ଓଜନ-ମାପ: ସେକାଳ ଓ ଏକାଳ

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ

ମେର ପୂର୍ବ ନିବନ୍ଧ (ଧରିତ୍ରୀ ୧୫ା୨) ପଢ଼ି କିଛି ପାଠକଙ୍କ ଅନୁରୋଧକ୍ରମେ ଆଉ କିଛି ବାକି ରହିଯାଇଥିବା କଥା ଲେଖିବାକୁ ବାଧ୍ୟ ହେଲି। ପୂର୍ବେ ଗାଁ ଗଣ୍ଡାରେ କାନ୍ଥଘଣ୍ଟା, ଟେବୁଲ ଘଣ୍ଟା ବା ହାତବନ୍ଧା ଘଡ଼ିର ବ୍ୟବହାର କ୍ୱଚିତ୍‌ ଦେଖିବାକୁ ମିଳୁଥିଲା। ଆକାଶରେ ସୂର୍ଯ୍ୟଙ୍କ ସ୍ଥିତି ଦେଖି ସମୟ ବା ବେଳ କୁହାଯାଉଥିଲା। ସୂର୍ଯ୍ୟ ଉଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସମୟକୁ ଦିନର ୪ ପ୍ରହର ଓ ସୂର୍ଯ୍ୟାସ୍ତରୁ ପରଦିନ ସୂର୍ଯ୍ୟୋଦୟ ସମୟକୁ ରାତ୍ରିର ୪ ପ୍ରହର କୁହାଯାଏ। ୩ ଘଣ୍ଟାକୁ ଏକ ପ୍ରହର ଧରାଯାଉଥିଲା। ସକାଳ ୪ଟାରୁ ୫ଟା ସମୟକୁ କୁହାଯାଉଥିଲା ଭୋର ବା ଝିଟଝିଟିଆ। ୫ଟାରୁ ୭ଟା ସମୟକୁ କୁହାଯାଉଥିଲା ସକାଳ। ସୂର୍ଯ୍ୟ ମୁଣ୍ଡ ଉପରେ ଦେଖାଯିବା ସମୟକୁ କୁହାଯାଉଥିଲା ଦିନ ଦିପ୍ରହର, କେହି କେହି ସେ ସମୟକୁ କହୁଥିଲେ, ଗାଧୁଆ ବେଳ, କାରଣ ସେ ସମୟରେ ଲୋକେ କୃଷି କ୍ଷେତ୍ରରୁ ବାହୁଡି ଗାଧୁଆପାଧୁଆ କରନ୍ତି। ଘର ଚାଳର ଛାଇ ଚିହ୍ନ ଦେଖି ପିଲାମାନେ ୧୦ଟା ବେଳେ ବିଦ୍ୟାଳୟ ଯାଆନ୍ତି। ଦିନ ୧୨ଟାରୁ ଅପରାହ୍ଣ ୩ଟା ସମୟକୁ କୁହାଯାଉଥିଲା ଖରାବେଳ। ୩ଟାରୁ ଅପରାହ୍ଣ ୫ଟା ସମୟକୁ କୁହାଯାଏ ଉପରବେଳା ବା ଛାଇଲେଉଟା। ସାବେଳେ ଯେତେବେଳେ ଗୋରୁଗୋଠ ଘର ବାହୁଡି ଆସିବା ସମୟରେ ଦାଣ୍ଡରେ ଧୂଳି ଉଡେ, ତାକୁ କୁହନ୍ତି ଗୋଧୂଳି ସମୟ। ଯେତେବେଳେ ମୁହଁ ଅନ୍ଧାର ଦିଶେ, ତାକୁ କହନ୍ତି ସଞ୍ଜବେଳ ଅର୍ଥାତ୍‌ ସେତେବେଳେ ସଞ୍ଜବତି ଜଳାଯାଏ। ଗଁାଗହଳରେ ପ୍ରାୟ ରାତି ୯ଟାରେ ବିଲୁଆମାନେ ଭୁକନ୍ତି। ସେ ଶବ୍ଦ ଶୁଣି ଲୋକେ କହନ୍ତି ରାତି ପ୍ରହରେ ହେଲା। ରାତ୍ରିରେ ପରିସ୍ରା ପାଇଁ ଉଠି, ଆକାଶକୁ ଚାହିଁ କୁଆଁତାରା ଦେଖିଲେ କୁହନ୍ତି ପାହାନ୍ତିଆ ସମୟ ହେଲା।
