗୀମାନଙ୍କୁ ଚିକିତ୍ସା ଯୋଗାଇବା ନିମନ୍ତେ କେନ୍ଦ୍ର ସରକାର ଏହି ୟୁନିଟ୍‌ ଖୋଲିଥିଲେ। ପ୍ରଥମ ୫ ବର୍ଷ କେନ୍ଦ୍ର ସରକାରଙ୍କ ଅନୁଦାନରେ ଏହି ୟୁନିଟ୍‌ ଚାଲିଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ଏହା ରାଜ୍ୟ ସରକାରଙ୍କ ଅନୁଦାନରେ ଚାଲିବ ବୋଲି ବ୍ୟବସ୍ଥା ହୋଇଥିଲା। ସମ୍ପ୍ରତି ୪୪ଟି ସାଧାରଣ ବେଡ୍‌ ଓ ୧୪ଟି ଆଇସିୟୁ ବେଡ୍‌କୁ ନେଇ ଟ୍ରମା କେୟାର ୟୁନିଟ୍‌ କାର୍ଯ୍ୟ କରୁଛି। ଗତବର୍ଷ ଟ୍ରମା କେୟାର ୟୁନିଟ୍‌ ପାଇଁ ୮ ଜଣ ଡାକ୍ତରଙ୍କୁ ଠିକା ଭିତ୍ତିରେ ନିଯୁକ୍ତି ଦିଆଯାଇଥିବା ବେଳେ ସେଥିରୁ ୪ ଜଣ କାର୍ଯ୍ୟରେ ଯୋଗଦେଇଥିଲେ। ମାତ୍ର ସମ୍ପ୍ରତି ପବ୍ଲିକ ସର୍ଭିସ କମିଶନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୪ ଜଣ ଯାକ ଡାକ୍ତର ଚାକିରି ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଗଣବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଫିଙ୍ଗି ଦେଇ ଫେରାର ହୋଇଗଲେ ନରରୂପୀ ୩ ରାକ୍ଷସ

ଢେଙ୍କାନାଳ,୨୦ା୪(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ସରସିଙ୍ଗି ଗ୍ରାମରେ ଜଣେ ୭ ବର୍ଷର ଶିଶୁକନ୍ୟାକୁ ୩ ଜଣ ଗଣବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘଟଣା...

କ’ଣ ସତରେ ମଣିଷର ପ୍ରାଇଭେଟ ପାର୍ଟ ହୋଇଯାଏ ହାଡ? ଏହି ଘଟଣା ଜାଣିଲେ ସହଜରେ ବିଶ୍ୱାସ କରିବେନି

ଆପଣ ଚିକିତ୍ସା ବିଜ୍ଞାନରେ ଅନେକ ଅଜବ ଘଟଣା ଶୁଣିଥିବେ। କିଛି ଲୋକଙ୍କର ଏପରି ବିରଳ ରୋଗ ଅଛି ଯେ ଡାକ୍ତର ମଧ୍ୟ ସେଗୁଡ଼ିକ ବିଷୟରେ ଜାଣି...

Oldest Penguin: ସବୁଠୁ ବୟସ୍କ ପେଙ୍ଗୁଇନ୍‌

ଲଣ୍ଡନ: ବେଳେବେଳେ ଅନେକ ପ୍ରାଣୀ ସେମାନଙ୍କର ସାଧାରଣ ଜୀବନକାଳଠାରୁ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚତ୍ରହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି। ଏହିପରି ଏକ ପ୍ରାଣୀ ନିକଟରେ ଚର୍ଚ୍ଚାରେ...

ବାରାହା ମାଂସ ଜବତ: ୩ ଗିରଫ

ନୂଆପଡ଼ା, ୨୦।୪ (ମକାରୁ ବେମାଲ): ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନଙ୍କ ନିର୍ଦ୍ଦେଶ କ୍ରମେ କୋମନା ବନାଞ୍ଚଳ ଅଧିକାରୀ ଚଢ଼ଉ କରି ବାରହା ଶିକାର ଅଭିଯୋଗରେ...

ଅଛନ୍ତି ଏଲିୟନ୍‌! ମିଳିଲା ସଙ୍କେତ

ଲଣ୍ଡନ, ୨୦।୪: ଭାରତୀୟ-ବ୍ରିଟିଶ ଜ୍ୟୋତିର୍ବିଜ୍ଞାନୀ ଡକ୍ଟର ନିକ୍କୁ ମଧୁସୂଦନ ଏବଂ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ତାଙ୍କ ଟିମ୍‌ ପକ୍ଷରୁ କେ୨-୧୮ବି ନାମକ ଏକ ଦୂରବର୍ତ୍ତୀ ଗ୍ରହରେ ଏଲିୟନ୍‌...

କିନ୍ନର ବେଶରେ କରିଥିଲେ ପିଲାଚୋରି, ଚୋରଙ୍କୁ ଏମିତି ଧରିଲେ ଆଉ ଜଣେ କିନ୍ନର

ଯାଜପୁର,୨୦ା୪: କିନ୍ନର ବେଶରେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡାରୁ ଏକ ଶିଶୁକନ୍ୟା ଚୋରି ହୋଇଥିଲା। ତେବେ ଏହି ଶିଶୁକନ୍ୟାକୁ କିନ୍ନର ବେଶରେ ଜଣେ ଚୋରି କରିଆଣିଥିଲେ। ଶେଷରେ...

ହିନ୍ଦୁ ନେତାଙ୍କୁ ହତ୍ୟାରୁ ବଢ଼ୁଛି ଅଶାନ୍ତି

ନୂଆଦିଲ୍ଲୀ,୨୦।୪: ବାଂଲାଦେଶର ପ୍ରମୁଖ ହିନ୍ଦୁ ନେତା ଭବେଶ ଚନ୍ଦ୍ର ରୟଙ୍କୁ ହତ୍ୟା ଘଟଣାରେ ଭାରତ ଶନିବାର ମହମ୍ମଦ ୟୁନୁସ୍‌ ସରକାରଙ୍କୁ ନିନ୍ଦା କରିଛି। ଅନ୍ତରୀଣ ସରକାରଙ୍କ...

Mobile Recharge: ପୁଣି ଏତେ ଟଙ୍କା ବଢିଯିବ ରିଚାର୍ଜ ପ୍ଲାନ! ଗ୍ରାହକଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୨୦।୪: ଭାରତରେ ପ୍ରାୟ ଅଧିକାଂଶ ଲୋକ ସ୍ମାର୍ଟଫୋନ ବ୍ୟବହାର କରନ୍ତି। ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର। ପୁଣିଥରେ ଟେଲିକମ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image