ଭୁବନେଶ୍ୱର, ୨-୯(ବ୍ୟୁରୋ): ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି) ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ୨୪ ଘଣ୍ଟିଆ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ଲକ୍ଷ୍ୟ ହାସଲ ଓ ଓଏସଆରଟିସିରେ ସ୍ବଚ୍ଛତା ଆଣିବା ପାଇଁ ଏହି ଟୋଲ ଫ୍ରି ସେବା ଆରମ୍ଭ କରାଯାଇଛି ବୋଲି ଓଏସଆରଟିସି ପକ୍ଷରୁ କୁହାଯାଇଛି। ୧୮୦୦-୩୪୫-୧୧୨୨ରେ ଯାତ୍ରୀମାନେ ଫୋନ କରି ବସ୍ ସଂପର୍କିତ ସୂଚନା ପାଇପାରିବେ। ତା’ସହ ବସ୍ଯାତ୍ରାର ଫିଡ୍ବ୍ୟାକ୍ ଓ ଅଭିଯୋଗ ମଧ୍ୟ ଯାତ୍ରୀ ଏହି ନମ୍ବରରେ କରିପାରିବେ। ଏହି ନମ୍ବରରେ ମିଳିବାକୁ ଥିବା ଯାତ୍ରୀମାନଙ୍କ ଅଭିଜ୍ଞତାରୁ ବସ୍ ସେବାରେ ସୁଧାର ଅଣାଯିବ ବୋଲି କୁହାଯାଇଛି। ଏହି ଟୋଲଫ୍ରି ନମ୍ବର ଭୁବନେଶ୍ୱରସ୍ଥିତ ପରିବହନ ଭବନରେ ପରିଚାଳିତ ହେବ।