ବର୍ତ୍ତମାନ ପ୍ରଚଳିତ ମିଟର-କିଲୋଗ୍ରାମ୍‌-ସେକେଣ୍ଡ (ଏମ୍‌କେଏସ୍‌) ବା ମେଟ୍ରିକ ମାପ ପ୍ରଣାଳୀ। ଏବେ ଦୈର୍ଘ୍ୟର ଏକକ ମିଟର, ଓଜନର ଏକକ କିଲୋଗ୍ରାମ୍‌ ଓ ସମୟର ଏକକ ସେକେଣ୍ଡ। ପୂର୍ବେ ଓଜନର ଏକକ ପାଉଣ୍ଡ ଥିଲେ ମଧ୍ୟ ହାଟବଜାରରେ ଓଜନ ପ୍ରକାଶ କରାଯାଉଥିଲା ମହଣ, ସେର, ଛଟାଙ୍କି, ତୋଳା ଇତ୍ୟାଦିରେ। ଏପରିକି ଦୁଇ ପ୍ରକାର ସେର ମଧ୍ୟ ବ୍ୟବହାର କରାଯାଉଥିଲା। ଯେଉଁ ସେରର ଓଜନ ୧୦୫ ତୋଳା ତାକୁ କୁହାଯାଉଥିଲା କଟକୀ ସେର। ୧୦୦ ତୋଳା ପାଖାପାଖି ଆଉ ଏକ ସେର ବଜାରରେ ଦେଖିବାକୁ ମିଳୁଥିଲା, ଯାହାକୁ କୁହାଯାଉଥିଲା ବାଲେଶ୍ୱରୀ ସେର। ପାଉଣ୍ଡ ଓ ସେର ମଧ୍ୟରେ ସମ୍ବନ୍ଧ ବଡ଼ ଜଟିଳ ଥିଲା, ଯେପରି ଏକ ସେର = ୨.୦୫ ପାଉଣ୍ଡ। ଏବେ ଓଜନ ମାପ ପ୍ରଣାଳୀରେ ସର୍ବତ୍ର ଓଜନ ହେଉଛି କେବଳ ଗ୍ରାମ୍‌ରେ (କିଲୋଗ୍ରାମ୍‌ରୁ ମିଲିଗ୍ରାମ୍‌ ପର୍ଯ୍ୟନ୍ତ)। ଜଳର ଆୟତନକୁ ଓଜନରେ ପ୍ରକାଶ କରିବା ପୂର୍ବେ ଜଟିଳ ଥିଲା। ଯେପରି ଏକ ଘନଫୁଟ ଜଳର ଓଜନ ୬୨.୪ ପାଉଣ୍ଡ। ଏବେ ତାହା ସରଳ କରାଗଲା। ଯେପରି ଏକ ଘନମିଟର ଜଳର ଓଜନ ୧୦୦୦ କିଲୋଗ୍ରାମ୍‌। ପୂର୍ବେ ଏକ ଗ୍ୟାଲେନ ଜଳର ଓଜନ ଥିଲା ପାଖାପାଖି ୫ ସେରରୁ କମ୍‌, ତାହା ସହଜ ହୋଇ ଏବେ ହେଲା ଏକ ଲିଟର ଜଳର ଓଜନ ଏକ କିଲୋଗ୍ରାମ୍‌ ଓ ଏକ ମିଲିଲିଟର ଜଳର ଓଜନ ଏକ ଗ୍ରାମ୍‌। ଏକ ଏକର ଜମିର କ୍ଷେତ୍ରଫଳ ଥିଲା ୪୩,୫୬୦ ବର୍ଗଫୁଟ (୪୮୪୦ ବର୍ଗ ଗଜ), ଏବେ ଏକ ହେକ୍ଟର ଜମିର କ୍ଷେତ୍ରଫଳ (୧୦୦ମି x ୧୦୦ ମି) ହେଲା ୧୦,୦୦୦ ବର୍ଗମିଟର। ପୂର୍ବେ ଏକ ସେର ସୁନା ଓଜନ ଥିଲା ୧୦୫ ତୋଳା (ଭରି) ବା ୮୪୦ ରତି କିନ୍ତୁ ଏବେ ଏକ କିଲୋଗ୍ରାମ୍‌ ସୁନାର ଓଜନ ହେଲା ୧୦୦୦ ଗ୍ରାମ୍‌। ପୂର୍ବେ ଯେଉଁ ବାୟୁମଣ୍ଡଳୀୟ ଚାପ ବର୍ଗଇଞ୍ଚକୁ ୧୪.