କଟକ ଅଫିସ,୧୪ା୪: ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ (ଓଏସ୍ଏଲ୍ଏସ୍ଏ)ର ସଦସ୍ୟ ସଚିବ ଭାବେ ବିଦ୍ୟୁତ୍ କୁମାର ମିଶ୍ର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ କଟକସ୍ଥିତ ବିଭାଗୀୟ କାର୍ଯ୍ୟାଳୟରେ ଡେପୁଟି ସେକ୍ରେଟାରି ଜ୍ୟୋତି ରଞ୍ଜନ ଦାଶ ଓ କମଳାକାନ୍ତ କର ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ସୂଚନାଯୋଗ୍ୟ, ମିଶ୍ର ଏହା ପୂର୍ବରୁ ପୁରୀ ଜିଲା ଦୌରାଜଜ୍ ଭାବେ କାର୍ଯ୍ୟ କରୁଥିଲେ।