ବଲିଉଡ୍ ଅଭିନେତ୍ରୀ ଓ ଅଭିନେତାଙ୍କ ବାସ୍ତବ ଜୀବନ ସମ୍ପର୍କରେ ଜାଣିବାକୁ ପ୍ରାୟ ସମସ୍ତେ ଆଗ୍ରହୀ। ସୁନ୍ଦର ଯୋଡିମାନଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଥାଏ। ମାତ୍ର ବାସ୍ତବରେ ଯଦି ତାଙ୍କୁ ଜୀବନସାଥି ଖୋଜିବାକୁ ପଡ଼େ ସେ ବାହାର ଦୁନିଆ ଅପେକ୍ଷା ବଲିଉଡ୍ରେ ତାଙ୍କ ଜୀବନସାଥି ଖୋଜିଥାନ୍ତି। ମାତ୍ର ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଲିଉଡ୍ର ଜଗତରୁ ଦୂରକୁ ଯାଇ ତାଙ୍କ ଜୀବନସାଥି ବାଛିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ…
ମାଧୁରୀ ଦୀକ୍ଷିତ, ଶ୍ରୀରାମ ନେନେ
ମାଧୁରୀ ଦୀକ୍ଷିତ ତାଙ୍କ ଚଳଚ୍ଚିତ୍ର ଜଗତରୁ ବାହାରେ ଡାକ୍ତର ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ। ମାଧୁରୀ ଅନିଲ କପୁରଙ୍କ ଓ ସଞ୍ଜୟ ଦତ୍ତଙ୍କ ସହ ସଫଳ ଚଳଚ୍ଚିତ୍ର ଯୋଡି ହେବା ପରେ ମଧ୍ୟ ଚଳଚ୍ଚିତ୍ର ଜଗତରୁ ବାହାରେ ବିବାହ କରିଥିଲେ।
ପ୍ରୀତି ଜିଣ୍ଟା, ଜେନ ଗୁଡେନିଫ
ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରୀତି ଜିଣ୍ଟା ଡିମ୍ପଲ ଗାର୍ଲ ଭାବରେ ପରିଚିତ। ମାତ୍ର ସେ ଚଳଚ୍ଚିତ୍ର ଜଗତରୁ ବାହାରେ ପ୍ରେମିକା ଜେନ ଗୁଡେନିଫଙ୍କୁ ବିବାହ କରିଥିଲେ। ପାଞ୍ଚ ବର୍ଷ ଡେଟିଂ କରିବା ପରେ ସେ ବିବାହ କରିଥିଲେ।
ଶିଳ୍ପା ସେଟ୍ଟୀ, ରାଜ କୁନ୍ଦ୍ରା
ଶିଳ୍ପା ସେଟ୍ଟୀ ଅକ୍ଷୟ କୁମାରଙ୍କ ବିପକ୍ଷରେ ଅନେକ ଚଳଚ୍ଚିତ୍ରରେ ଯୋଡି ହୋଇଥିଲେ। ମାତ୍ର ୨୦୧୦ତରେ ସେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ।
ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି
ଅନୁଷ୍କା ଏବଂ କ୍ରିକେଟର ବିରାଟଙ୍କ ଯୋଡି ବହୁ ପୂର୍ବରୁ ପ୍ରସିଦ୍ଧ। ୨୦୧୭ ରେ, ଦୁହେଁ ଇଟାଲୀରେ ବିବାହ କରିଥିଲେ ।
ମୋନା ସିଂ, ଶ୍ୟାମ
ଟିଭି ସିରିଏଲରେ କାମକରୁଥିବର ମୋନା ସିଂ ଅନେକ ୱେବ ସିରିଜ ଏବଂ ଚଳଚ୍ଚିତ୍ରରେ କାମ କରିଛନ୍ତି। ମାତ୍ର ସେ ମୁମ୍ବାଇରେ ରହୁଥିବା ଏକ ନିବେଶ ବ୍ୟାଙ୍କରଙ୍କୁ ବିବାହ କରିଥିଲେ। ସେହିଭଳି, ଅନେକ କଳାକାର ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଲିଉଡ୍ ଜଗତରୁ ବିଭିନ୍ନ ଜୀବନ ସାଥୀ ବାଛିଛନ୍ତି ଏବଂ ଏକ ସୁଖମୟ ଜୀବନଯାପନ କରୁଛନ୍ତି।