ସାଧାରଣତଃ ପିଲା ଜନ୍ମ ଦେଲେ କାର୍ଯ୍ୟସ୍ଥଳରେ ମା’ଙ୍କୁ ଛୁଟି ମିଳିଥାଏ। ମାତ୍ର କେଉଁଠି ବାପାଙ୍କୁ ଛୁଟି ମିଳୁଥିବାର ଶୁଣିଛନ୍ତି। ଆଜ୍ଞା ହଁ, ଏମିତି ଏକ ଦେଶ ହେଉଛି ଜାପାନ। ଯେଉଁଠି ସନ୍ତାନ ଜନ୍ମ ହେଲେ ବାପାଙ୍କୁ କାର୍ଯ୍ୟସ୍ଥଳରେ ସର୍ବାଧିକ ଛୁଟି ମିଳିଥାଏ। ବାପା ହେଲେ ଏଠି ୩୦ ସପ୍ତାହ ଛୁଟି ମିଳିଥାଏ। ତାହା ପୁଣି ପୂରା ଦରମା ସହ। ଏହି କାରଣରୁ ଏଠାରେ ୫ ପ୍ରତିଶତ ପୁରୁଷ ଛୁଟିରେ ରହିଥାନ୍ତି। ଖାଲି ଜାପାନ ନୁହେଁ, କୋରିଆରେ ମଧ୍ୟ କାର୍ଯ୍ୟସ୍ଥଳରୁ ପୁରୁଷମାନଙ୍କୁ ଛୁଟି ମିଳିଥାଏ। ଏଠି ୧୭ ସପ୍ତାହ ଛୁଟି ମିଳିବା ସହ ପୂରା ଦରମା ମିଳିଥାଏ। ଏଠାରେ କମ୍ ସଂଖ୍ୟକ ପୁରୁଷ ଛୁଟି ନେଇଥାନ୍ତି। ପର୍ତ୍ତୁଗାଲରେ କେହି ବାପା ହେଲେ ବିନା ବେତନରେ ୨୦ ଦିନ ଛୁଟି ମିଳିଥାଏ। ସେହିପରି ଆଉ ଏକ ଦେଶ ହେଉଛି ସ୍ବିଡେନ୍। ଏଠାରେ କେହି ବାପା ହେଲେ ତାଙ୍କୁ କାର୍ଯ୍ୟାଳୟରୁ ୯୦ ଦିନ ଛୁଟି ମିଳିଥାଏ। ଏହି ତାଲିକାରେ ଭାରତର ନାଁ ୧୩ ନଂ.ରେ ରହିଛି। ୨୦୧୭ ମସିହାରୁ ଭାରତରେ କେହି ବାପା ହେଲେ କିଛି କାର୍ଯ୍ୟସ୍ଥଳରୁ ପୁରୁଷମାନଙ୍କୁ ୧୫ ଦିନ ଛୁଟି ମିଳିବା ସହ ପୂରା ଦରମା ମିଳିଥାଏ। କାର୍ଯ୍ୟସ୍ଥଳର