ଗରିବ କିମ୍ବା ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ କିଏ ବା ପସନ୍ଦ କରେ। ସମୟ ଏବଂ ପରିସ୍ଥିତି ଏଭଳି ସମସ୍ୟାର ସମ୍ମୁଖୀନ କରାଇଥାଏ। ଏହି ସମସ୍ୟାରୁ ଯଦି ରକ୍ଷା ପାଇବାକୁ ଚାହଁୁଛନ୍ତି ତେବେ, ଉରାଖଣ୍ଡର ଚମେଲୀ ଜିଲାରେ ଥିବା ମାଣା ଗାଁକୁ ଚାଲିଆସନ୍ତୁ। ବଦ୍ରୀନାଥ ଧାମଠୁ ମାତ୍ର ୩କିମି ଦୂରରେ ଭାରତ ଏବଂ ତିବ୍ଦତ୍ ସୀମାରେ ଅବସ୍ଥିତ ଏହି ଗାଁ ଭଗବାନ ଶିବଙ୍କ ମହାନ୍ ଭକ୍ତ ମଣିଭଦ୍ରଙ୍କ ନାମାନୁସାରେ ରଖାଯାଇଛି। ଶାସ୍ତ୍ରରେ ବର୍ଣ୍ଣିତ ରହିଛି, ଗାଁରେ ପାଦ ଦେବା ମାତ୍ରକେ ମଣିଷ ପାପମୁକ୍ତ ହୋଇଥାଏ। ମାନ୍ୟତା ରହଛି, ଏହି ଗାଁ ମଣିଷକୁ ସ୍ବପ୍ନଦ୍ରଷ୍ଟା କରିଥାଏ। ଭଗବାନ ଶିବଙ୍କ ଅପାର ମହିମା ଯୋଗୁ ଗାଁକୁ ଆସିବା ମାତ୍ରକେ ସମସ୍ତ ପ୍ରକାର ଆର୍ଥିକ କଷ୍ଟରୁ ମୁକ୍ତି ମିଳିଥାଏ। କିମ୍ବଦନ୍ତୀରୁ ଜଣାପଡ଼େ, ପ୍ରାଚୀନ କାଳରେ ଏଠାରେ ମାଣିକ ଶାହ ନାମରେ ଜଣେ ବେପାରୀ ରହୁଥିଲେ। ସେ ମହାଦେବଙ୍କର ପରମ ଭକ୍ତ ଥିଲେ। ଥରେ କିଛି ଲୁଟେରା ତାଙ୍କ ମୁଣ୍ଡ କାଟ କରି ସୁନାଗହଣା, ଟଙ୍କାପଇସା ନେଇଗଲେ। କିନ୍ତୁ କଟା ମୁଣ୍ଡରେ ବି ସେ ମହାଦେବଙ୍କ ନାମ ଜପ କରୁଥିଲେ। ଭଗବାନ ଏଥିରେ ପ୍ରସନ୍ନ ହୋଇ ତାଙ୍କ ନାମାନୁସାରେ ଗାଁର ନାମ ମାଣା ରଖିଲେ। ଏହାସହ ବରଦାନ ଦେଲେ ମାଣା ଆସିଲେ ପ୍ରତ୍ୟେକ ବ୍ୟକ୍ତିର ଦାରିଦ୍ର୍ୟତା ଦୂର ହେବ।