ହରିଡ଼ା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିଥାଏ। ଆୟୁର୍ବେଦରେ ଏହାର ଅନେକ ଲାଭକାରୀ ଗୁଣ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ହରିଡ଼ା ଘରୋଇ ଉପଚାର ଭାବେ ମଧ୍ୟ ଗ୍ରହଣୀୟ। ଏହାକୁ ଖାଇଲେ ଜ୍ୱର, ପେଟ ଫୁଲିବା, ବାନ୍ତି, ଗ୍ୟାସ, କୋଷ୍ଠକାଠିନ୍ୟ ଆଦି ସମସ୍ୟା ଦୂର ହୋଇଥାଏ।
ଯଦି ଖାଦ୍ୟ ହଜମରେ କୌଣସି ସମସ୍ୟା ଦେଖାଯାଉଥାଏ ତେବେ ହରିଡ଼ାକୁ ଔଷଧ ଭାବେ ଗ୍ରହଣ କରିହେବ। ଖାଦ୍ୟ ହଜମ ଓ ଗ୍ୟାସ ପାଇଁ ଏହାର ଚୂର୍ଣ୍ଣ ବା ଗୁଣ୍ଡ ଖାଇଲେ ସମସ୍ୟା ଦୂର ହୋଇଥାଏ।
ଏହାର ବ୍ୟବହାର ଫଳରେ ବାନ୍ତି ଜନିତ ସମସ୍ୟା ତୁରନ୍ତ ଦୂର ହୁଏ।
ତରଳ ଝାଡ଼ା ସମସ୍ୟାରୁ ମଧ୍ୟ ହରିଡ଼ା ମୁକ୍ତି ଦେଇଥାଏ।
ଅର୍ଶ ସମସ୍ୟା ଥିଲେ ହରିଡ଼ା ଗୁଣ୍ଡକୁ ପାଣିରେ ଗୋଳାଇ ପିଇଲେ ଉପଶମ ମିଳିଥାଏ।