ଯଶିପୁର,୧୭ା୨(ଡି.ଏନ୍.ଏ.): କେନ୍ଦ୍ର ସରକାରଙ୍କ ଦ୍ୱାରା ଏଲ୍ପିଜି ଗ୍ୟାସ୍ର ସିଲିଣ୍ଡର ପିଛା ୧୪୪.୫୦ ଟଙ୍କା ବୃଦ୍ଧି ଘଟଣା ପ୍ରତିବାଦରେ ଯଶିପୁର ବଜାରଛକଠାରେ ଏସ୍ୟୁସିଆଇ(କମ୍ୟୁନିଷ୍ଟ)ର କର୍ମୀମାନେ ଏକ ପ୍ରତିବାଦ ସଭା କରିଥିଲେ। ପ୍ଲାକାର୍ଡ, ଫ୍ଲାଗ୍ ଧରି କର୍ମୀମାନେ ଗ୍ୟାସ୍ର ମୂଲ୍ୟବୃଦ୍ଧି ପ୍ରତ୍ୟାହାର ଦାବିରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ମୁଖ୍ୟବକ୍ତା ଭାବେ ରାଜ୍ୟ କମିଟି ସଦସ୍ୟ ସଦାଶିବ ଦାସ ଯୋଗଦେଇ ରନ୍ଧନଗ୍ୟାସ୍ ସହ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟବୃଦ୍ଧିକୁ ତୀବ୍ର ନିନ୍ଦା କରିଥିଲେ। ଜିଲା ସମ୍ପାଦକ ସାଦବଦ୍ରା, ସର୍ବେଶ୍ୱର ମହାନ୍ତ, ତରୁଣ ପାତ୍ର, ଦୌପଦୀ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ। ଦରବୃଦ୍ଧି ବିରୋଧରେ ଆଗାମୀ ଦିନରେ ପୁନର୍ବାର ଗଣ ଆନ୍ଦୋଳନ କରାଯିବ ବୋଲି କର୍ମୀମାନେ ଚେତାବନୀ ଦେଇଥିଲେ।