୭ ପାଉଣ୍ଡ ବୋଲି ପ୍ରକାଶ କରାଯାଉଥିଲା, ଏବେ ତାକୁ ସହଜରେ ପ୍ରକାଶ କରାଗଲା- ବର୍ଗ ସେଣ୍ଟିମିଟରକୁ ଏକ କିଲୋଗ୍ରାମ୍‌। ବାୟୁମଣ୍ଡଳୀୟ ଚାପ ସର୍ବତ୍ର ଓ ସବୁବେଳେ ସମାନ ନ ଥାଏ। ବର୍ତ୍ତମାନ ଦୈର୍ଘ୍ୟ ମପାଯାଉଛି କେବଳ ମିଟରରେ (ଏକ ମିଟର = ୩.୨୮ ଫୁଟ୍‌)। ୧୦୦୦ ମିଟରକୁ କୁହାଯାଉଛି ଏକ କିଲୋମିଟର (ଏକ କିଲୋମିଟର = ୦.୬୨୫ ମାଇଲ) ଓ ଏକ ମିଟରର ୧୦୦୦ ଭାଗରୁ ଏକ ଭାଗକୁ କୁହାଯାଉଛି ଏକ ମିଲିମିଟର। କୁହାଯାଉଛି ଭୁବନେଶ୍ୱରରୁ ପୁରୀ ୬୦ କିଲୋମିଟର। ଝଡ଼ର ବେଗ ଘଣ୍ଟାକୁ ୨୦୦ କିଲୋମିଟର। ୧୦୦ ମିଲିମିଟର ବର୍ଷାରେ ସହର ରାସ୍ତା ବୁଡ଼ିଗଲା ଇତ୍ୟାଦି। ଜମିବାଡ଼ି ମପାଯାଉଛି ୩୦ ମିଟର ଦୈର୍ଘ୍ୟ ଫିତାରେ ଓ କ୍ଷେତ୍ରଫଳ ପ୍ରକାଶ କରାଯାଉଛି ହେକ୍ଟର (ଏକ ହେକ୍ଟର = ୨.୪୭ ଏକର)ରେ। ଗୋଡି, ବାଲି, ମାଟିର ପରିମାଣ ପ୍ରକାଶ କରାଯାଉଛି ଘନମିଟର (ଏକ ଘନମିଟର = ୩୫.୨୮ ଘନଫୁଟ)ରେ। ଯେପରି ଟ୍ରକ ଡାଲାରେ ବାଲି ବୋଝେଇ ହୁଏ ୬ ସିଏମ୍‌ ବା ୬ ଘନମିଟର। ତରଳ ପଦାର୍ଥ ମପାଯାଉଛି କେବଳ ଲିଟର (୧ ଲିଟର = ୦.୨୬୪ ଗ୍ୟାଲେନ)ରେ। କୁହାଯାଉଛି ବ୍ୟାରେଲରେ ଡିଜେଲ ଅଛି ଏକ କିଲୋଲିଟର (୧ କିଲୋଲିଟର = ୧୦୦୦ ଲିଟର), କ୍ଷୀର ଲିଟର ୪୦ ଟଙ୍କା ଇତ୍ୟାଦି। ଲିଟରର ୧୦୦୦ ଭାଗରୁ ଏକ ଭାଗକୁ କୁହାଯାଉଛି ଏକ ମିଲିଲିଟର ବା ୧ଏମ୍‌ଏଲ୍‌, ଯେପରି ୫୦୦ ମିଲିଲିଟର କ୍ଷୀରର ଦାମ୍‌ ୨୦ ଟଙ୍କା।
ଏବେ ଯେ କୌଣସି ପଦାର୍ଥର ଓଜନ ପ୍ରକାଶ କରାଯାଉଛି କେବଳ ଗ୍ରାମ୍‌ରେ। ଓଜନିଆ ପଦାର୍ଥକୁ ମପାଯାଉଛି କିଲୋଗ୍ରାମ୍‌ (୧ କିଲୋଗ୍ରାମ୍‌ = ୧୦୦୦ ଗ୍ରାମ୍‌)ରେ ଓ ଛୋଟ ପଦାର୍ଥ ଓଜନ ହେଉଛି ମିଲିଗ୍ରାମ୍‌ (୧ ମିଲିଗ୍ରାମ୍‌= ଗ୍ରାମ୍‌ର ୧୦୦୦ ଭାଗରୁ ଏକ ଭାଗ)ରେ। ଯେପରି ଏକ କିଲୋଗ୍ରାମ୍‌ ଚାଉଳର ଦାମ୍‌ ୨୦ ଟଙ୍କା, ୫୦୦ ମିଲିଗ୍ରାମ୍‌ ସୁନାର ଦାମ୍‌ ୨୦୦୦ ଟଙ୍କା ଇତ୍ୟାଦି। ଏଠାରେ ସୂଚାଇ ଦିଆଯାଇପାରେ ଯେ, ପୂର୍ବେ ପ୍ରଚଳିତ ୧ ଭରି ବା ୧ ତୋଳାର ଓଜନ ହେଉଛି ୧୨.୬୬ ଗ୍ରାମ୍‌। ଜଳରେ ଦ୍ରବୀଭୂତ ପଦାର୍ଥକୁ ପୂର୍ବେ ପ୍ରକାଶ କରାଯାଉଥିଲା ପିପିଏମ୍‌ (ନିୟୁତାଂଶ)ରେ କିନ୍ତୁ ଏବେ ତାହା ପ୍ରକାଶ କରାଯାଉଛି ଲିଟର ପିଛା କେତେ ମିଲିଗ୍ରାମ୍‌ ପଦାର୍ଥ। ଯେପରି ଟ୍ୟାପ୍‌ରେ ଆସୁଥିବା ଜଳରେ ଗୋଳିଆ ଭାଗ ଲିଟର ପିଛା ୩୦ ମିଲିଗ୍ରାମ୍‌, ପୂର୍ବେ ଜଳସ୍ରୋତ ମପାଯାଉଥିଲା କ୍ୟୁସେକ୍‌ ବା ସେକେଣ୍ଡକୁ କେତେ ଘନଫୁଟ। କିନ୍ତୁ ଏବେ ପ୍ରକାଶ କରାଯାଉଛି କ୍ୟୁମେକ୍‌ ବା ସେକେଣ୍ଡକୁ କେତେ ଘନମିଟର। ଯେପରି କୁହାଯାଏ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେଉଛି ୫୦ କ୍ୟୁମେକ୍‌।
ପୂର୍ବେ ପ୍ରଚଳିତ ମୁଦ୍ରା ସବୁ ଥିଲା ଟଙ୍କା, ଅଧୁଲି, ସିଉକି, ଅଣି ଇତ୍ୟାଦି କିନ୍ତୁ ଏବେ ପ୍ରଚଳିତ ମୁଦ୍ରା ଟଙ୍କିକିଆ, ଦୁଇଟଙ୍କିଆ, ପାଞ୍ଚଟଙ୍କିଆ, ଦଶଟଙ୍କିଆ ଓ ଖୁଚୁରା ୫୦ ପଇସି। ଯେହେତୁ ଆଉ ଟଙ୍କା ଅଣାର ପ୍ରଚଳନ ନାହିଁ। ଏବେ ପଣିକିଆରେ ଆଉ କାହାଣ, ପଣ ଶିଖାଯାଉ ନାହିଁ। ପୂର୍ବେ ଅମଳ ଧାନ ପ୍ରକାଶ କରାଯାଉଥିଲା ଭରଣ, ଗୌଣୀ ବା ବସ୍ତାରେ। ୬୪ ସେର ଓଜନ ଚାଉଳ ଥିବା ଅଖାକୁ ବସ୍ତାଏ କୁହାଯାଉଥିଲା। ଏବେ ବସ୍ତାଏ କହିଲେ ଏକ କୁଇଣ୍ଟାଲ ଓଜନ ଧାନ ଧରୁଥିବା ଅଖା। ଏବେ ଜମିରୁ ଉତ୍ପନ୍ନ ଧାନକୁ ପ୍ରକାଶ କରାଯାଉଛି କୁଇଣ୍ଟାଲ ବା ବସ୍ତାରେ।
କୋଟିତୀର୍ଥ, ଭୁବନେଶ୍ୱର,
ମୋ-୭୦୦୮୮୪୬୨୭୨


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri